ଲକ୍ଷ୍ନୌ: ଗୃହମନ୍ତ୍ରୀ ଅମିତ ଶାହା ଆଜି(ଶନିବାର) ଉତ୍ତର ପ୍ରଦେଶ ଆଜମଗଡ ପରିଦର୍ଶନ କରିବେ । ଏହି ଅବସରରେ ସେ ରାଜ୍ୟ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ।
ବିଜେପିର ପୂର୍ବତନ ଆଜମଗଡ ଜିଲ୍ଲା ୟୁନିଟ୍ ସଭାପତି ଜୈନାଥ ସିଂ ଏହି ସପ୍ତାହ ପୂର୍ବରୁ କହିଥିଲେ ଯେ, ଶାହାଙ୍କ ଗସ୍ତ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି ଏବଂ ଗୃହର ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଆଜମଗଡ ଗସ୍ତରେ ଯାଇଛନ୍ତି । ଏହିସବୁ କାର୍ଯ୍ୟକ୍ରମ ପରେ ଗୃହମନ୍ତ୍ରୀ ଅମିତ ଶାହା ବସ୍ତି ଯାତ୍ରା କରିବେ, ଯେଉଁଠାରେ ସେ ଶିବ ହର୍ଷ କିସାନ ପିଜି କଲେଜରେ ରାତି 3:40 ରୁ 4:25 ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ ।
ତେବେ ଆଜମଗଡ ହେଉଛି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ନିର୍ବାଚନ ମଣ୍ଡଳୀ । ମାତ୍ର ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ସେ ଉପସ୍ଥିତ ରହିବେ ନାହିଁ । ଅଖିଲେଶ ଏହି ସମୟରେ ଆଜମଗଡ ଛାଡି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘର ଟର୍ଫ ଗୋରଖପୁର ଗସ୍ତରେ ଯିବେ ବୋଲି ଜଣାପଡିଛି ।
ତେବେ 2017ରେ ବିଜେପି ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବା ପରେ ସରକାର ଆଜମଗଡରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ଦଳ ସ୍ତାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା । ଯାହାକୁ ୨୦୨୧ ରେ ପୂରଣ କରିଛି ବିଜେପି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU)ର ରାଜନୈତିକ ବିଜ୍ଞାନ ବିଭାଗର ପ୍ରଫେସର କୌଶଲ କିଶୋର ମିଶ୍ରଙ୍କ କହିବାନୁସାରେ, ଆଜମଗଡ଼ର ଲୋକମାନେ ଏହି ବିଶ୍ୱବିଦ୍ୟାଳୟକୁ 70 ଦଶକର ମଧ୍ୟଭାଗରୁ ଦାବି କରି ଆସୁଥିଲେ ମଧ୍ୟ ।
ଗତ ଚାରି ଦଶନ୍ଧି ମଧ୍ୟରେ ୟୁପିରେ ଏକାଧିକ ଭିନ୍ନ ରାଜନୈତିକ ଦଳ କ୍ଷମତାକୁ ଆସିଥିଲେ । ମାତ୍ର ବିଶ୍ବବିଦ୍ୟାଳୟ ସ୍ଥାପନ ହୋଇପାରି ନ ଥିଲା । ବର୍ତ୍ତମାନ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହି ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରି ଦାବି ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବିଶ୍ୟବିଦ୍ୟାଳୟ 52 ଏକର ଜମିରେ ନିର୍ମାଣ ହେବ ବୋଲି କୌଶଲ କିଶୋର ମିଶ୍ର କହିଛନ୍ତି ।