ETV Bharat / bharat

ଗାଈକୁ ଜାତୀୟ ପଶୁ ମାନ୍ୟତା, କେନ୍ଦ୍ରକୁ ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ - ଆହ୍ଲାବାଦ ହାଇକୋର୍ଟ

ଗୌହତ୍ୟାକୁ ନିଷେଧ କରିବା ସହ ଗାଈକୁ ଜାତୀୟ ପଶୁ ଘୋଷଣା କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ । ଅଧିକ ପଢନ୍ତୁ...

ଗାଇକୁ ଜାତୀୟ ପଶୁ ଘୋଷଣା କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ

author img

By

Published : Sep 1, 2021, 11:00 PM IST

ଲକ୍ଷ୍ନୌ: ବୈଦିକ, ପୌରାଣିକ, ସାଂସ୍କୃତିକ ଗୁରୁତ୍ବ ଏବଂ ସାମାଜିକ ଉପଯୋଗିତାକୁ ଦୃଷ୍ଟିରେ ରଖି ଗାଈକୁ ଜାତୀୟ ପଶୁ ଭାବରେ ଘୋଷଣା କରିବାକୁ ଆହ୍ଲାବାଦ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

କୋର୍ଟ କହିଛନ୍ତି, ଭାରତରେ ଗାଈକୁ ଗୋ ମାତା ବୋଲି ବିବେଚନା କରାଯାଏ । ଏହା ହିନ୍ଦୁମାନଙ୍କର ବିଶ୍ବାସର ବିଷୟ । ବିଶ୍ବାସ ଉପରେ ଆଘାତ କରିବା ଦେଶକୁ ଦୁର୍ବଳ କରିଦିଏ । ତେଣୁ ଭାରତରେ ଗୋହତ୍ୟା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ଗାଈକୁ ଭାରତୀୟ ଜାତୀୟ ପଶୁଭାବେ କେନ୍ଦ୍ର ସରକାର ଘୋଷଣା କରନ୍ତୁ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି ।

ସେହପରି ଅଦାଲତ କହିଛନ୍ତି ଯେ ଗୋମାଂସ ଖାଇବା କୌଣସି ସମ୍ପ୍ରଦାୟର ମୌଳିକ ଅଧିକାର ନୁହେଁ । ଲାଳସା ମେଣ୍ଟାଇବା ପାଇଁ ଜୀବ ହତ୍ୟା କେବେ ମୋଳିକ ଅଧିକାର ହୋଇପାରିବ ନାହିଁ । ଗାଈ ହେଉଛି ଭାରତୀୟ କୃଷିର ମେରୁଦଣ୍ଡ । ସେହିପରି ବୃଦ୍ଧ ଗୋରୁମାନଙ୍କ ସେବା ଯତ୍ନ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ଯେ ସମଗ୍ର ବିଶ୍ବରେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ସମସ୍ତ ବର୍ଗର ଲୋକ ବାସ କରନ୍ତି। ସମସ୍ତଙ୍କର ପୂଜା ପଦ୍ଧତି ଅଲଗା ହୋଇପାରେ, କିନ୍ତୁ ସମସ୍ତଙ୍କର ଚିନ୍ତାଧାରା ସମାନ । ସମସ୍ତେ ପରସ୍ପରର ଧର୍ମକୁ ସମ୍ମାନ କରନ୍ତି। ଯଦି ଗୋ ହତ୍ୟା କରୁଥିବା ବ୍ୟକ୍ତି ମୁକ୍ତ ହୁଏ ତେବେ ସେ ପୁଣି ଅପରାଧ କରିବ ।

ଆଜି (ବୁଧବାର) ଶୁଣାଣିବେଳେ କୋର୍ଟ କହିଛନ୍ତି ଯେ 29ଟି ରାଜ୍ୟ ମଧ୍ୟରୁ 24 ଟିରେ ଗା ହତ୍ୟା ନିଷେଧ କରାଯାଇ ସାରିଲାଣି । ଗୋଟିଏ ଗୋରୁ ଜୀବନକାଳ ମଧ୍ୟରେ 410 ରୁ 440 ଲୋକଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଖାଦ୍ୟ ଯୋଗାଇଥାଏ ଏବଂ ଗୋମାଂସ କେବଳ 80 ଲୋକଙ୍କୁ ଖାଇବାକୁ ଦେଇଥାଏ । ଗୋ ହତ୍ୟାକୁ ରୋକିବା ପାଇଁ ଇତିହାସରେ କରାଯାଇଥିବା ପ୍ରୟାସକୁ ବର୍ଣ୍ଣନା କରି ସେ କହିଛନ୍ତି ଯେ ମହାରାଜା ରଣଜିତ ସିଂ ଗୋହତ୍ୟା ପାଇଁ ମୃତ୍ୟୁଦଣ୍ଡାଦେଶର ବ୍ୟବସ୍ଥା କରିଥିଲେ । କେବଳ ଏତିକି ନୁହେଁ, ଅନେକ ମୁସଲମାନ ଏବଂ ହିନ୍ଦୁ ରାଜା ଇତିହାସରେ ଗାହତ୍ୟାକୁ ସମ୍ପୂର୍ଣ୍ଣ ନିଷେଧ କରିବା ସହ ଅପରାଧ ଭାବେ ମଧ୍ୟ ନିର୍ଣ୍ଣୟ କରୁଥିଲେ ।

ଏହାପୂର୍ବରୁ 2020 ମସିହାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଗା ସୁରକ୍ଷା ସମ୍ବନ୍ଧରେ ଏକ ଆଇନ ପ୍ରଣୟନ କରିଥିଲେ । ଜୁନ୍ 2020ରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଉତ୍ତରପ୍ରଦେଶ ଗାହତ୍ୟା ନିବାରଣ (ସଂଶୋଧନ) ନିୟମକୁ ଅନୁମୋଦନ ମଧ୍ୟ କରିଛନ୍ତି । ଏହା ସହିତ ଗାରୁ ମାନଙ୍କୁ ହତ୍ୟା କରିବା ପାଇଁ ୟୁପିରେ କଠୋର ଦଣ୍ଡର ବ୍ୟବସ୍ଥା ଲାଗୁ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.