ETV Bharat / bharat

Ambedkar Jayanti: ଗାନ୍ଧୀନଗରରେ ଧର୍ମ ପରିବର୍ତ୍ତନ କଲେ 50 ହଜାରରୁ ଊର୍ଦ୍ଧ୍ବ ଲୋକ - ବୌଦ୍ଧ ଧର୍ମ

ସମ୍ବିଧାନର ପ୍ରଣେତା ଆମ୍ବେଦକରଙ୍କ ଜୟନ୍ତୀରରେ ଗୁଜୁରାଟ ଗାନ୍ଧୀନଗରରେ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ଆପଣାଇଲେ ବୌଦ୍ଧ ଧର୍ମ । ଅଧିକ ପଢନ୍ତୁ

religion conversion
religion conversion
author img

By

Published : Apr 14, 2023, 9:07 PM IST

ଗାନ୍ଧୀନଗର: ସମ୍ବିଧାନର ପ୍ରଣେତା ବି.ଆର ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀରେ ବୌଦ୍ଧ ଧର୍ମ ଗ୍ରହଣ କଲେ ହଜାର ହଜାର ଲୋକ । ଧର୍ମ ପରିବର୍ତ୍ତନ ଲାଗି ଗୁଜୁରାଟ ଗାନ୍ଧୀନଗର ରାମକଥା ମୈଦାନରେ ଭିଡ଼ ଜମିଥିଲା । ଧର୍ମ ପରିବର୍ତ୍ତନ ଲାଗି ଏଠାରେ କିଛି ବୌଦ୍ଧ ଧାର୍ମିକ ଗୁରୁ ମଧ୍ୟ ଉପସ୍ଥିତ ରହିଥିଲେ । ସ୍ବୟଂ ସୈନିକ ଦଳର ନେତୃତ୍ବରେ ବୌଦ୍ଧ ଧର୍ମ ଗ୍ରହଣ କରିବା ଲାଗି ଗୁଜୁରାଟର ଅନେକ ଜିଲ୍ଲାରୁ ଲୋକେ ଗାନ୍ଧୀନଗରରେ ପହଞ୍ଚିଥିଲେ । ଆସନ୍ତା ୨୦୨୮ ମସିହା ପର୍ଯ୍ୟନ୍ତ ୧ କୋଟି ଲୋକ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି କହିଛନ୍ତି ଦଳର ନେତା ଦେବେନ୍ଦ୍ର ମକୱାନ ।

ଧର୍ମ ପରିବର୍ତ୍ତନ ଲାଗି ରାମକଥା ମୈଦାନରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ଏନେଇ ସ୍ବୟଂ ସୈନିକ ଦଳର ଜଣେ ନେତା ବିନୟ ପରମାର କହିଛନ୍ତି, "ଆଜି ବି ରାଜ୍ୟ ଓ ପୁରା ଦେଶରେ ଧର୍ମକୁ ନେଇ ଭେଦଭାବ ଦେଖିବାକୁ ମିଳୁଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ସହିତ ଅନ୍ୟାୟ ହେଉଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଉଥିବା ବେଳେ ସରକାର କେବଳ ୪ଲକ୍ଷ ଟଙ୍କା ସହାୟତା ଦେଉଛନ୍ତି । ଯେତେବେଳେ ଅନେକ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି ଓ ସେମାନେ କିଛି କହିପାରୁନାହାନ୍ତି ତେବେ ଉକ୍ତ ଧର୍ମକୁ ତ୍ୟାଗ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିବା ଉଚିତ ।"

ଏହା ବି ପଢନ୍ତୁ- Footbridge Collapsed: ବୈଶାଖୀ ମେଳାରେ ଧସିଲା ପୋଲ, ୪୦ ଆହତ

ସେ ଆହୁରି କହିଛନ୍ତି ଯେ ଆଜି ଏଠାରେ ଉପସ୍ଥିତ ରହିଥିବା ଲୋକମାନେ ବୌଦ୍ଧ ଧର୍ମ ଗ୍ରହଣ କରିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତନ୍ମଧ୍ୟରୁ କିଛି ଲୋକଙ୍କୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ଲୋକଙ୍କୁ ଏଯାଏଁ ଅନୁମତି ଦିଆଯାଇନାହିଁ । ଆଗକୁ ଉକ୍ତ ବ୍ୟକ୍ତିଙ୍କୁ ଅନୁମତି ମିଳିବା ପରେ ଏହି ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମ ଜାରି ରହିବ । ସେପଟେ ସ୍ବୟଂ ସୈନିକ ଦଳର କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ମକୱାନ ଗାନ୍ଧୀନଗର ରାମକଥା ମୈଦାନରେ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ କହିଛନ୍ତି, "ଏହି କାର୍ଯ୍ୟକ୍ରମ ୨୦୨୦-୨୧ରେ ଗୁଜୁରାଟରେ ହେବାର ଥିଲା । ମାତ୍ର କୋରୋନା ମହାମାରୀ ପାଇଁ ଏହାକୁ ରଦ୍ଦ କରାଯାଇଥିଲା । ଆଜି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।"

ଯେତେବେଳେ ୨୦୨୮ ମସିହାରେ ଏହିପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବେ ସେତେବେଳେ ପ୍ରାୟ ୧ କୋଟି ଲୋକ ବୌଦ୍ଧ ଧର୍ମକୁ ସ୍ବୀକାର କରିବେ । ସ୍ବୟଂ ସୈନିକ ଧର୍ମର ଆୟୋଜନ କରାଯାଇ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ଏକତ୍ର କରାଯିବ । ଏଥିଲାଗି ମାଷ୍ଟର ପ୍ଲାନ ମଧ୍ୟ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଦେବେନ୍ଦ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.