ETV Bharat / bharat

କାଶ୍ମୀର ଉପରେ ମୋଦିଙ୍କ ମହାବୈଠକ ଆରମ୍ଭ - ଜମ୍ମୁ କାଶ୍ମୀର ବୈଠକ

ଜମ୍ମୁ କାଶ୍ମୀରକୁ ନେଇ ଆରମ୍ଭ ହୋଇଛି ବଡ ବୈଠକ । ଏହି ମହାବୈଠକ ଅଧ୍ୟକ୍ଷତା କରୁଛନ୍ତି ଖୋଦ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

କାଶ୍ମୀର ଉପରେ ମୋଦିଙ୍କ ମହାବୈଠକ ଆରମ୍ଭ, 14 ଦଳର ନେତାଙ୍କ ସହ ମନ୍ଥନ

author img

By

Published : Jun 24, 2021, 4:01 PM IST

Updated : Jun 24, 2021, 5:04 PM IST

ଶ୍ରୀନଗର: ଧାରା 370 ଉଚ୍ଛେଦର ଦୀର୍ଘ ଦିନ ପରେ ଜମ୍ମୁ କାଶ୍ମୀରକୁ ନେଇ ଆରମ୍ଭ ହୋଇଛି ବଡ ବୈଠକ । ଏହି ମହାବୈଠକର ଅଧ୍ୟକ୍ଷତା କରୁଛନ୍ତି ଖୋଦ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଘାଟିରୁ ଧାରା 370 ଉଚ୍ଛେଦର ପାଖାପାଖି 2 ବର୍ଷ ପରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀର ସମସ୍ତ ଆଞ୍ଚିଳିକ ଦଳର ନେତାଙ୍କ ସହ ଆଲୋଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ବୈଠକରେ ଫାରୁକ ଅବଦୁଲ୍ଲା, ମେହବୁବା ମୁଫତି, ଉମର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ, ରବିନ୍ଦ୍ର ରାଇନା, ନିର୍ମଳ ସିଂହ , ସଜାଦ ଲୌନ, ଭୀମ ସିଂହଙ୍କ ସମେତ ଅନେକ ନେତା ସାମଲ ଅଛନ୍ତି ।

ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପୂର୍ବରୁ ଉମର ଅବଦୁଲ୍ଲା କହିଛନ୍ତି ଯେ, ସେ ଖୋଲା ମନରେ ଆଲୋଚନାକୁ ଯାଉଛନ୍ତି। କୌଣସି ଏଜେଣ୍ଡା ସହିତ ଆଲୋଚନାକୁ ଯାଉନାହାଁନ୍ତି | ସେ କହିଛନ୍ତି ମୁଁ ଭାବୁଛି ଜାମ୍ମୁ କାଶ୍ମୀରରେ ନିର୍ବାଚନ ହେବା ଉଚିତ୍ ।

ଏପଟେ ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକର ଆଭିମୁଖ୍ୟ କଣ ? କୁହାଯାଉଛି ଯେ ଜମ୍ମୁ କାଶ୍ମୀରରେ ରାଜନୈତିକ ଅସନ୍ତୋଷ କମାଇବାକୁ କେନ୍ଦ୍ରଶାସିତ ଅଞ୍ଚଳକୁ ପୁଣିଥରେ ରାଜ୍ୟ ପାହ୍ୟା ଦିଆଯାଇପାରେ । ଏହାସହ ବିଧାନସଭା ନିର୍ବାଚନ କରାଇବା ଉପରେ ମଧ୍ୟ ହୋଇପାରେ ଚର୍ଚ୍ଚା ।

Last Updated : Jun 24, 2021, 5:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.