ETV Bharat / bharat

India in Ukraine: ଓଡିଆ ଅଫିସରଙ୍କ କାନ୍ଧରେ ଭାରତୀୟଙ୍କ ସୁରକ୍ଷା ଦାୟିତ୍ବ - ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଖବର

ୟୁକ୍ରେନରେ ଋଷର ଆକ୍ରମଣ ପରେ ସାରା ବିଶ୍ବରେ ସମସ୍ତ ଦେଶର ଚିନ୍ତା ବଢି ଯାଇଛି । ସେହିପରି ୟୁକ୍ରେନରେ ରହୁଥିବା ଭାରତୀୟ ଓ ବିଭିନ୍ନ ଅନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ସମସ୍ତେ ଚିନ୍ତିତ । ଅଧିକ ପଢନ୍ତୁ

India in Ukraine: ଓଡିଆ ଅଫିସରଙ୍କ କାନ୍ଧରେ ଭାରତର ସୁରକ୍ଷା ଦାୟିତ୍ବ

author img

By

Published : Feb 25, 2022, 7:01 PM IST

Updated : Feb 25, 2022, 8:42 PM IST

ନୂଆଦିଲ୍ଲୀ: ୟୁକ୍ରେନ ଉପରରେ ଋଷର ଆକ୍ରମଣ ପରେ ସାରା ବିଶ୍ବରେ ସମସ୍ତ ଦେଶର ଚିନ୍ତା ବଢି ଯାଇଛି । ସେହିପରି ୟୁକ୍ରେନରେ ରହୁଥିବା ଭାରତୀୟ ଓ ବିଭିନ୍ନ ଅନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ସମସ୍ତ ଚିନ୍ତା ବଢି ଯାଇଛି । ତେବେ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସରକାର ସମସ୍ତ ପ୍ରସ୍ତୁତି ଜାରି ରଖିଛି ।

ଓଡିଆ ଅଫିସରଙ୍କ କାନ୍ଧରେ ଭାରତୀୟଙ୍କ ସୁରକ୍ଷା ଦାୟିତ୍ବ

ତେବେ ଭାରତୀୟଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା ପାଇଁ ସମସ୍ତ ଦାୟିତ୍ବ ଓଡିଆ ଅଫିସରଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି । ଏହି ଓଡିଆ ଅଫିସର ହେଉଛନ୍ତି ୟୁକ୍ରେନରେ ଥିବା ଭାରତୀୟ ଦୂତାବାସର ରାଜଦୂତ ପାର୍ଥ ଶତପଥୀ । ସେହିଭଳି ଭାରତୀୟଙ୍କ ସୁରକ୍ଷା ଲାଗି ପାର୍ଥ ଭିଡିଓ ମାଧ୍ୟମରେ ଯିଏ ଯେଉଁଠି ରହିଛ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କ ସୁରକ୍ଷା ଲାଗି ମଧ୍ୟ ନଜର ରଖିବାକୁ ନିବେଦନ କରିଛନ୍ତି ।

ସେହିପରି ଭାରତୀୟ ଦୂତାବାସ ସମ୍ପର୍ଣ୍ଣ ପ୍ରସ୍ତୁତ ରହିଛି । ସ୍ଥିତି ସୁଧିରିଲେ ଆମେ ଭାରତୀୟଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ତ୍ବରିତ କରିବୁ ବୋଲି ପାର୍ଥ କହିଛନ୍ତି । ଏଥିସହ ଦୂତାବାସରେ ଆଶ୍ରୟ ନେଇଥିବା ଛାତ୍ରଛାତ୍ରୀଙ୍କ ସହ ପାର୍ଥ ଆଲୋଚନା କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଯୁଦ୍ଧ ଯୋଗୁଁ ବ୍ୟତିବ୍ୟସ୍ତ ନହେବା ପାଇଁ ସାହାସ ଦେଇଛନ୍ତି ପାର୍ଥ ।

ଅନ୍ୟପଟେ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ସହ ବାୟୁସେନା ପ୍ରସ୍ତୁତ ରହିଛି । ଏଠାକାର ପରିସ୍ଥିତି ସହ ଆମେ ସରକାରଙ୍କ ସହ ଆଲୋଚନା କରୁଛୁ । ଭାରତୀୟଙ୍କୁ ଖୁବଶୀଘ୍ର ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ବ୍ୟବସ୍ଥା ଜାରି ରହିଥିବା ପାର୍ଥ ଶତପଥୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 25, 2022, 8:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.