ETV Bharat / bharat

Radhika Merchant Arangetram: ଭାବି ବୋହୂ ପାଇଁ ଅମ୍ବାନିଙ୍କ ସ୍ପେଶାଲ ସେରିମନି, ସୁନାମଧନ୍ୟ ବ୍ୟକ୍ତି ସାମିଲ - ଅନନ୍ତ ଅମ୍ବାନିଙ୍କ ଭାବି ପତ୍ନୀ

ଭାବି ବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କ ପାଇଁ ସ୍ପେଶାଲ ସେରିମନିର ଆୟୋଜନ କଲେ ମୁକେଶ ଅମ୍ବାନି ଓ ନୀତା ଅମ୍ବାନି । ରାଧିକା ଏଥିରେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିବା ବେଳେ ବଲିଉଡ଼ କଳାକାରଙ୍କ ସହିତ ଅନେକ ସୁନାମଧନ୍ୟ ବ୍ୟକ୍ତିବିଶେଷ ସାମିଲ ଥିଲେ । ଅଧିକ ପଢନ୍ତୁ

Radhika Merchant Arangetram: ଭାବି ବୋହୂ ପାଇଁ ଅମ୍ବାନିଙ୍କ ସ୍ପେଶାଲ ସେରିମନି, ସୁନାମଧନ୍ୟ ବ୍ୟକ୍ତି ସାମିଲ

author img

By

Published : Jun 6, 2022, 8:13 AM IST

Updated : Jun 6, 2022, 8:59 AM IST

ମୁମ୍ବାଇ: ସ୍ବପ୍ନର ନଗରୀ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସମୃଦ୍ଧ କଳା ଏବଂ ଜୀବନ୍ତ ସଂସ୍କୃତି ପାଇଁ ଖ୍ୟାତି ଅର୍ଜନ କରିଛି । ମାତ୍ର କୋରୋନା ପାଇଁ ଏହା ଗତ କିଛି ମାସ ଧରି ସ୍ତବ୍ଧ ହୋଇଯାଇଥିବା ବେଳେ ପୁଣି ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ପାନିଙ୍କ ଅରଙ୍ଗେତ୍ରମ (Arangetram) କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଜୀବନ୍ତ ହୋଇଉଠିଛି । ଅମ୍ବାନି ପରିବାର ନିଜ ଭାବି ବୋହୂ ରାଧିକା ମର୍ଚ୍ଚାଣ୍ଟ(Radhika Merchant)ଙ୍କ ପାଇଁ ଏହି କାର୍ଯ୍ୟକ୍ରମକୁ ଜିଓ ୱାର୍ଲ୍ଡ ସେଣ୍ଟର(Jio World Centre)ରେ ଆୟୋଜିତ କରିଥିବା ବେଳେ ଏଥିରେ ଅନେକ ସୁନାମଧନ୍ୟ ବ୍ୟକ୍ତିବିଶେଷଙ୍କ ସହ ବଲିଉଡ଼ ସେଲିବ୍ରିଟି ସାମିଲ ହୋଇଛନ୍ତି ।

Radhika Merchant Arangetram
ନର୍ତ୍ତକୀ ବେଶରେ ରାଧିକା

ଏହି କାର୍ଯ୍ୟକ୍ରମରେ ରାଧିକା କେରଳର ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ (Bharatnatyam) ରେ ଏକ ଦମଦାର ନୃତ୍ୟ ପରିବେଷଣ କରିଛନ୍ତି । ରାଧିକା ନିଜ ନୃତ୍ୟ ଶିକ୍ଷା ଶେଷ କରିବା ପରେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି କରିଥିଲେ । ରାଧିକାଙ୍କ ପ୍ରଥମ ସୋଲୋ ଷ୍ଟେଜ ଡାନ୍ସକୁ ସମର୍ଥନ କରିବା ସହ ତାଙ୍କୁ ପ୍ରୋତ୍ସାହିତ କରିବା ଲାଗି ରବିବାର ଜିଓ ୱାର୍ଲ୍ଡ ସେଣ୍ଟରରେ ବଲିଉଡ଼ ନେତାଙ୍କ ସହିତ ସୁନାମ ଧନ୍ୟ ବ୍ୟକ୍ତିମାନେ ସାମିଲ ହୋଇଥିଲେ । ଏଥିରେ ଅମ୍ବାନି ଓ ମର୍ଚ୍ଚାଣ୍ଟ ପରିବାର ମଧ୍ୟ ସାମିଲ ହୋଇ ରାଧିକାଙ୍କୁ ଉତ୍ସାହିତ କରିଥିଲେ । ବଲିଉଡ଼ ସେଲିବ୍ରିଟି ମାନଙ୍କ ମଧ୍ୟରେ ସଲମାନ ଖାନ ଓ ରଣବୀର ସିଂଙ୍କ ପ୍ରମୁଖ ସାମିଲ ଥିଲେ ।

  • କିଏ ରାଧିକା ମର୍ଚ୍ଚାଣ୍ଟ ?
    Radhika Merchant Arangetram
    ଅନନ୍ତ ଅମ୍ବାନିଙ୍କ ଭାବି ପତ୍ନୀ ରାଧିକା ମର୍ଚ୍ଚାଣ୍ଟ

ରାଧିକା ମର୍ଚ୍ଚାଣ୍ଟ ମୁକେଶ ଅମ୍ବାନି ଓ ନୀତା ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କୁ ବିବାହ କରିବାକୁ ଯାଉଛନ୍ତି । ରାଧିକା ଶିଳ୍ପପତି ଭିରେନ ମର୍ଚ୍ଚାଣ୍ଟ ଓ ପତ୍ନୀ ଶୈଲା ମର୍ଚ୍ଚାଣ୍ଟଙ୍କ ଝିଅ । ଗତ ୨୦୧୯ ମସିହାରେ ଅନନ୍ତଙ୍କ ସହିତ ନିର୍ବନ୍ଧ କରିଥିଲେ ରାଧିକା । ରାଧିକା ମୁମ୍ବାଇରେ କାଥେଡ୍ରାଲ ଓ ଜନ୍‌ କ୍ୟାନନ୍‌ ସ୍କୁଲରେ ପାଠ ପଢିଥିବା ବେଳେ ନ୍ୟୁୟର୍କ ୟୁନିଭର୍ସିଟିରୁ ରାଜନୀତି ଓ ଅର୍ଥନୀତି ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ପାଠପଢା ସହିତ ନୃତ୍ୟରେ ରୁଚି ରଖନ୍ତି ସେ । ଶ୍ରୀନିଭା ଆର୍ଟ୍ସ(Shree Nibha Arts)ରେ ଗୁରୁ ଭାବନା ଠାକରଙ୍କଠାରୁ ସେ ସାଂସ୍କୃତିକ ନୃତ୍ୟ ଶିଖିଛନ୍ତି ।

  • ଦର୍ଶକଙ୍କ ଜମିଲା ଭିଡ଼
    Radhika Merchant Arangetram
    ରାଧିକାଙ୍କ ଅଙ୍ଗଭଙ୍ଗୀର ପ୍ରଶଂସାରେ ଶତମୁଖ ଦର୍ଶକ

ରାଧିକାଙ୍କ ଶାସ୍ତ୍ରୀୟ ନୃତ୍ୟକୁ ଉପଭୋଗ କରିବା ତାଙ୍କୁ ଉତ୍ସାହିତ କରିବା ପାଇଁ ବହୁ ସଂଖ୍ୟକ ଦର୍ଶକ ଏକତ୍ରିତ ହୋଇଥିଲେ । ଏହି ଅବସରରେ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପରିବାରର ସମସ୍ତ ସଦସ୍ୟ ଏବଂ ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କଳା, ବ୍ୟବସାୟ ଏବଂ ଜନସେବା ସହିତ ଜଡିତ ପ୍ରାୟ ସମସ୍ତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଅତିଥିମାନେ ଧିରୁଭାଇ ଅମ୍ବାନୀ ସ୍କୋୟାର ଦେଇ ଜିଓ ୱାର୍ଲ୍ଡ ସେଣ୍ଟରର ଗ୍ରାଣ୍ଡ ଥିଏଟରରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

  • ପାରମ୍ପରିକ ଲୁକ୍‌ରେ ପହଞ୍ଚିଲେ ଅତିଥି
    Radhika Merchant Arangetram
    ଅରଙ୍ଗେତ୍ରମ ମାଧ୍ୟମରେ ରାଧିକାଙ୍କ ପ୍ରଥମ ସୋଲୋ ଡାନ୍ସ

ଅଧିକାଂଶ ଅତିଥି ପାରମ୍ପାରିକ ପୋଷାକ ପରିଧାନ କରି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ମହିଳାମାନେ ରେଶମ ଶାଢୀ ପିନ୍ଧିଥିବା ବେଳେ ପୁରୁଷ ଅତିଥିମାନେ ଶେରୱାନି ଏବଂ କୁର୍ତ୍ତାରେ ନଜର ଆସିଥିଲେ । କାର୍ଯ୍ୟକ୍ରମରେ ଅମ୍ବାନି ଏବଂ ମର୍ଚ୍ଚାଣ୍ଟ ପରିବାରର ସଦସ୍ୟ ପ୍ରତ୍ୟେକ ଅତିଥିଙ୍କୁ ସ୍ବାଗତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ କୋଭିଡ ନିୟମଗୁଡିକୁ କଡାକଡି ଭାବରେ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ସମସ୍ତ ଅତିଥିଙ୍କ କୋଭିଡ ପରୀକ୍ଷା କରାଯାଇଥିଲା ।

  • ଦମଦାର ନୃତ୍ୟ ପରିବେଷଣ କଲେ ରାଧିକା
    Radhika Merchant Arangetram
    ରାଧିକାଙ୍କ ଦମଦାର ନୃତ୍ୟରେ ବିସ୍ମିତ ଅତିଥି

ରାଧିକା ମର୍ଚ୍ଚାଣ୍ଟ ତାଙ୍କ ଅଙ୍ଗଭଙ୍ଗୀ ଓ ଦମଦାର ନୃତ୍ୟରେ ସମସ୍ତଙ୍କୁ ବିସ୍ମିତ କରିଥିଲେ । ଏହା ତାଙ୍କ ନୃତ୍ୟ ଗୁରୁ ଭାବନା ଠାକରଙ୍କ ପାଇଁ ଅତ୍ୟନ୍ତ ଖୁସିର ମୂହୁର୍ତ୍ତ ଥିଲା । କାରଣ ସେ ରାଧିକାଙ୍କୁ ଭାରତନାଟ୍ୟମରେ 8 ବର୍ଷରୁ ଅଧିକ ସମୟ ତାଲିମ ଦେଇଛନ୍ତି ।

  • 'ଅରଙ୍ଗେତ୍ରମ'ର ଅର୍ଥ କଣ ?
    Radhika Merchant Arangetram
    ଗୁରୁ ଭାବନା ଠାକରଙ୍କଠାରୁ ନେଉଥିଲେ ତାଲିମ

ଅରଙ୍ଗେତ୍ରମ (Arangetram) ହେଉଛି ଏକ ମୁହୂର୍ତ୍ତ ଯେତେବେଳେ ଜଣେ ଯୁବ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପ୍ରଥମ ଥର ପାଇଁ ମଞ୍ଚରେ ନୃତ୍ୟ ପରିବେଷଣ କରନ୍ତି । ତାଙ୍କର ବହୁ ବର୍ଷର ପରିଶ୍ରମକୁ ସେ ମଞ୍ଚରେ ଦର୍ଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରନ୍ତି । ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବା ଏବଂ ଅନ୍ୟମାନଙ୍କୁ ତାଲିମ ଦେବା ପାଇଁ ଏହି ଶବ୍ଦ ନୃତ୍ୟଶିଳ୍ପୀଙ୍କ ସ୍ନାତକୋତ୍ତରକୁ ମଧ୍ୟ ସୂଚିତ କରିଥାଏ ।

  • ଅମ୍ବାନି ପରିବାରରେ ୨ୟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ସାମିଲ
    Radhika Merchant Arangetram
    ନର୍ତ୍ତକୀ ବେଶରେ ରାଧିକା

ନୀତା ଅମ୍ବାନିଙ୍କ ପରେ ଅମ୍ବାନି ପରିବାରରେ ରାଧିକା ମର୍ଚ୍ଚାଣ୍ଟ ଦ୍ବିତୀୟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଭାବେ ସାମିଲ ହେବେ । ନୀତା ଅମ୍ବାନି ନିଜେ ଜଣେ ତାଲିମପ୍ରାପ୍ତ ଭରତନାଟ୍ୟମ ନୃତ୍ୟଶିଳ୍ପୀ । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେ ବିଭିନ୍ନ ଦାୟିତ୍ବ ତୁଲାଇବା ସତ୍ତ୍ବେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରନ୍ତି । କାର୍ଯ୍ୟକ୍ରମ ଶେଷରେ ସେଠାରେ ଉପସ୍ଥିତ ଅତିଥିମାନେ ରାଧିକାଙ୍କୁ ତାଳି ବଜାଇ ଉଚ୍ଚ ପ୍ରଶଂସା କରିଥିଲେ ।

Last Updated : Jun 6, 2022, 8:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.