ETV Bharat / bharat

Monsoon session: ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଂସଦରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜନୈତିକ ସୌଜନ୍ୟତା ଦେଖାଇଲେ ପ୍ରଧାନମନ୍ତ୍ରୀ । ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ । 18 ତାରିଖରେ ଭୋପାଲରେ ଜରୁରୀ ଅବତରଣ କରିଥିଲା ସୋନିଆଙ୍କ ବିମାନ । ଅଧିକ ପଢନ୍ତୁ

ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

author img

By

Published : Jul 20, 2023, 6:38 PM IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇଦିନ ତଳେ(18 ତାରିଖ)ରେ ସୋନିଆ ଓ ରାହୁଲଙ୍କ ସମେତ ଅନ୍ୟ କିଛି କଂଗ୍ରେସ ନେତା ବେଙ୍ଗାଲୁରୁ ବିରୋଧୀ ମହାମେଣ୍ଟ ବୈଠକରୁ ଅଂଶଗ୍ରହଣ କରି ଫେରିବା ବେଳେ ତାଙ୍କ ଚାଟାର୍ଡ ଫ୍ଲାଇଟ୍‌ କିଛି ଯାନ୍ତ୍ରିକ ତ୍ରୁଟି ଓ ପ୍ରତିକୂଳ ପାଗ କାରଣରୁ ଭୋପାଲରେ ଜରୁରୀ ଅବତରଣ କରିଥିଲା ।

ସେତେବେଳେ ସୋନିଆ କିମ୍ବା ରାହୁଲଙ୍କ ଅସୁସ୍ଥତା ନେଇ କୌଣସି ସୂଚନା ନଥିଲା । ହେଲେ ପରେ ରାହୁଲ ଉକ୍ତ ଦିନର ବିମାନ ଭିତରର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ପରେ ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ସୋନିଆ ବିମାନରେ ଏକ ଅକ୍ସିଜେନ୍‌ ମାସ୍କ ପିନ୍ଧି ଯାତ୍ରା କୁରଥିବାର ଫଟୋ ସେୟାର କରିଥିଲେ ରାହୁଲ । ଜରୁରୀ ଅବତରଣ କାରଣରୁ ସୋନିଆ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିବା ସନ୍ଦେହ କରାଯାଉଥିଲା । ଏହି କାରଣରୁ ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଚାରି ବୁଝିଛନ୍ତି ।

ଆଜି ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିିଆଙ୍କୁ ନିକଟକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ । ସେ ଠିକ୍‌ ଅଛନ୍ତି ବୋଲି ମଧ୍ୟ ସୋନିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିବା ସୂଚନା ମିଳିଛି । ମଣିପୁର ହିଂସା ପ୍ରସଙ୍ଗରେ କଂଗ୍ରେସ ସମେତ ତମାମ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟି ନତୃତ୍ବାଧୀନ କେନ୍ଦ୍ର ସରକାର ଉପରେ କ୍ଷୋଭବ୍ୟକ୍ତ କରି ଗୃହରେ ଅଚଳାବସ୍ଥା ସୃଷ୍ଟି କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ସୋନିଆଙ୍କ ମଧ୍ୟରେ ଏହି ସ୍ବଳ୍ପକାଳୀନ ସୌଜନ୍ୟମୂଳକ ବାର୍ତ୍ତାଳାପ ମଧ୍ୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ଭୋପାଳରେ ଜରୁରୀ ଅବତରଣ କଲା ସୋନିଆ ଓ ରାହୁଲଙ୍କ ବିମାନ

17 ଓ 18 ତାରିଖରେ ବେଙ୍ଗାଲୁରୁରେ ବିରୋଧୀଙ୍କ ଦୁଇ ଦିନିଆ ମହାସମାବେଶ ଶେଷ ହୋଇଛି । କଂଗ୍ରେସ ନେତୃତ୍ବରେ ହୋଇଥିବା ଏହି ସମାବେଶରେ ପାର୍ଟିର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘଦିନ ହେବ ରାଜନୀତିରେ ସକ୍ରିୟ ନଜର ଆସୁନଥିବା ସୋନିଆ ଗାନ୍ଧୀ 2019 ପରେ ପ୍ରଥମ ଥର ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନିର୍ବାଚନୀ ସଭାମଞ୍ଚରେ ସାମିଲ ହୋଇଥିଲେ ।

ପରେ ସେ ପାଟନାରେ ଆୟୋଜିତ ବିରୋଧୀଙ୍କ ପ୍ରଥମ ବୈଠକରେ ସାମିଲ ହୋଇନଥିବା ବେଳେ ବେଙ୍ଗାଲୁରୁର ଏହି ବୈଠକରେ ସାମିଲ ହୋଇଥିଲେ । ସମାବେଶ ଶେଷ ହେବା ପରେ 18 ତାରିଖ ସଂଧ୍ୟାରେ ସେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଏକ ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀ ଫେରୁଥିଲେ । ସାଙ୍ଗରେ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଥିଲେ । ହେଲେ ଭୋପାଲରେ ତାଙ୍କ ବିମାନଟି ଜରୁରୀ ଅବତରଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.