ବେଙ୍ଗାଲୁରୁ: ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । ଗସ୍ତରେ କୋର କମିଟି ବୈଠକରେ ସରକାରଙ୍କ ଭାବମୂର୍ତ୍ତିକୁ କର୍ଣ୍ଣାଟକରେ ଆହୁରି ବୃଦ୍ଧି କରିବାକୁ ଦଳର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ସରକାରଙ୍କ ଭାବମୂର୍ତ୍ତିକୁ ବୃଦ୍ଧି କରିବା ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହି ନିଶ୍ଚିତ ହେବା ଦରକାର ।
ଜିଲ୍ଲା ପଞ୍ଚାୟତ ଏବଂ ତାଲୁକ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିବାକୁ ହେଲେ ପ୍ରଥମେ ଲୋକଙ୍କ ଦୃଦୟ ଜିତିବାକୁ ପଡିବ । ଏଥିପାଇଁ ଲୋକଙ୍କ ବିକାଶ ହେବା ନିହାତି ଆବଶ୍ୟକ । ତେଣୁ ଲୋକଙ୍କ ବିକାଶ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଦଳର ନେତାମାନଙ୍କୁ ଆଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ବେଲାଗାଭି ଲୋକସଭା, ବାସଭାକାଲିଆନା ଏବଂ ମୁସ୍କି ବିଧାନସଭା ଉପ-ନିର୍ବାଚନ, ଜିଲ୍ଲା ପଞ୍ଚାୟତ ଏବଂ ତାଲୁକ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଉପରେ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି ।
ଉପ ନିର୍ବାଚନ ଏବଂ ଅନ୍ୟାନ୍ୟ ନିର୍ବାଚନରେ ଦଳ ପଛକୁ ଫେରିବା ଉଚିତ୍ ନୁହେଁ। ନିକଟରେ ହୋଇଥିବା ଉପ-ନିର୍ବାଚନରେ ଦଳର ପ୍ରଦର୍ଶନ ସନ୍ତୋଷଜନକ ରହିଛି କିନ୍ତୁ, ଏହା ଦୃଢ ଆତ୍ମବିଶ୍ବାସ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ଅମିତ ଶାହା । ରାଜ୍ୟ ନେତାମାନଙ୍କୁ ଅଭିଯୋଗର ସମାଧାନ କରିବାକୁ ଏବଂ ଦଳ ଭିତରେ ଆଭ୍ୟନ୍ତରୀଣ ମତଭେଦକୁ ଅନୁମତି ନଦେବାକୁ ନିର୍ଦ୍ଦେଶ ହୋଇଛି ।
ବୈଠକରେ ପ୍ରଥମେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା,ଗୃହମନ୍ତ୍ରୀ ବାସଭାରାଜା ବମ୍ମାଇ ଏବଂ ରାଜସ୍ବ ମନ୍ତ୍ରୀ ଆର. ଅଶୋକ ଯୋଗ ଦେଇଥିଲେ । ସେମାନଙ୍କ ଯିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଦଳର ନେତାମାନଙ୍କ ସହିତ ବିସୃତ ଆଲୋଚନା କରିଥିଲେ । ସହରର ଏକ ଘରୋଇ ହୋଟେଲରେ ରାଜ୍ୟ ବିଜେପି ନେତାମାନଙ୍କ ସହିତ ଏହି ବୈଠକର ଆୟୋଜନ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ