ETV Bharat / bharat

ଆସୁଛି ନୂଆବର୍ଷ, ପର୍ଯ୍ୟଟକଙ୍କ ପାଇଁ 24ଘଣ୍ଟିଆ ଖୋଲା ରହିବ ହୋଟେଲ - ହିମାଚଳ ପ୍ରଦେଶ ରାଜ୍ୟ ସରକାର

ପର୍ଯ୍ୟଟକଙ୍କ ସୁବିଧା ପାଇଁ ହିମାଚଳ ପ୍ରଦେଶ ରାଜ୍ୟ ସରକାରଙ୍କ ବ୍ୟବସ୍ଥା । ଆସନ୍ତା ଜାନୁଆରୀ 2 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ହୋଲେଟ, ରେସ୍ତୋରାଁ, ଢାବା ଆଦି 24 ଘଣ୍ଟିଆ ଖୋଲା ରହିବ । ଅଧିକ ପଢ଼ନ୍ତୁ

Himachal Pradesh Tourism
ହିମାଚଳ ପ୍ରଦେଶ ପର୍ଯ୍ୟଟନ
author img

By

Published : Dec 28, 2022, 10:21 PM IST

ଶିମଲା: 24 ଘଣ୍ଟିଆ ରେସ୍ତୋରାଁ ସୁବିଧା ପାଇବେ ପର୍ଯ୍ୟଟକ । ଆଗାମୀ ଏକ ସପ୍ତାହ ପାଇଁ ହିମାଚଳ ପ୍ରଦେଶରେ ସମସ୍ତ ରେସ୍ତୋରାଁ, ଢାବା ଆଦି 24 ଘଣ୍ଟିଆ ଖୋଲା ରହିବ । ନୂଆବର୍ଷ ପାଇଁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ହିମାଚଳ ପ୍ରଦେଶ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶିମଲା ବିଧାୟକ ହରିଶ ଜନାରଥା, ମନାଲି ବିଧାୟକ ଭୁବନେଶ୍ବର ଗୌଡ଼ ଏବଂ କସୌଲି ବିଧାୟକ ବିନୋଦ ସୁଲତାନପୁରି ମିଳିତ ଭାବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂଙ୍କ ନିକଟରେ ଏହି ପ୍ରସ୍ତାବ ରଖିଥିଲେ । ଏଥିରେ ହିମାଚଳ ସରକାର ସହମତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କର୍ଣ୍ଣାଟକରେ ୧୯ ବିଦେଶ ଫେରନ୍ତା କୋରୋନା ସଂକ୍ରମିତ, ନୂଆ ଭାରିଏଣ୍ଟ ନେଇ ସରକାରଙ୍କ ଆଲର୍ଟ

ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହିମାଚଳ ପ୍ରଦେଶ । କିନ୍ତୁ କୋରୋନା ମହମାରୀ କଟକଣା ଯୋଗୁଁ ଏହାର ଅର୍ଥ ବ୍ୟବସ୍ଥାକୁ ଜୋରଦାର ଆଘାତ ଲାଗିଛି । ତେଣୁ ପର୍ଯ୍ୟଟନ ବିଭାଗର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ପାଇଁ ଦେଶ ତଥା ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ହିମାଚଳ ପ୍ରଦେଶରେ ପହଞ୍ଚିଛନ୍ତି । ଚଳିତ ଥର ଶିମଲା, ମନାଲି, କସୌଲି, ଧର୍ମଶାଳା ପରି ପର୍ଯ୍ୟଟନସ୍ଥଳୀରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି । ଅନେକ ସମୟରେ ପର୍ଯ୍ୟଟକମାନେ ରାତିରେ ପହଞ୍ଚନ୍ତି । କିନ୍ତୁ ସେତେବେଳେ ରେସ୍ତୋରାଁ କିମ୍ବା ଢାବା ବନ୍ଦ ରହିଥାଏ । ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ଆସନ୍ତା ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ହୋଟେଲ, ରେସ୍ତୋରାଁ, ଢାପା ତଥା ଖାଦ୍ୟ ମିଳିବା ସ୍ଥାନ ଗୁଡ଼ିକ 24 ଘଣ୍ଟିଆ ଖୋଲା ରଖିବାକୁ ସରକାର ଅନୁମତି ଦେଇଛନ୍ତି । ଅବଶ୍ୟ ଏହା ହୋଟେଲ ମାଲିକଙ୍କ ଇଚ୍ଛା ଉପରେ ନିର୍ଭର କରିବ ଯେ, ସେମାନେ ରାତିରେ ଖୋଲା ରଖିବେ ନା ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: Congress Foundation Day: କେନ୍ଦ୍ର ସରକାରଙ୍କୁ ଖଡଗେଙ୍କ କଟାକ୍ଷ

ଏନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ କହିଛନ୍ତି, "ଜାନୁଆରୀ 2 ପର୍ଯ୍ୟନ୍ତ ସମସ୍ତ ରେସ୍ତୋରାଁ ଏବଂ ଢାବାକୁ 24 ଘଣ୍ଟିଆ ଖୋଲା ରଖାଯିବ । ଏହାର ଉଦ୍ଦେଶ୍ୟ ପର୍ଯ୍ୟଟକଙ୍କୁ ଉତ୍ତମ ଖାଦ୍ୟ,ପାନୀୟ ଯୋଗାଇବା । ନୂଆବର୍ଷ ପାଇଁ ବହୁ ପର୍ଯ୍ଯଟକ ଆସୁଛନ୍ତି । ସେ ଦୃଷ୍ଟିରୁ ବ୍ୟବସାୟୀମାନେ ହୋଟେଲ ଖୋଲାରଖିବେ । ଉକ୍ତ ସ୍ଥାନ ଗୁଡ଼ିକରେ ଆଇନ ଶୃଙ୍ଖଳା ବଜାର ରଖିବାକୁ ହେବ ।" କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.