ETV Bharat / bharat

ଆସନ୍ତା ସପ୍ତାହରେ ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି, ହୋଇପାରେ AK-203 ରାଇଫଲ ଚୁକ୍ତି

ଭାରତ ଏବଂ ଋଷର ସାମରିକ ସମ୍ପର୍କରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି । ରାଷ୍ଟ୍ରପତି ପୁତିନଙ୍କ ଭାରତ ଗସ୍ତ ସମୟରେ ହୋଇପାରେ AK-203 ରାଇଫଲ ଚୁକ୍ତି । ଅଧିକ ପଢନ୍ତୁ

author img

By

Published : Dec 2, 2021, 6:56 AM IST

Putin visit to india next week: ହେବ AK-203 ଚୁକ୍ତି

ନୂଆଦିଲ୍ଲୀ: ଭାରତ ଏବଂ ଋଷର ସାମରିକ ସମ୍ପର୍କକୁ ବୃଦ୍ଧି କରିବାରେ ଦୁଇ ଦେଶ ସୋମବାର ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଗସ୍ତ ସମୟରେ 7.5 ଲକ୍ଷ AK-203 ରାଇଫଲ ଯୋଗାଣ ଉପରେ ଚୁକ୍ତି କରିବାକୁ ଯୋଜନା କରିଛନ୍ତି । ସୁରକ୍ଷା କ୍ୟାବିନେଟ କମିଟି (Cabinet Committee on Security)ର ଅନ୍ତିମ ଅନୁମୋଦନ ସହିତ ସମସ୍ତ ଆବଶ୍ୟକୀୟ ମଞ୍ଜୁରୀ ପ୍ରକ୍ରିୟା ସରିଛି । ଋଷର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇପାରେ ବୋଲି ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।

ଡିସେମ୍ବର 6ରେ ପୁତିନ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପୁତିନ ଏବଂ ମୋଦିଙ୍କ କଥାବାର୍ତ୍ତାରେ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ (Air defence system) ର ଉପସ୍ଥାପନା ମଧ୍ୟ ଦେଖିବାକୁ ମିଳିପାରେ । ଅତ୍ୟାଧୁନିକ Air defense systemକୁ ପୂର୍ବଚୁକ୍ତି ଅନୁସାରେ ଋଷ ଭାରତକୁ ଯୋଗାଣ ଆରମ୍ଭ କରି ସାରିଛି । ଏହି ଚୁକ୍ତିର କିଛି ଅଂଶ ଭାରତରେ ମଧ୍ୟ ପହଞ୍ଚି ସାରିଲାଣି । ସେହିପରି ଋଷର ନିର୍ମିତ AK-203 ଜ୍ଞାନକୌଶଳ ଭାରତକୁ ହସ୍ତାନ୍ତର ହେବା ସହ ଏହାର ନିର୍ମାଣ ଉତ୍ତର ପ୍ରଦେଶର ଆମେଥୀରେ ଆରମ୍ଭ ହେବା ନେଇ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

କିଛି ବର୍ଷ ପୂର୍ବେ ଉଭୟ ପକ୍ଷ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ଏବଂ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟ ତଥା ଜ୍ଞାନକୌଶଳ ହସ୍ତାନ୍ତର ପ୍ରକ୍ରିୟା ବାକି ରହିଛି । ଭାରତରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ରାଇଫଲର ଉତ୍ପାଦନ ଆରମ୍ଭ ହେବାର 32 ମାସ ପରେ ଏଗୁଡିକ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.