ETV Bharat / bharat

କାଲି ଜନ୍ତର ମନ୍ତରରେ ଜନସଭାକୁ ସମ୍ବୋଧିତ କରିବେ କେଜ୍ରିଓ୍ବାଲ-ମାନ

author img

By

Published : Mar 22, 2023, 8:10 PM IST

କାଲି ଜନ୍ତର ମନ୍ତରରେ ଜନସଭାକୁ ସମ୍ବୋଧିତ କରିବେ କେଜ୍ରିଓ୍ବାଲ-ମାନ । ଶଦୀଦ ଭଗତ ସିଂ, ରାଜଗୁରୁ, ଶୁକଦେବଙ୍କ ବଳିଦାନ ପାଳିବ ଓ ‘ମୋଦି ହଟାଓ-ଦେଶ ବଚାଓ’ ନାରା ଦେବ ଦଳ । ଅଧିକ ପଢନ୍ତୁ

କାଲି ଜନ୍ତର ମନ୍ତରରେ ଜନସଭାକୁ ସମ୍ବୋଧିତ କରିବେ କେଜ୍ରିଓ୍ବାଲ-ମାନ
କାଲି ଜନ୍ତର ମନ୍ତରରେ ଜନସଭାକୁ ସମ୍ବୋଧିତ କରିବେ କେଜ୍ରିଓ୍ବାଲ-ମାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ପୋଷ୍ଚର ଲଗାଯିବାକୁ ନେଇ ଏକାଧିକ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଏହି ମାମଲା ଏବେ ରାଜନୈତିକ ମୋଡ ନେବାକୁ ବସିଲାଣି । ଏହାକୁ ନେଇ ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଓ ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭାଗଓ୍ବନ୍ତ ମାନ ଦିଲ୍ଲୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଆସନ୍ତାକାଲି ଶଦୀଦ ଭଗତ ସିଂ, ରାଜଗୁରୁ, ଶୁକଦେବଙ୍କ ବଳିଦାନ ଦିବସ ପାଳନ କରିବା ପାଇଁ ଦଳ ପକ୍ଷରୁ ଐତିହାସିକ ଜନ୍ତର ମନ୍ତରରେ ଏକ ଜନସଭାର ଆୟୋଜନ କରାଯାଇଛି । ଏଥିରେ ମିଳିତ ଭାବେ ଉଭୟ ନେତା ଦଳୀୟ କର୍ମକର୍ତ୍ତା ଓ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଗତ କିଛି ଦିନ ମଧ୍ୟରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରି ଏକାଧିକ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖାଯାଇଥିଲା । ‘‘ମୋଦି ହଟାଓ-ଦେଶ ବଚାଓ’’ ନାରା ଲେଖାଥିବା ପୋଷ୍ଟର ଦେଖାଯିବା ପରେ ବିଭିନ୍ନ ଥାନାରେ ଏତଲା ଦାଖଲ ହୋଇଥିଲା । ଘଟଣାକୁ ଦିଲ୍ଲୀ ପୋଲିସ ମଧ୍ୟ ଗମ୍ଭୀରତାର ସହ ନେଇଥିଲା । ଏବେ ସୁଦ୍ଧା ପୋଲିସ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଗିରଫଦାରୀକୁ ଆମ ଆଦମୀ ପାର୍ଟି ବିରୋଧ କରୁୁଛି । ଆସନ୍ତାକାଲିର ସାଧାରଣ ସଭାରେ ଆମ ଆଦମୀ ପାର୍ଟି ବିଜେପି ଉପରେ ବର୍ଷିବା ସହ ଏହି ନାରାକୁ ଦୋହରାଇବା ନେଇ ସୂଚନା ମିଳିଛି ।

ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରେସମିଟରେ ସୂଚନା ଦେଇ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଆସନ୍ତାକାଲି 3 କ୍ରାନ୍ତିକାରୀ ମହାନ ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗବତ ସିଂ, ରାଜଗୁରୁ ଓ ଶୁକଦେବଙ୍କ ବଳୀଦାନ ଦିବସ । ଏହି ଅବସରରେ ଦଳ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି । କାର୍ଯ୍ୟକ୍ରମ ମଞ୍ଚରେ ଦଳ ଏହି ‘‘ମୋଦି ହଟାଓ-ଦେଶ ବଚାଓ’’ ସ୍ଲୋଗାନ ଉଠାଇବ । ଦଳ ଏହି ସ୍ଲୋଗାନ ସହ ଆସନ୍ତା ସାଧାରଣ ନିର୍ବାଚନ (2024) ରେ ବିଜେପି ବିରୋଧରେ ପ୍ରଚାର ମୈଦାନକୁ ଓହ୍ଲାଇବ । ଆସନ୍ତାକାଲି ହେବାକୁ ଥିବା କାର୍ଯ୍ୟକ୍ରମରେ ଦଳର ସାଂସଦ, ବିଧାୟକ ଓ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବେ ବୋଲି ଗୋପାଳ ରାୟ କହିଛନ୍ତି ।

ଗତ କିଛି ଦିନ ହେବ ଏକାଧିକ ମନ୍ତ୍ରୀଙ୍କ ଗିରଫଦାରୀ ପରେ ଆମ ଆଦମୀ ପାର୍ଟିରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଜେଲରେ ରହିଛନ୍ତି । ଅବକାରୀ ନୀତି ଦୁର୍ନୀତି ପରେ ଫିଡବ୍ୟାକ ୟୁନିଟ ଗଠନ ମାମଲାରେ ମଧ୍ୟ ଖିଅ ଖୋଜୁଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଆଗକୁ ଅନ୍ୟ କିଛି ଆମ ଆଦମୀ ପାର୍ଟିର ନେତା ମଧ୍ୟ ଗିରଫଦାରୀ ପରିଧିକୁ ଆସିପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.