ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ ମାମଲାରେ ହିନ୍ଦୁପକ୍ଷଙ୍କ ସପକ୍ଷରେ ବଡ ରାୟ ପ୍ରଦାନ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ମସଜିଦ କମ୍ପଲେକ୍ସରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାର ଅନୁମତି ଦେବା ପାଇଁ ହୋଇଥିବା ଆବେଦନକୁ ଚ୍ୟାଲେଞ୍ଜ କରିଥିଲା ମୁସଲିମ ପକ୍ଷ ଅଞ୍ଜୁମାନ ଇନ୍ତିଜାମିଆ କମିଟି । ଏହି ମାମଲା ବିଚାରଯୋଗ୍ୟ ନୁହେଁ ବୋଲି ମୁସଲିମ ପକ୍ଷ କରିଥିବା ଆବେଦନକୁ ଆଜି ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି । ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ଅନୁମତି ଦେବା ପାଇଁ କରିଥିବା ଆବେଦନ ଶୁଣାଣିଯୋଗ୍ୟ ଓ ଏହାର ଶୁଣାଣି ପ୍ରକ୍ରିୟ ଜାରି ରହିବ ବୋଲି କୋର୍ଟ କହିଛନ୍ତି ।
-
Allahabad High Court dismisses the Muslim side's plea challenging maintainability of five Hindu women worshippers' suit filed in Varanasi Court seeking the right to worship inside Gyanvapi mosque in Varanasi pic.twitter.com/TJUAXBElY5
— ANI (@ANI) May 31, 2023 " class="align-text-top noRightClick twitterSection" data="
">Allahabad High Court dismisses the Muslim side's plea challenging maintainability of five Hindu women worshippers' suit filed in Varanasi Court seeking the right to worship inside Gyanvapi mosque in Varanasi pic.twitter.com/TJUAXBElY5
— ANI (@ANI) May 31, 2023Allahabad High Court dismisses the Muslim side's plea challenging maintainability of five Hindu women worshippers' suit filed in Varanasi Court seeking the right to worship inside Gyanvapi mosque in Varanasi pic.twitter.com/TJUAXBElY5
— ANI (@ANI) May 31, 2023
ଭିଡିଓଗ୍ରାଫି ସର୍ଭେ ବେଳେ ମଜଜିଦ ପରିସରରେ ଏକ ବିଶାଳ ଶିବଲିଙ୍ଗ ଥିବା ଜଣାପଡିଥିଲା । ଏହି ତଥାକଥିକ ଶିବଲିଙ୍ଗର ସତ୍ୟତା ଏବେ ତଦନ୍ତ ପରିସରରେ ରହିଛି । ଏହି ଖବର ମିଳିବା ମାତ୍ରେ 5 ଜଣ ମହିଳା ହିନ୍ଦୁମାନଙ୍କୁ ମସଜିଦ କମ୍ପଲେକ୍ସରେ ପ୍ରବେଶ ଓ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ । ହେଲେ ଏହାକୁ ପ୍ରତିପକ୍ଷ ଅଞ୍ଜୁମାନ ଇନ୍ତିଜାମିଆ କମିଟି ଚ୍ଯାଲେଞ୍ଜ କରିଥିଲା । ହିନ୍ଦୁ ପକ୍ଷକୁ ପ୍ରବେଶ ଓ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିବା ଉପରେ ଆପତ୍ତି ଦର୍ଶାଯାଇଥିଲା । 1991 ପ୍ଲେସ ଅଫ ଓର୍ସିପ ଆକ୍ଟ (the Place of Worship Act of 1991) ଅନୁସାରେ, ହିନ୍ଦୁପକ୍ଷର ଏହି ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି ପିଟିସନରେ ଦର୍ଶାଇଥିଲା ମୁସଲିମ ପକ୍ଷ । ହେଲେ ଗତବର୍ଷ 2022 ସେପ୍ଟେମ୍ବରରେ ମୁସଲିମ ପକ୍ଷର ଏହି ଆବେଦନ ଜିଲ୍ଲା କୋର୍ଟରେ ଖାରଜ ହୋଇଥିଲା । ପରେ ସେମାନେ ଆହ୍ଲାବାଦ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ।
ଆଜି ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଜେ.ଜେ ମୁନିରଙ୍କ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମୁସଲିମ ପକ୍ଷର ଆବେଦନକୁ ଖାରଜ କରିବା ସହ ହିନ୍ଦୁ ପକ୍ଷ କରିଥିବା ମାମଲାର ଶୁଣାଣି ଜାରି ରହିବା ନେଇ ରାୟ ଦେଇଛନ୍ତି । ଆଜିର ରାୟକୁ ସ୍ବାଗତ କରିବା ସହ ଐତିହାସିକ ବୋଲି କହିଛନ୍ତି ହିନ୍ଦୁପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଓ ହରି ଶଙ୍କର ଜୈନ । ଏବେ ହିନ୍ଦୁପକ୍ଷଙ୍କୁ କମ୍ପଲେକ୍ସରେ ପ୍ରବେଶ ଓ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ମିଳିବାର ଆଶା ବଢିଛି । ନିକଟରେ ବାରାଣାସୀ କୋର୍ଟ ସମ୍ପୂର୍ଣ୍ଣ କମ୍ପଲେକ୍ସର ସର୍ଭେ କରିବା ପାଇଁ ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ଗ୍ରହଣ କରିଥିଲେ । ଉତ୍ତର ପ୍ରଦେଶ ସରକାର ଓ ମାମଲାର ପ୍ରତିପକ୍ଷ ମୁସଲିମ ପକ୍ଷକୁ ନିର୍ଦ୍ଦିଷ୍ଟ ସମୟ ସୀମା ସହ ଉତ୍ତର ରଖିବାକୁ କୋର୍ଟ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ