ETV Bharat / bharat

3 ଦିନିଆ କାଶ୍ମୀର ଗସ୍ତରେ ଶାହ, ଫୋକସରେ ଆତଙ୍କୀ ହମଲା - ଆତଙ୍କୀ ହମଲା

3 ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୀମା ସୁରକ୍ଷା ନେଇ ଜରୁରୀ ବୈଠକରେ ଯୋଗଦେବେ, ବିରାଟ ସମାବେଶକୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ...

ଜମ୍ମୁ କାଶ୍ମୀର ଯାତ୍ରା କରିବେ ଶାହ, ସୁରକ୍ଷା ବଳରେ ଘାଟି

author img

By

Published : Oct 22, 2021, 10:43 PM IST

Updated : Oct 23, 2021, 11:14 AM IST

ଶ୍ରୀନଗର: 3 ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୀମା ସୁରକ୍ଷା ନେଇ ଆଜି(ଶନିବାର) ଜାମ୍ମୁ କାଶ୍ମୀର ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଏହି ମାସ ମଧ୍ୟରେ ସୀମାରେ ଆତଙ୍କୀ ହମଲା ବୃଦ୍ଧି ପାଇଛି । 11 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି । ଏନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ଶାହ ।

ଏହି ଗସ୍ତ ସମୟରେ ଶାହ ପଞ୍ଚାୟତ ସଦସ୍ୟ, ବିଜେପି କର୍ମୀ ତଥା ଜାମ୍ମୁ କାଶ୍ମୀରରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ । ଏଥିସହ 2ଟି ନୂଆ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆଜି ଶ୍ରୀନଗରରେ ପହଞ୍ଚିବା ପରେ ରାଜଭବନରେ ସୀମା ସୁରକ୍ଷା ନେଇ ପ୍ରଥମେ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ ।

ଏଥିରେ ଲେଫ୍ଟନାଣ୍ଟ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସମେତ ସେନା ଏବଂ ଗୁପ୍ତଚର ଅଧିକାରୀମାନେ ଯୋଗଦେବେ । ଏହି ମାସ ମଧ୍ୟରେ ଆତଙ୍କୀ ହମଲା ବୃଦ୍ଧିପାଇଥିବା ଉପରେ ବିଶେଷ ଆଲୋଚନା ହେବ ।

ଶାହା ଶ୍ରୀନଗରର ରାଜ ଭବନରେ ଜାମ୍ମୁ କାଶ୍ମୀର ୟୁଥ୍ କ୍ଲବର ଯୁବ ସଦସ୍ୟଙ୍କ ସହ ମଧ୍ୟ କଥାବାର୍ତ୍ତା କରିବେ । ସନ୍ଧ୍ୟାରେ ସେ ଶ୍ରୀନଗର-ଶାରଜା ଅନ୍ତର୍ଜାତୀୟ ବିମାନ ଉଡ଼ାଣର ଉଦଘାଟନ କରିବେ ।

ତେବେ ଜାମ୍ମୁ କାଶ୍ମୀରରେ 370 ଧାରା ଉଚ୍ଛେଦ ପରେ ଏହା ହେଉଛି ଶାହଙ୍କର ପ୍ରଥମ ଗସ୍ତ । ସେ ଶେଷ ଥର ପାଇଁ ଜୁନ୍ 2019 ରେ ଜାମ୍ମୁ କାଶ୍ମୀର ଗସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2021, 11:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.