ETV Bharat / bharat

ଅପରେସନ ଏୟାରଲିଫ୍ଟ: ଜାଣନ୍ତୁ ତାଲିବାନ ରାଜ୍‌ରୁ କିଭଳି ସ୍ବଦେଶ ଫେରୁଛନ୍ତି ଭାରତୀୟ...

ଆଫଗାନିସ୍ତାନରେ ଉତ୍ପନ୍ନ ସଙ୍କଟ କାରଣରୁ ଦୋହଲିଯାଇଛି ବିଶ୍ବ । ତାଲିବାନ ଦଖଲରେ ଥିବା ରାଜଧାନୀ କାବୁଲରେ ଅସ୍ଥିରତା ମଧ୍ୟରେ ଭାରତୀୟ ଦୂତାବାସ କର୍ମଚାରୀ ଓ ଆଇଟିବିପି ଯବାନଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା କୌଣସି କଠିନ ଅପରେସଠୁ କମ ନଥିଲା । ଜାଣନ୍ତୁ କିଭଳି ଚାଲିଛି ଅପରେସନ କାବୁଲ...

ଅପରେସନ ଏୟାରଲିଫ୍ଟ: ଜାଣନ୍ତୁ ତାଲିବାନ ରାଜ୍‌ରୁ କିଭଳି ସୁରକ୍ଷିତ ସ୍ବଦେଶ ଫେରୁଛନ୍ତି ଭାରତୀୟ...

author img

By

Published : Aug 17, 2021, 4:44 PM IST

ନୂଆଦିଲ୍ଲୀ: ଭୟ... ଆଶଙ୍କା... ଅନିଶ୍ଚିତତା । ଚାରିଆଡେ ହାହାକାର । ବନ୍ଧୁକ ମୁନରେ ଚାଲିଥିବା ଶାସନ କବଳରୁ ମୁକ୍ତି ପାଇଁ ଆପ୍ରାଣ ଉଦ୍ୟମ । ୩ ଘଣ୍ଟା ୨୦ ମିନିଟର ଯାତ୍ରା । ଆଉ ଲକ୍ଷ ଥିଲା ମିଶନ କାବୁଲ । ଆଫଗାନିସ୍ତାନରେ ଉତ୍ପନ୍ନ ସଙ୍କଟ କାରଣରୁ ଦୋହଲିଯାଇଛି ବିଶ୍ବ । ସମ୍ପୂର୍ଣ୍ଣ ଦେଶକୁ ନିଜ କବଜାକୁ ନେଇସାରିଛି ତାଲିବାନ । ତାଲିବାନ ଦଖଲରେ ଥିବା ରାଜଧାନୀ କାବୁଲରେ ଅସ୍ଥିରତା ମଧ୍ୟରେ ଭାରତୀୟ ଦୂତାବାସ କର୍ମଚାରୀ ଓ ଆଇଟିବିପି ଯବାନଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା କୌଣସି କଠିନ ଅପରେସଠୁ କମ ନଥିଲା ।

ଦୀର୍ଘ ୨୦ ବର୍ଷ ପରେ ପୁନର୍ବାର ଆଫଗାନିସ୍ତାନକୁ ଫେରିଛି ତାଲିବାନ ରାଜ । ଆତଙ୍କୀଙ୍କ କବଳରୁ ଜୀବନ ବଞ୍ଚାଇବାକୁ ସମସ୍ତେ ଆପ୍ରାଣ ଚେଷ୍ଟା କରୁଛନ୍ତି । ଆମେରିକା, ଫ୍ରାନ୍ସ ସମେତ ଅନ୍ୟ ଦେଶ ନିଜ ନିଜର ନାଗରିକଙ୍କୁ ଫେରାଇଆଣିବାକୁ ପ୍ରୟାସ କରୁଛନ୍ତି । ଏହାରି ମଧ୍ୟରେ ଭାରତ ମଧ୍ୟ ନିଜ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆରମ୍ଭ କରିଛି ମିଶନ ।

ସୋମବାରଠାରୁ ଆଫଗାନିସ୍ତାନରେ ଭାରତୀୟଙ୍କୁ ଏୟାରଲିଫ୍ଟ କରି ସ୍ବଦେଶ ଫେରାଇଆଣିବାକୁ ଆରମ୍ଭ ହୋଇଥିଲା ରଣନୀତି । ଯାହାର ପରିଣାମ ସ୍ବରୂପ ମଙ୍ଗଳବାର ଗୁଜୁରାଟ ଜାମନଗରରେ ବାୟୁସେନା ବିମାନ ଯୋଗେଁ ପହଁଞ୍ଚିଛନ୍ତି ୧୨୦ ଭାରତୀୟ ।

ଅପରେସନ ଏୟାରଲିଫ୍ଟ କାବୁଲ

ଆଫଗାନିସ୍ତାନର କାବୁଲରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ପ୍ରଥମରୁ ହିଁ ତତ୍ପର ରହିଥିଲା ବୈଦେଶିକ ମନ୍ତ୍ରଣାଳୟ । ଏହି ମିଶନ ଆଧାରରେ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର C-17 ଗ୍ଲୋବମାଷ୍ଟର ଆଫଗାନିସ୍ତାନ ଅଭିମୁଖେ ଭରିଥିଲା ଉଡାଣ । ଆଉ ଏଥିରେ ଥିଲେ ଗରୁଡ କମାଣ୍ଡୋ । ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ବିମାନ କାବୁଲ ଯାତ୍ରା କରିଥିଲା ।

ସବୁଠୁ ଖାସ କଥା ହେଉଛି ଏହ ମିଶନ ପୁରା କରିବା ପାଇଁ ପାକିସ୍ତାନ କିମ୍ବା ଇରାନର ଏୟାରସ୍ପେସକୁ ବ୍ୟବହାର କରାଯାଇନଥିଲା । ବିମାନ ଓମାନ ଓ ପର୍ସିୟନ ଗଲ୍‌ଫ ଦେଇ ତାଜାକିସ୍ତାନରେ ପହଁଞ୍ଚିଥିଲା । ସେଠାରୁ ମଙ୍ଗଳବାର କାବୁଲରେ ପହଁଞ୍ଚି ନାଟୋ ଫୋର୍ସ ସହମତିରେ ବିମାନବନ୍ଦରରେ ଅବତରଣ କରିଥିଲା ।

ସମସ୍ତଙ୍କୁ ଏକାଠି କରିବା ଥିଲା ଚ୍ୟାଲେଞ୍ଜ

ମିଶନର ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା ସମସ୍ତଙ୍କୁ ଏକାଠି କରିବା । ତେବେ ନାଟୋ ଫୋର୍ସ ସହାୟତାରେ ଭାରତୀୟ ନାଗରିକଙ୍କୁ ପ୍ରଥମେ ଏୟାରପୋର୍ଟ ପାଖକୁ ଅଣାଯାଇଥିଲା । ଏହାପରେ ପୁନର୍ବାର ଭାରତ ଅଭିମୁଖେ ଉଡାଣ ଭରିଥିଲା C-17 ଗ୍ଲୋବମାଷ୍ଟର ।

NSA ଡୋଭାଲଙ୍କ ଭୂମିକା

କାବୁଲରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ସହଜ ନଥିଲା । କାରଣ ବିମାନବନ୍ଦରରେ ସ୍ଥିତି ଭୟାବହ ରହିଥିଲା । ସୋମବାର ହଜାର ହଜାର ଲୋକଙ୍କ ଭିଡ ଲାଗିଥିଲା । ପରିସ୍ଥିତି ଅଣାୟତ ହେବାରୁ ଏଠାରେ ଗୁଳି ଚଳାଇବାକୁ ମଧ୍ୟ ପଡିଥିଲା, ଯେଉଁଥିରେ ୫ ଜଣ ହରାଇଥିଲେ ପ୍ରାଣ । ଏଭଳିସ୍ଥିତିରେ ଭାରତୀୟଙ୍କୁ ସେଠାରୁ ଆଣିବା କଠିନ ଥିଲା । ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ଆଲୋଚନା କରିଥିଲେ ଭାରତର NSA ଅଜିତ ଡୋଭାଲ ।

ଡୋଭାଲଙ୍କ ଆଲୋଚନା ପରେ ନାଗରିକଙ୍କ ପାଇଁ ସୁରକ୍ଷିତ ପାସ୍‌ ପ୍ରସ୍ତୁତ କରିବା ନେଇ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । କାବୁଲ ବିମାନବନ୍ଦର ଏବେ ଆମେରିକା ଓ ନାଟୋ ଫୋର୍ସ ଦ୍ବାରା ଘେରି ରହିଛି ।

ସେପଟେ ପୁରା ହୋଇନି ଏହି ମିଶନ । ଏବେ ବି ଅନେକ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା ବାକି ରହିଛି । ଭାରତ ପକ୍ଷରୁ ହେଲ୍ପଲାଇନ ମଧ୍ୟ ଆରମ୍ଭ କରିଦିଆଯାଇଛି । ସ୍ଥାନୀୟ ନାଗରିକଙ୍କ ସହ ସମ୍ପର୍କରେ ରହିଛି ବୈଦେଶିକ ମନ୍ତ୍ରଣାଳୟ । ତେବେ ଖୁବ ଶୀଘ୍ର ଏହି ମିଶନ ପୁରା ହୋଇଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.