ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ପାଇଁ ମନା କରିଦେଲେ କଂଗ୍ରେସର ବରିଷ୍ଠ ନେତା ଅମ୍ବିକା ସୋନି । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ କଂଗ୍ରେସର ହାଇକମାଣ୍ଡଙ୍କ ଅଫରକୁ ମନା କରିଦେଇଛନ୍ତି ସୋନି ।
ସୂଚନା ଅନୁଯାୟୀ, ଅମ୍ବିକା ସୋନି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛୁକ ନାହାନ୍ତି । ତେଣୁ ହାଇକମାଣ୍ଡଙ୍କ ଅଫରକୁ ସିଧାସିଧା ସେ ମନା କରି ଦେଇଛନ୍ତି । ସୋନି ପଞ୍ଜାବ କଂଗ୍ରେସର ଜଣେ ବରିଷ୍ଠ ଏବଂ ଗାନ୍ଧୀବାଦୀ ନେତା ଥିବାରୁ ତାଙ୍କୁ ଏହି ଅଫର୍ କରାଯାଇଥିଲା । ତେବେ ଜଣେ ଶିଖ ସମ୍ପ୍ରଦାୟଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳୁ ବୋଲି ହାଇକମାଣ୍ଡଙ୍କୁ ପରାମର୍ଶ ଦେଇଛନ୍ତି ସୋନି ।
ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁ ମଧ୍ୟ ସୋନିଙ୍କୁ ବହୁତ୍ ସମ୍ମାନ କରନ୍ତି । ଅନ୍ୟପଟେ ସୋନି ମୁଖ୍ୟମନ୍ତ୍ରୀ ପାଇଁ ମନା କରିଦେବା ପରେ ଚଣ୍ଡିଗଡରେ ପୁଣି ବିଧାୟକଙ୍କୁ ନେଇ ନୂଆ ମୁଖ୍ୟମନ୍ତ୍ରୀ ପାଇଁ ମାନସମନ୍ଥନ ଚାଲିଛି । ସୂଚନା ଅନୁଯାୟୀ ଗତକାଲି(ଶନିବାର) ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଦଳୀୟ ସମସ୍ୟା ଦର୍ଶାଇ ପଦରୁ ଇସ୍ତଫା ଦେଇଛନ୍ତି ।
@ANI