ETV Bharat / bharat

କ୍ରମାଗତ ଦ୍ବିତୀୟ ଦିନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ

author img

By

Published : Jul 6, 2022, 12:30 PM IST

ଆଜି ମଧ୍ୟ ସ୍ଥଗିତ ରହିଲା ପ୍ରସିଦ୍ଧ ଅମରନାଥ ଯାତ୍ରା । ଗତକାଲି ପରେ ଆଜି ମଧ୍ୟ ପାଗରେ ଆସିନି ସୁଧାର । ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ । ଅଧିକ ପଢନ୍ତୁ

କ୍ରମାଗତ ଦ୍ବିତୀୟ ଦିନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ
କ୍ରମାଗତ ଦ୍ବିତୀୟ ଦିନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ

ଶ୍ରୀନଗର: ପ୍ରସିଦ୍ଧ ଅମରନାଥ ଯାତ୍ରା ଜାରି ରହିଥିବାବେଳେ ପ୍ରତିକୂଳ ପାଗ ସାଜିଛି ବାଧକ । ଆଜି କ୍ରମାଗତ ଦ୍ବିତୀୟ ଦିନ ପାଇଁ ଯାତ୍ରାକୁ ସ୍ଥଗିତ ରଖିଛି ଜମ୍ମୁ କାଶ୍ମୀର ପ୍ରଶାସନ । ଗତକାଲି ଖରାପ ପାଗ ପାଇଁ ଯାତ୍ରା ବନ୍ଦ ରହିଥିଲା । ତେବେ ଆଜି ପାଗରେ ସୁଧାର ନଆସିବାରୁ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।

ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି, ଖରାପ ପାଗରେ ଯାତ୍ରା କରିବା ଶ୍ରଦ୍ଧାଳୁଙ୍କ ପାଇଁ ସମ୍ଭବପର ନୁହେଁ । ତେଣୁ ପାଗ ଉପରେ ନଜର ରଖାଯାଇଛି । ସୁଧାର ଆସିଲେ ଯାତ୍ରାକୁ ପୁଣି ଆରମ୍ଭ କରାଯିବା ନେଇ ଚିନ୍ତା କରାଯିବ । ଆଜି ଅପରାହ୍ନ ସୁଦ୍ଧା ପାଗରେ ସୁଧାର ଆସିବା ନେଇ ଆଶା କରାଯାଉଛି । ଏପରି ହେଲେ ଆସନ୍ତାକାଲି ଯାତ୍ରା ପୁଣି ସ୍ବାଭାବିକ ହୋଇପାରେ ।

ଗତ ମାସ (ଜୁନ) 30 ରେ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ ଯାତ୍ରାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 65 ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିସାରିଲେଣି । ସମୁଦ୍ର ପତନ ଠାରୁ 3,888 ମିଟର ଉଚ୍ଚତାରେ ଥିବା ଏହି ଗୁମ୍ପାରେ ମହାଦେବଙ୍କର ବରଫ ସ୍ବରୂପ ଅବିର୍ଭାବ ହୋଇଥାନ୍ତି । ଯାହାଙ୍କୁ ଦର୍ଶନ କରିବା ପାଇଁ ଏକ ସ୍ବତନ୍ତ୍ର ଯାତ୍ରାର ଆୟୋଜନ ହୋଇଥାଏ । ଚଳିତ ଥର ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.