ETV Bharat / bharat

ଆସାମରେ ଶାହଙ୍କ ପ୍ରଶ୍ନ, ଦୀର୍ଘ ବର୍ଷରୁ କାହିଁକି ରକ୍ତି ରଞ୍ଜିତ ରହିଥିଲା ରାଜ୍ୟ? - ଗୃହମନ୍ତ୍ରୀ ଅମିତ ଶାହ

ରବିବାର ଆସାମର କୋକରାଝାରରେ ଗୃହମନ୍ତ୍ରୀ ଅମିତ ଶାହ ବିଜେପିର ବିଜୟ ସକଳ୍ପ ସମାବେଶକୁ ସମ୍ବୋଧନ କରିଛନ୍ତି । ଦୀର୍ଘ ବର୍ଷରୁ ଆସାମ କଣ ପାଇଁ ରକ୍ତ ରଞ୍ଜିତ ହେଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ଆସାମରେ ଶାହଙ୍କ ପ୍ରଶ୍ନ, ଦୀର୍ଘ ବର୍ଷରୁ କାହିଁକି ରକ୍ତି ରଞ୍ଜିତ ରହିଥିଲା ରାଜ୍ୟ?

author img

By

Published : Jan 24, 2021, 3:22 PM IST

ଗୌହାଟୀ: ଚଳିତବର୍ଷ ବିଧାନସଭା ନିର୍ବାଚନକୁ ନେଇ ଆସାମ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରବିବାର ଆସାମର କୋକରାଝାରରେ ଗୃହମନ୍ତ୍ରୀ ଅମିତ ଶାହ ବିଜେପିର ବିଜୟ ସକଳ୍ପ ସମାବେଶକୁ ସମ୍ବୋଧନ କରିଛନ୍ତି । ଆସାମରେ କେବଳ ବୋଡ କ୍ଷେତ୍ରରେ ସଡକ ଯୋଗାଯୋଗ ପାଇଁ 500 କୋଟି ଟଙ୍କା ଆବଣ୍ଟନ କରାଯାଇଥିବା କହିଛନ୍ତି ଶାହ ।

ଶାହ କହିଛନ୍ତି, ରାସ୍ତା ନିର୍ମାଣ ବୋଡ ଅଞ୍ଚଳରେ ବିକାଶକୁ ନୂଆ ଗତି ଦେବ । ଆଗାମୀ ବର୍ଷ ସୁଦ୍ଧା ବୋଡ ଅଞ୍ଚଳ ବିକାଶ କ୍ଷେତ୍ରରେ ଆଗକୁ ବଢିବ ।

କୋକରାଝାରରେ ଆମିତ ଶାହ କହିଛନ୍ତି, ଆଜି ଠୁ ଠିକ ଏକ ବର୍ଷ ପୂର୍ବେ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବୋଡ ଶାନ୍ତି ଚୁକ୍ତି ହୋଇଥିଲା । ବୋଡ ଶାନ୍ତି ଚୁକ୍ତି ସହିତ ପ୍ରଧାନମନ୍ତ୍ରୀ ସନ୍ଦେଶ ଦେଇଥିଲେ ଯେ ପୂର୍ବୋତ୍ତରରେ ଯେଉଁଠି ଅଶାନ୍ତିର ମାହୋଲ ରହିଛି ସେଠାରେ ଆଲୋଚନା ପାଇଁ ରାସ୍ତା ପ୍ରଶସ୍ତ କରାଯାଉ । ମୋଦିଙ୍କ ନେତୃତ୍ବରରେ BTR ଅଞ୍ଚଳରେ ଯେଉଁ ଶାନ୍ତି ଚୁକ୍ତି ହୋଇଥିଲା ଏହାକୁ ଏକ ବର୍ଷ ପୁରା ହୋଇଛି । ଶାନ୍ତିର ଏକ ନୂଆ ଯୁଗର ଆରମ୍ଭ ହୋଇଥିବା କହିଛନ୍ତି ଶାହ ।

ନିଜ ସମ୍ବୋଧନରେ କଂଗ୍ରେସକୁ ଟାର୍ଗେଟ କରି ଶାହ କହିଛନ୍ତି, ଯେଉଁ ଦଳ ନିଜ କାର୍ଯ୍ୟକାଳରେ ବିକାଶ ଆଣିପାରିଲା ନାହିଁ, ସେ ଆଜି ଆମକୁ ପରାମର୍ଶ ଦେଉଛି । ତେବେ ଦୀର୍ଘ ବର୍ଷରୁ ଆସାମ କଣ ପାଇଁ ରକ୍ତ ରଞ୍ଜିତ ହେଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଗୃହମନ୍ତ୍ରୀ । ତେବେ ଯାହା କିଛି ବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିଛନ୍ତି ବୋଲି କହିଛନ୍ତି ଅମିତ ଶାହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.