ETV Bharat / bharat

Ram Mandir Inauguration: 22 ଜାନୁୟାରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା - 22 ଜାନୁୟାରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଜୟ ସୀୟାରାମ ! ଆଜିର ଦିନ ଭାବନାରେ ଭରି ରହିଛି । ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧିକାରୀଗଣ ମୋର ବାସଭବନକୁ ଆସିଥିଲେ । ସେମାନେ ମତେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ’’ ଅଧିକ ପଢନ୍ତୁ

Ram Mandir Inauguration
Ram Mandir Inauguration
author img

By ETV Bharat Odisha Team

Published : Oct 25, 2023, 9:35 PM IST

ନୂଆଦିଲ୍ଲୀ: ଗର୍ଭଗୃହରେ ବିରାଜିବେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଲାଲା । 22 ଜାନୁୟାରୀ 2024 ରେ ଭଗବାନ ରାମଚନ୍ଦ୍ର, ମାତା ସୀତା, ଅନୁଜ ଲକ୍ଷ୍ଣଣ ଓ ପରମଭକ୍ତ ହନୁମାନଙ୍କ ହେବ ପ୍ରାଣ ପ୍ରତିଷ୍ଠା । ସେହି ଦିନ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଭବ୍ୟ ଦିବ୍ୟ ଗଗନଶ୍ଚୁମ୍ଭୀ ରାମ ମନ୍ଦିରର ହେବ ଉଦଘାନ । ଉଦଘାଟନ ଉତ୍ସବ ଜାନୁୟାରୀ 15ରୁ 27 ଯାଏଁ ଚାଲିବ । ସାରା ଦେଶର ମଠ ମନ୍ଦିରରେ ହେବ ବିଶେଷ କାର୍ଯ୍ୟକ୍ରମ । ଭାରତବର୍ଷ ହେବ ରାମମୟ । ସ୍ଥୀୟ ମନ୍ଦିରରେ ନିଜ ଆରଧ୍ୟ ଦେବତାଙ୍କୁ ଦର୍ଶନ କରିବେ ଭକ୍ତ । ଆଜି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନ୍ଦିର ଉଦଘାନ ପାଇଁ ବିଦ୍ଧିବଧ ଭାବେ ନିମନ୍ତ୍ରଣ ଦେବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟ ଏହି ସୂଚନା ଦେଇଛନ୍ତି ।

  • जय सियाराम!

    आज का दिन बहुत भावनाओं से भरा हुआ है। अभी श्रीराम जन्मभूमि तीर्थ क्षेत्र ट्रस्ट के पदाधिकारी मुझसे मेरे निवास स्थान पर मिलने आए थे। उन्होंने मुझे श्रीराम मंदिर में प्राण-प्रतिष्ठा के अवसर पर अयोध्या आने के लिए निमंत्रित किया है।

    मैं खुद को बहुत धन्य महसूस कर रहा… pic.twitter.com/rc801AraIn

    — Narendra Modi (@narendramodi) October 25, 2023 " class="align-text-top noRightClick twitterSection" data=" ">

ଅଧିକ ପଢନ୍ତୁ- Ram Mandir: କାଲି ରାମ ଜନ୍ମଭୂମି ପଥ ଶୁଭାରମ୍ଭ, ଓଡିଆ ଶିଳ୍ପୀଙ୍କ ଯାଦୁଗରୀରେ ଜୀବନ୍ତ ହେଉଛନ୍ତି ପ୍ରତିମୂର୍ତ୍ତୀ

ଚମ୍ପତ୍ତ ରାୟଙ୍କ ସୂଚନା କହିଛନ୍ତି, ‘‘ଆଜି ଟ୍ରଷ୍ଟର ଟ୍ରଷ୍ଟି ପେଜାୱର ମଠର ମହନ୍ତ ବିଶ୍ବପ୍ରସନ୍ନ ମହାରାଜ, ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦଦେବ ଗିରି ମହାରାଜ, ରାମଜନ୍ମ ଭୂମି ମନ୍ଦିର ନିର୍ମାଣର ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଓ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମତ୍ତ ରାୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ଶ୍ରୀରାମ ମନ୍ଦିର ଉଦଘାଟନ ପାଇଁ ନିମନ୍ତ୍ରଣ ପତ୍ର ଦେଇ 22 ଜାନୁୟାରୀ 2024 ରେ ଅଯୋଧ୍ୟା ଆସି ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଏହା ସହ ରାମ ମନ୍ଦିର ଉଦଘାଟନ ପାଇଁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିମନ୍ତ୍ରଣପତ୍ର ସ୍ବୀକାର କରିଛନ୍ତି। 22 ଜାନୁୟାରୀରେ ଅଯୋଧ୍ୟା ଆସିବାକୁ ସମ୍ମତି ପ୍ରଦାନ କରିଛନ୍ତି । ତେଣୁ ଏହା ନିଶ୍ଚିତ ହେଲା ଯେ 22 ଜାନୁୟାରୀ 2024ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ ।’’

ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବିଦ୍ଧିବଧ ଭାବେ ରାମ ଜନ୍ମଭୂମିରେ ରାମ ମନ୍ଦିର ଉଦଘାଟନ ପାଇଁ ନିମନ୍ତ୍ରଣ ମିଳିବା ପରେ ଭାବୁକଭରା ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଜୟ ସୀୟାରାମ ! ଆଜିର ଦିନ ଭାବନାରେ ଭରି ରହିଛି । ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧିକାରୀଗଣ ମୋର ବାସଭବନକୁ ଆସିଥିଲେ । ସେମାନେ ମତେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ।’’

ଅଧିକ ପଢନ୍ତୁ- Ayodhya: ଆସନ୍ତାବର୍ଷ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ପ୍ରଧାନମନ୍ତ୍ରୀଙ୍କୁ ଗଲା ନିମନ୍ତ୍ରଣ

  • #WATCH | General Secretary of Sri Ram Janambhoomi Trust Champat Rai on meeting PM Narendra Modi and confirming January 22, 2024 as the date of installation of Lord Ram idol in the Garbhagriha of the Ram Mandir in Ayodhya, Uttar Pradesh. pic.twitter.com/wBtWetiNW6

    — ANI (@ANI) October 25, 2023 " class="align-text-top noRightClick twitterSection" data=" ">

ଟ୍ରଷ୍ଟପକ୍ଷରୁ ମିଳିଥିବା ସୂଚନା ଅନୁସାରେ 22 ଜାନୁୟାରୀରେ ପ୍ରାଣ ପ୍ରତିଷ୍ଠା ହେବ । ମଧ୍ୟାହ୍ନ 12 ଟାରେ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ରାମଜନ୍ମଭୂମି ସମେତ ପୁରା ଅଯୋଧ୍ୟାରେ ପ୍ରସ୍ତୁତି ଯୋରଦାର ହୋଇଛି । ମନ୍ଦିର ତଳ ମହଲା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ ଜାରି ରହିଛି । ମନ୍ଦିରର ଚତୁର୍ପାଶ୍ବରେ ସାଜ୍ଜସଜ୍ଜା ଜାରି ରହିଛି । ଅଯୋଧ୍ୟାରେ ଧର୍ମଶାଳ, ବିମାନ ବନ୍ଦର, ରେଳ ଷ୍ଟେସନ, ବିଶ୍ବସ୍ତରୀୟ ବସଷ୍ଟାଣ୍ଡ, ସମେତ ଅତ୍ୟାଧୁନିକ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ରହିଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜଡିତ ସମସ୍ତ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ରାମମାର୍ଗ ସୀତାକୁଣ୍ଡକୁ ନୂଆ ରୂପ ଦିଆଯାଇଛି । ସରଜୁ କୂଳରେ ସୌନ୍ଦର୍ଯ୍ୟ କରଣକୁ ବ୍ୟାପକ କରାଯାଉଛି ।

ଅଧିକ ପଢନ୍ତୁ- Ram Mandir: ଭବ୍ୟ ଦିବ୍ୟ ମନ୍ଦିରର ଆସିଲା ତାଜା ଫଟୋ, ଦେଖନ୍ତୁ

ଗତକାଲି ବିଜୟା ଦଶମୀ ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଶତାବ୍ଦୀ ଶତାବ୍ଦୀର ଅପେକ୍ଷା ଶେଷ ହେବାକୁ ଯାଉଛି । ଭଗବାନ ରାମଲାଲା ଆସିବାକୁ ଯାଉଛନ୍ତି । ଆମେ ଭାଗ୍ୟବାନ ଯେ ଆମ ଜୀବନକାଳରେ ପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ହେବ । ପ୍ରଭୁ ନିଜ ଭବ୍ୟ ମନ୍ଦିରରେ ବିରାଜମାନ ହେବେ । ସେହିପରି ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମହାରାଜ ମଧ୍ୟ ନିକଟରେ କହିଥିଲେ ଯେ 15 ଜାନୁୟାରୀରରୁ 24 ଜାନୁୟାରୀ ପର୍ଯ୍ୟନ୍ତ ବିଶେଷ ପୂଜାବିଦ୍ଧି କାର୍ଯ୍ୟକ୍ରମ ହେବ ।

ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧିକାରୀ ଗଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଦେବା ପରେ ଏହା ସ୍ପଷ୍ଟ ଯେ ଆସନ୍ତା 22 ଜାନୁୟାରୀ 2024 ରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.