ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଷ୍ଟାର କ୍ୟାମ୍ପେନର ହୋଇପାରନ୍ତି ପ୍ରଖ୍ୟାତ ସାଉଥ ଅଭିନେତା ଅଲ୍ଲୁ ଅର୍ଜୁନ। ଭାରତ ରାଷ୍ଟ୍ର ସମିତି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ବଶୁର ଚନ୍ଦ୍ରଶେଖର ରେଡ୍ଡିଙ୍କ ନିମନ୍ତ୍ରଣକ୍ରମେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ଚନ୍ଦ୍ରଶେଖର ରେଡ୍ଡିଙ୍କ ପୈତୃକ ଗ୍ରାମ ବଟୁଗୁଡେମଠାରେ କାଞ୍ଚରଲା କନଭେସନ ହଲର ଉଦଘାଟନ କରିଛନ୍ତି ଅଲ୍ଲୁ ଅର୍ଜୁନ।
ନାଲଗୋଣ୍ଡା ଜିଲ୍ଲାର ବଟୁଗୁଡେମ ଗାଁରେ ନିର୍ମାଣ କରାଯାଇଛି ଏହି କନଭେନସନ ହଲ୍। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ବଶୁରଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି। ସେପଟେ ନିଜ ପ୍ରିୟ ଅଭିନେତାଙ୍କୁ ଅତି ନିକଟରୁ ଦେଖି ଫ୍ୟାନ୍ସ ମାନେ ବେଶ ଖୁସି ଥିବାବେଳେ ସେମାନଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ଭଲ ପାଇବା ଜାହିର କରିଛନ୍ତି ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନ। ନିଜ ଅଞ୍ଚଳକୁ ଅଲ୍ଲୁ ଅର୍ଜୁନ ଆସୁଥିବାର ଦେଖି ଫ୍ୟାନ୍ସ ମାନେ ଏକ ବାଇକ ରାଲି କରାଯାଇଥିଲା। ପ୍ରଶଂସକମାନେ ଶୋଭାଯାତ୍ରାରେ ବାହାରି ତାଙ୍କର ସ୍ବାଗତ କରିଥିବା ଦେଖିବାକୁ ମିଳିଛି।
ଏହା ମଧ୍ୟ ପଢନ୍ତୁ...ଗଦର 2 ସଫଳତା ମଧ୍ୟରେ 3ୟ ଭାଗ ନେଇ ଚର୍ଚ୍ଚା, ଏହା କହିଲେ ସନ୍ନି ଦେଓଲ
ଅପରପକ୍ଷେ, ଚନ୍ଦ୍ରଶେଖର ରେଡ୍ଡି ଆସନ୍ତା ନିର୍ବାଚନରେ ନାଗାର୍ଜୁନସାଗର ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିସାରିଛନ୍ତି। ତେବେ ତାଙ୍କ ପାଇଁ 'ବନି' ଅର୍ଥାତ୍ ଅଲ୍ଲୁ ଅର୍ଜୁନ ପ୍ରଚାର କରିବେ ବୋଲି ମଧ୍ୟ କହିଛନ୍ତି ଚନ୍ଦ୍ରଶେଖର ରେଡ୍ଡି । ତେବେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବ୍ଲକ ବଷ୍ଟର ଫିଲ୍ମ ପୁଷ୍ପାରେ ସେ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଫିଲ୍ମର ଡାଇଲଗ ଏବେବି ଅନେକ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି।
ତେବେ ପୁଷ୍ପାର ସିକ୍ବେଲ ରିଲିଜ ଅପେକ୍ଷାରେ ରହିଛନ୍ତି ଦର୍ଶକ। ଏହାରି ଭିତରେ ରିଲିଜ ପୂର୍ବରୁ ହିଁ ଫାଷ୍ଟ ଲୁକରେ ରେକର୍ଡ ସୃଷ୍ଟି କରିଛି ପୁଷ୍ପା-2। ଫିଲ୍ମର ନିର୍ମାତାମାନେ ଆଇକୋନିକ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଉପଲକ୍ଷେ ଫିଲ୍ମର ପୋଷ୍ଟର ସେୟାର କରିଥିଲେ। ସବୁଠୁ ବଡ଼ କଥା ହେଉଛି, ଓଡ଼ିଶାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଫିଲ୍ମଟି ସୁଟିଂ କରାଯାଇଛି। ଅପରପକ୍ଷେ, ସୁକୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ପୁଷ୍ପା-2ର ରିଲିଜ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ମେକର୍ସ। ତେବେ ପୁଷ୍ପାକୁ ମିଳିଥିବା ସଫଳତା ଭଳି ପୁଷ୍ପା-2 ମଧ୍ୟ ବକ୍ସ ଅଫିସରେ ଢେର ରୋଜଗାର କରିବ ବୋଲି ଆଶା ରଖାଯାଇଛି।