ETV Bharat / bharat

Russia Ukraine War: ଭାରତୀୟଙ୍କୁ ଖାର୍କିଭ ଛାଡିବାକୁ ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି

author img

By

Published : Mar 2, 2022, 5:52 PM IST

Updated : Mar 2, 2022, 8:17 PM IST

ପୁଣି ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଜରୁରୀ ନିର୍ଦ୍ଦେଶାବଳୀ । କିବ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ପୁଣି ଆଜି ଆଉ ଏକ ଜରୁରୀ ନିର୍ଦ୍ଦେଶାବଳୀ ଭାରତୀୟଙ୍କ ପାଇଁ ଜାରି କରିଛି । ଅଧିକ ପଢନ୍ତୁ

Russia Ukraine War: ଖାର୍କିବ୍‌ ଛାଡିବାକୁ ଭାରତୀୟଙ୍କୁ ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରୀ

ନୂଆଦିଲ୍ଲୀ: ପୁଣି ଭାରତୀୟ ଦୂତାବାସ ପକ୍ଷରୁ ଜାରି ହେଲା ଜରୁରୀ ନିର୍ଦ୍ଦେଶାବଳୀ । କିବ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ପୁଣି ଆଜି ଆଉ ଏକ ଜରୁରୀ ନିର୍ଦ୍ଦେଶାବଳୀ ଭାରତୀୟଙ୍କ ପାଇଁ ଜାରି କରିଛି । ତେବେ ଖାର୍କିଭରେ ଥିବା ଭାରତୀୟଙ୍କ ନିରାପତ୍ତା ପାଇଁ ଜାରି ହୋଇଛି ଏହି ନିର୍ଦ୍ଦେଶାବଳୀ ।

ତେବେ ଭାରତୀୟଙ୍କୁ ତୁରନ୍ତ ଖାର୍କିଭ ଛାଡିବାକୁ ଏହି ନିର୍ଦ୍ଦେଶାବଳୀ ଜାରି କରିଛି ଭାରତୀୟ ଦୂତାବାସ । ସେହିପରି ୟୁକ୍ରେନ ସମୟ ସଂଧ୍ୟା ୦୬ଟା ସୁଦ୍ଧା ପେସୋଚିନ, ବାବାୟେ ଏବଂ ବେଜିଲିୟୁଡୋଭକା ଯଥା ସମ୍ଭବ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ଋଷ ପକ୍ଷରୁ ଖାର୍କିଭରେ ବାରମ୍ବାର ମିସାଇଲ ଆକ୍ରମଣ ହେଉଛି ।

ଅନ୍ୟପଟେ ଦ୍ବିତୀୟ ନିର୍ଦ୍ଦେଶାବଳୀ ଜାରି କରିଛି ଭାରତୀୟ ଦୂତାବାସ । ତେବେ ଯେଉଁ ଭାରତୀୟ ଛାତ୍ରଛାତ୍ରୀ ଆସିବା ପାଇଁ କୌଣସି ଯାନବାହାନ ପାଉ ନାହାନ୍ତି ସେମାନଙ୍କୁ ପାଖ ସ୍ଥାନର ଦୂରତା ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି । ତେବେ ଖାର୍କିଭ୍‌ରୁ ପୋସୋଚିନ ୧୧କିମି, ବାବାୟେ ୧୨କିମି ଏବଂ ବେଜିଲିୟୁଡୋଭକା ୧୬କିମି ଦୂତାବାସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ।

ଏହାକୁ ନଜରରେ ରଖି ଫସି ରହିଥିବା ଭାରତୀୟଙ୍କ ତୁରନ୍ତ ଖାର୍କିଭ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଦୂତାବାସ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : Mar 2, 2022, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.