ETV Bharat / bharat

Gyanvapi Mosque Case: ଜ୍ଞାନବ୍ୟାପୀ ମସଜିଦରେ ASI ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି - ଆହ୍ଲାବାଦ ହାଇକୋର୍ଟ

ଜ୍ଞାନବ୍ୟାପୀ ମସଜିଦ ସର୍ଭେ ମାମଲା । ASI ସର୍ବେକ୍ଷଣ ପାଇଁ ଅନୁମତି ଦେଲେ ଆହ୍ଲାବାଦ ହାଇକୋର୍ଟ । ଅଧିକ ପଢନ୍ତୁ

Gyanvapi Mosque Case
Gyanvapi Mosque Case
author img

By

Published : Aug 3, 2023, 11:18 AM IST

Updated : Aug 3, 2023, 11:57 AM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲାର ରାୟ ପ୍ରକାଶ ପାଇଛି । ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟ କାଏମ ରଖିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଉତ୍ତରପ୍ରଦେଶ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସରେ ଏଏସଆଇ ସର୍ବେକ୍ଷଣ ହେବ । ଅଞ୍ଜୁମନ ଇନ୍ତେଜାମିଆ କମିଟିର ଆବେଦନକୁ ଖାରଜ କରି ମସଜିଦ ପରିସରରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ASI) ଦ୍ବାରା ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟ ଅନୁମତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏଏସଆଇ ସର୍ଭେ କରାଯିବା ଜରୁରୀ । କିଛି ସର୍ତ୍ତ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି । ଏହାପୂର୍ବରୁ ଜୁଲାଇ ୨୧ରେ ଜିଲ୍ଲା କୋର୍ଟ ସର୍ବେକ୍ଷଣ ପାଇଁ ଅନୁମତି ଦେଇଥିଲେ ।

ବାରଣାସୀ କୋର୍ଟଙ୍କ ଅନୁମତି ପରେ ଜୁଲାଇ ୨୪ ତାରିଖ ସକାଳେ ଏଏସଆଇ ଟିମ୍ ଜ୍ଞାନବ୍ୟାପୀ ମସଜିଦରେ ପହଞ୍ଚି ସାଇଣ୍ଟିଫିକ ସର୍ଭେ ଆରମ୍ଭ କରିଥିଲେ । ଏଥିରେ ପ୍ରାୟ ୪୦ ଜଣିଆ ଟିମ୍ ସାମିଲ ହୋଇଥିଲେ । ମନ୍ଦିର ଉପରେ ଏହି ମସଜିଦ ନିର୍ମାଣ ହୋଇଛି କି ନାହିଁ ତାହା ଜାଣିବାକୁ ସର୍ଭେ କରାଯାଇଥିଲା ଏବଂ ଅଗଷ୍ଟ ୪ରେ ବାରଣାସୀ କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବାର ଥିଲା । ହେଲେ ଏହି ସର୍ଭେ ହେବା ଫଳରେ ମସଜିଦ କମ୍ପ୍ଲେକ୍ସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ମୁସଲିମ ପକ୍ଷ । ଏହାପରେ ସର୍ବୋଚ୍ଚ ଅଲଦାତ ଜୁଲାଇ ୨୪ ତାରିଖରେ (ସର୍ଭେ ଆରମ୍ଭ ଦିନ) ଏଏସଆଇ ସର୍ଭେ ଉପରେ ୨୬ ତାରିଖ ସନ୍ଧ୍ୟା ଯାଏଁ ରୋକ୍ ଲଗାଇବା ସହ ଆହ୍ଲାବାଦ ହାଇକୋର୍ଟଙ୍କୁ ମାମଲାର ଶୁଣାଣି ପାଇଁ କହିଥିଲେ ।

ଏହାମଧ୍ୟ ପଢନ୍ତୁ: Gyanvapi Case: ASI ସର୍ଭେରୁ ଆସିବ ଜ୍ଞାନବାପୀ ସତ, ରାମ ମନ୍ଦିର ମାମଲାରେ ହୋଇଛି ପ୍ରମାଣିତ

ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୩କୁ ରାୟ ସଂରକ୍ଷିତ ରଖିଥିଲେ । ଚୂଡାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ନ କରିବାକୁ ମୁଖ୍ୟ ବିଚାରପତି ପ୍ରୀତିଙ୍କର ଦିବାକର ନିର୍ଦ୍ଦେଶ ଦେଇଥିଲେ । ଆଜି (ଗୁରୁବାର) ଏହି ବହୁଚର୍ଚ୍ଚିତ ମାମଲାର ରାୟ ପ୍ରକାଶ ପାଇଛି । ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବାରଣାସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସରେ ଏଏସଆଇ ଦ୍ବାରା ସର୍ଭେ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ମିଳିଛି । ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ ମୁସଲିମ ପକ୍ଷ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରେ । ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟ କହିଛନ୍ତି, ''ମୁଁ ହାଇକୋର୍ଟଙ୍କ ରାୟକୁ ସ୍ବାଗତ କରୁଛି । ମୋର ବିଶ୍ବାସ ଏଏସଆଇ ସର୍ବେକ୍ଷଣ ପରେ ସତ ସାମ୍ନାକୁ ଆସିବ ଏବଂ ଏହି ବିବାଦର ଅନ୍ତ ଘଟିବ ।''

Last Updated : Aug 3, 2023, 11:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.