ETV Bharat / bharat

Amarnath cloudburst: ମୃତ୍ୟୁ ସଂଖ୍ୟା 16କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Jul 9, 2022, 11:14 AM IST

16କୁ ବଢିଲା ଅମରନାଥ ଅଘଟଣ ମୃତ୍ୟୁ ସଂଖ୍ୟା । ଏବେବି ଉଦ୍ଧାର କାର୍ଯ୍ୟ ଜାରି । ଘଟଣାସ୍ଥଳରୁ ସୁରକ୍ଷିତ ସ୍ଥାନାନ୍ତରିତ ହେଲେଣି 15 ହଜାର ଶ୍ରଦ୍ଧାଳୁ । ଉଦ୍ଧାର କାର୍ଯ୍ୟରେ ସେନା ହେଲିକପ୍ଟର । ବାବା ଅମରନାଥ ଗୁମ୍ଫା ନିକଟରେ ଗତକାଲି ସଂଧ୍ୟାରେ ବାଦଲ ଫଟା ବର୍ଷା ପରେ ଘଟିଥିଲା ଅଘଟଣ । ଅଧିକ ପଢନ୍ତୁ

Amarnath cloudburst: ମୃତ୍ୟୁ ସଂଖ୍ୟା 15 କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ଶ୍ରୀନଗର: ଗତକାଲି (ଶୁକ୍ରବାର) ପ୍ରସିଦ୍ଧ ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି 13 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା 16କୁ ବୃଦ୍ଧି ପାଇଛି । ଏଥିରେ 60ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟ କିଛି ନିଖୋଜଙ୍କ ପତ୍ତା ମିଳି ନଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

Amarnath cloudburst: ମୃତ୍ୟୁ ସଂଖ୍ୟା 16କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ଗତକାଲି ଠାରୁ ଗୁମ୍ଫା ଅଭିମୁଖେ ପଦଯାତ୍ରାକୁ ସ୍ଥଗିତ ରଖାଯାଇଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ITBP ର ଯବାନ ନିୟୋଜିତ ହୋଇଛନ୍ତି । ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ମୃତଦେହ ଓ ଆହତଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ସେନାର MI-17 ହେଲିକପ୍ଟର ନିୟୋଜିତ କରାଯାଇଛି । ଏକାଧିକ ହେଲିକପ୍ଟର ଉଦ୍ଧାର ଅଭିଯାନରେ ନିୟୋଜିତ ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ଉଡାଣରେ ସମସ୍ୟା ସୃଷ୍ଟି ହୋଇଛି ।

ITBP ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ପ୍ରାୟ 15,000 ଲୋକଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଉଦ୍ଧାର ସରିଲାଣି । ଗତକାଲି ସଂଧ୍ୟାରୁ ଆଜି ଭୋର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଥିଲା । ଏଥିରେ ଶ୍ରଦ୍ଧାଳୁ କ୍ୟାମ୍ପରେ ଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି । ବାବା ଅମରନାଥଙ୍କ ଗୁମ୍ଫା ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଶ୍ରଦ୍ଧାଳୁ ଶିବିର ନିକଟରେ ଏହି ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ପାହାଡରୁ ପ୍ରବଳ ବର୍ଷା ଜଳ ପ୍ରବାହିତ ହେବା ସହ ଜଳସ୍ରୋତରେ ଅନେକ ଭାସି ଯାଇଥିଲେ ।

ଅନ୍ୟ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ନିଖୋଜ ସମ୍ପର୍କିତ କୌଣସି ସୂଚନା ପାଇବା ପାଇଁ ସେନା ମଧ୍ୟ ହେଲ୍ପ-ଲାଇନ ନମ୍ବର (9149720998 ) ଜାରି କରିଛି । ଉଦ୍ଧାର କାର୍ଯ୍ୟରେ ପ୍ରଶିକ୍ଷିତ ସେନା କୁକୁର ମଧ୍ୟ ନିୟୋଜିତ ହୋଇଛନ୍ତି । ଏବେ ସୁଦ୍ଧା 16 ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.