ETV Bharat / bharat

ପଶ୍ଚିମବଙ୍ଗରେ ଜିତିବ ବିଜେପି, ସ୍ବୀକାର କଲେ ଦିଦିଙ୍କ ରଣନୀତିକାର !

author img

By

Published : Apr 10, 2021, 2:53 PM IST

ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବିଜେପି-ଟିଏମସି ମଧ୍ୟରେ ହାଇଡ୍ରାମା ଜାରି ରହିଛି । ଏଥର ମମତାଙ୍କ ହାତରୁ ବେଙ୍ଗଲ ଖସିବା ନେଇ ଖୋଦ ଦିଦିଙ୍କ ରଣନୀତିକାରଣ ସ୍ବୀକାର କରିଥିବା ବିଜେପି ଦାବି କରିଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ବିଜେପି ଜିତିବା ସ୍ବୀକାର କଲେ ପ୍ରଶାନ୍ତ କିଶୋର

କୋଲକାତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆହୁରି ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ବାକି ରହିଛି । ଏହା ପୂର୍ବରୁ ପଶ୍ଚିମବଙ୍ଗ ଦଖଲ କରିବ ବିଜେପି । ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବେ ମମତା ବାନାର୍ଜୀ । ଆଉ ଏକଥା ଖୋଦ ମୁଖ୍ୟମନ୍ତ୍ରୀଙ୍କ ରଣନୀତିକାର ତଥା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ସ୍ବୀକାର କରିଥିବା ବିଜେପି ଦାବି କରିଛି ।

ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏକ ଅଡିଓ ଜାରି କରିଛି । ଯେଉଁଥିରେ ପ୍ରଶାନ୍ତ କିଶୋର କିଛି ସାମ୍ବାଦିକଙ୍କ ସହ କଥା ହେଉଥିବାର ଶୁଣିବାକୁ ମିଳିଛି । ଏଥର ପଶ୍ଚିମବଙ୍ଗରେ ବିଜେପି ଜିତିବ ବୋଲି ପ୍ରଶାନ୍ତ କହୁଥିବା ବିଜେପି କହିଛି । ବିଜେପି ଆଇଟି ସେଲର ମୁଖ୍ୟ ଅମିତମାଲବିୟା ଏକ ଆପର କିଛି ଅଡିଓ ଜାରି କରି ଏପରି ଦାବି କରିଛନ୍ତି ।

ଏହି ଅଡିଓ ଅନୁସାରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଟିଏମସି ବିରୁଦ୍ଧରେ ବିରୋଧ ହାୱା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କ୍ରେଜ ରହିଛି । ଆଉ ଏଥର ଦଳିତ ଭୋଟ ମଧ୍ୟ ବିଜେପି ହାତେଇବ । ଟିଏମସି ଆଭ୍ୟନ୍ତରୀଣ ସର୍ଭେରେ ବିଜେପି ଜିତିବାରେ ଲାଗିଛି । ପଶ୍ଚିମବଙ୍ଗ ଜନତାଙ୍କ ଭୋଟ ମୋଦିଙ୍କ ପାଖକୁ , ଧ୍ରୁବିକରଣ ଏକ ବାସ୍ତବିକ ହୋଇଥିବାବେଳେ ଏସସି ଓ ମତୁଆ ବିଜେପି ସପକ୍ଷରେ ଭୋଟ ଦେଉଛନ୍ତି ବୋଲି ପ୍ରଶାନ୍ତ କିଶୋର କହୁଥିବା ନେଇ ବିଜେପି ଦାବି କରିଛି । ଏହା ସହ ପ୍ରଶାନ୍ତ କିଶୋର ମୋଦିଙ୍କ ପ୍ରଶଂସା କରି ବିଜେପିର ଶକ୍ତିକୁ ଆହୁରି ମଜଭୁତ କରିଛି ।

ସେପଟେ ପ୍ରଶାନ୍ତ କିଶୋର ବିଜେପିର ଦାବିକୁ ଅସ୍ବୀକାର କରିଛନ୍ତି । ବିଜେପି ତାଙ୍କର କିଛି ବଛାବଛା ଅଡିଓ ସେୟାର କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ କଥାବାର୍ତ୍ତାର ଅଡିଓ ଜାରି କରିବାକୁ ସେ କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ 294ଟି ଆସନ ପାଇଁ ପଶ୍ଚିମବଙ୍ଗ ନିର୍ବାଚନ 8ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ଆଜି 44 ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ପ୍ରଶାନ୍ତ କିଶୋର, ଭାରତୀୟ ରାଜନୀତିର ବେଶ ଜଣାଶୁଣା ଚେହେରା । ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗାଦିରେ ବସାଇବା ଓ ଆନ୍ଧ୍ରପ୍ରଦେଶରେ ଜଗନମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପଛରେ ପ୍ରଶାନ୍ତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏବେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.