ETV Bharat / bharat

ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ଉଦବେଗ, ନିର୍ବାଚନକୁ ଅନୁମତି କୋଭିଡ ଅଣାୟତ ହେବାର ପ୍ରମୁଖ କାରଣ - covid update in country

ଦେଶରେ ଦେଖାଯାଇଥିବା କୋରୋନା ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କଲେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ । କହିଲେ ନିର୍ବାଚନକୁ ଅନୁମତି କୋଭିଡ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ । ଅଧିକ ପଢନ୍ତୁ...

ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ଉଦ୍ବେଗ, ନିର୍ବାଚନକୁ ଅନୁମତି କୋଭିଡ ଅଣାୟତ ହେବାର ପ୍ରମୁଖ କାରଣ

author img

By

Published : May 12, 2021, 6:37 PM IST

Updated : May 12, 2021, 8:04 PM IST

ଲକ୍ଷ୍ନୌ: ଦେଶରେ ଦେଖାଯାଇଥିବା କୋରୋନା ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କଲେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ । ଦେଶରେ ଦେଖାଯାଇଥିବା ମହାମାରୀ ପରିଚାଳନାରେ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର, ନିର୍ବାଚନ କମିଶନ ପ୍ରମୁଖ ଉଚିତ ପରିଚାଳନା ନିଷ୍ପତ୍ତି ନେବାରେ ବିଫଳ ହେବାରୁ ଏପରି ଅଣାୟତ ପରିସ୍ଥିତି ସୃଷ୍ଟି ହୋଇଥିବା କୋର୍ଟ ତାଙ୍କ ରାୟରେ କହିଛନ୍ତି । ସେହିପରି କୋଭିଡ ସମୟରେ ନିର୍ବାଚନକୁ ଅନୁମତି ଦେବା ହିଁ ସ୍ଥିତି ଅଣାୟତ ହେବାର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ଆହ୍ଲାବାଦ ହାଇକୋର୍ଟ ବିସ୍ତୃତ ଭାବେ କହିଛନ୍ତି “ନିର୍ବାଚନ ଆୟୋଗ, ଉଚ୍ଚ ନ୍ୟାୟାଳୟ ଏବଂ କେନ୍ଦ୍ର ସରକାର କିଛି ରାଜ୍ୟରେ ନିର୍ବାଚନକୁ ଅନୁମତି ଦେବା ଏବଂ ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ଅନୁମତି ଦେବା ଭଳି ନିର୍ଣ୍ଣୟ ଦେଶରେ ମହାମାରୀ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାର ପ୍ରମୁଖ କାରଣ ।

କୋଭିଡ ସଂକ୍ରମଣ ପ୍ରଥମ ଓ୍ବେଭ ଏତେ ମାତ୍ରାରେ ପହଞ୍ଚିନଥିଲା । କିନ୍ତୁ ଚଳିତ ଥର ଦ୍ବିତୀୟ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତାହାର କାରଣ ନିର୍ବାଚନ ପରି କିଛି ନିର୍ଣ୍ଣୟ ନେବା ଦ୍ବାରା ବର୍ତ୍ତମାନ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୋର୍ଟ ସିଧାସଳଖ କହିଛନ୍ତି । ଜଷ୍ଟିସ ସିଦ୍ଧାର୍ଥଙ୍କ ଦ୍ବାରା ନେତୃତ୍ବଧିନ ଏକକ ଜଜ୍ ବେଞ୍ଚ ଏପରି ଭର୍ତ୍ସନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2021, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.