ETV Bharat / bharat

୨୦୨୪ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟର ସମସ୍ୟା ସମାଧାନ ହେବ: ଅମିତ ଶାହ

ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ବହୁଦିନ ଧରି ରହିଆସିଥିବା ସମସ୍ୟା ଗୁଡିକର ସମାଧାନ ୨୦୨୪ ସୁଦ୍ଧା ସମାପ୍ତ କରାଯିବ ବୋଲି ଅମିତ ଶାହ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 4, 2022, 7:56 AM IST

BJP Executive Meeting: ୨୦୨୪ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟର ସମସ୍ୟା ସମାଧାନ ହେବ କହିଲେ ଅମିତ ଶାହା

ହାଇଦ୍ରାବାଦ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତେଲେଙ୍ଗାନାର ହାଇଦ୍ରାବାଦରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ସମ୍ବୋଧିତ କରିଛନ୍ତି । ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ବହୁଦିନ ଧରି ରହିଆସିଥିବା ସମସ୍ୟା ଗୁଡିକର ସମାଧାନ ୨୦୨୪ ସୁଦ୍ଧା ସମାପ୍ତ କରାଯିବ ବୋଲି ଏହ ଅବସରରେ କହିଛନ୍ତି । ସେହିପରି ଆଞ୍ଚଳିକ ସମସ୍ୟା ଗୁଡିକ ଆଗାମୀ ସମୟରେ ନାନାଦି ଅସୁବିଧା ସୃଷ୍ଟି କରିବ । ତେଣୁ, ସେଗୁଡିକର ସମାଧାନ ଯେତେ ଶୀଘ୍ର ସମ୍ଭବ କରାଯିବ ବୋଲି ସେ କହିଛନ୍ତି ।

ଅମିତ ଶାହ ଆହୁରି କହିଛନ୍ତି କି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଉତ୍ତର-ପୂର୍ବ ଅଞ୍ଚଳରେ କେତେକ ଶାନ୍ତିମୂଳକ ପଦକ୍ଷେପ ଗତ ୬ ବର୍ଷ ମଧ୍ୟରେ ନିଆଯାଇଛି । ଆଠଟି ସଙ୍ଗଠନ ସହିତ ବୁଝାମଣା ପରେ ଶତାଧିକ ଚରମପନ୍ଥୀ ଅସ୍ତ୍ରଶସ୍ତ୍ର ସମର୍ପଣ କରିଛନ୍ତି ।’ ଇକୋ ଟୁରିଜିମ, ସଂସ୍କୃତି, ଐତିହ୍ୟ ଏବଂ ବାଣିଜ୍ୟ କ୍ଷେତ୍ରରେ କ୍ଷମତାକୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଚାରି ଦିନିଆ ‘‘ଡେଷ୍ଟିନେଶନ ନର୍ଥଇଷ୍ଟ-୨୦୨୦’’ର ଏକ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅମିତ ଶାହ ଏହା କହିଛନ୍ତି ।

ଅବଶିଷ୍ଟ ଗୋଷ୍ଠୀଙ୍କ ସମସ୍ୟା 2024 ସୁଦ୍ଧା ସେହି ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ସମାଧାନ ହେବ ବୋଲି ସେ କହିଛନ୍ତି । ବିଜେପି ନେତୃତ୍ବ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ଅନୁଯାୟୀ, ୬ ବର୍ଷ ମଧ୍ୟରେ ସକରାତ୍ମକ ଦିଗଗୁଡିକୁ ଅଧିକ ପ୍ରାଧାନ୍ୟ ଦେଇଥିବା ଶାହ କହିଛନ୍ତି । ଯେଉଁଥିରେ ମଣିପୁରର ରାଜମାର୍ଗ ଅବରୋଧର ଅନ୍ତ, ଭାରତ-ବାଂଲାଦେଶ ଭୂମି-ସ୍ବାପ ବୁଝାମଣା ଏବଂ ଆସାମର ବୋଡୋ ଏବଂ ମିଜୋରାମର ବିସ୍ଥାପିତ ବ୍ରୁଷ ସମାଧାନ ସାମିଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, 2014ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ହିଂସାକୁ ବଦଳାଇ ଶାନ୍ତିରେ ପରିଣତ କରିଦେଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.