ETV Bharat / bharat

Maharashtra politics: ସୁନିଲ ତଟକରେଙ୍କୁ NCPର ରାଜ୍ୟ ସଭାପତି ଘୋଷଣା କଲା ଅଜିତ ଗୋଷ୍ଠୀ

author img

By

Published : Jul 3, 2023, 7:17 PM IST

ସୁନିଲ ତଟକରେଙ୍କୁ NCP ର ରାଜ୍ୟ ସଭାପତି ଘୋଷଣା କଲା ଅଜିତ ଗୋଷ୍ଠୀ । ସୂଚନା ଦେଲେ ପ୍ରଫୁଲ୍ଲ ପଟେଲ । କିଛି ସମୟ ପୂର୍ବରୁ ଉଭୟ ପ୍ରଫୁଲ୍ଲ ଓ ସୁନିଲଙ୍କୁ ଦଳରୁ ବହିସ୍କୃତ କରିଥିଲେ ଶରଦ ପାଓ୍ବାର । ଅଧିକ ପଢନ୍ତୁ

Maharashtra politics: ସୁନିଲ ତଟକରେଙ୍କୁ NCP ର ରାଜ୍ୟ ସଭାପତି ଘୋଷଣା କଲା ଅଜିତ ଗୋଷ୍ଠୀ

ମୁମ୍ବାଇ: ମହାରାଷ୍ଟ୍ର ଏନସିପିରେ ବିଦ୍ରୋହ ପରେ ରାଜ୍ୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଗତକାଲି ଘଟଣାକ୍ରମଠାରୁ ଆହୁରି ଜଟିଳ ଓ ରୋଚକ ହେବାରେ ଲାଗିଛି ଏନସିପି ବିଦ୍ରୋହ । ଗୋଟିଏ ପଟେ ଆଜି ଦୁଇ ବରିଷ୍ଠ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳର ରାଷ୍ଟ୍ରୀୟ ମୁଖ୍ୟ ଶରଦ ପାଓ୍ବାର ଦଳରୁ ବହିସ୍କୃତ କରିବା ପରେ ନାଟକୀୟ ଭାବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଦଳର ରାଜ୍ୟ ସଭାପତି ଘୋଷଣା କରିଛି ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀ ।

ମାତ୍ର କିଛି ସମୟ ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଦ୍ବାରା ବହିସ୍କୃତ ହୋଇଥିବା ସୁନିଲ ତଟକରେଙ୍କୁ ଅଜିତ ଗୋଷ୍ଠୀ NCP ର ନୂଆ ରାଜ୍ୟ ସଭାପତି ଘୋଷଣା କରିଛି । ବହିସ୍କୃତ ହୋଇଥିବା ଦଳର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ସୁନିଲ ତଟକରେଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ଏନସିପି କାହା ନିୟନ୍ତ୍ରଣରେ ଅଛି ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବା ଆରମ୍ଭ ହୋଇଛି ।

ସେହିପରି କେବଳ ଦଳର ରାଜ୍ୟ ସଭାପତି ନୁହେଁ ବରଂ ଅନ୍ୟ ସାଙ୍ଗଠନିକ ପଦ ପାଇଁ ନେତା ନିଯୁକ୍ତ କରିଛି ଅଜିତ ଗୋଷ୍ଠୀ । ଏନଡିଏରେ ସାମିଲ ହୋଇଥିବା ଦଳର ଅନ୍ୟତମ ନେତା ଅନିଲ ଭାଇଦାସ ପାଟିଲଙ୍କୁ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ବ ମିଳିଥିବା ଘୋଷଣା କରିଛି ଅଜିତ ସମର୍ଥିତ ଗୋଷ୍ଠୀ । ଗୋଟିଏ ପଟେ ମୂଳ ଏନସିପିରୁ ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବାର ବିଦ୍ରୋହୀ ନେତାଙ୍କୁ ବହିସ୍କୃତ କରିବାରେ ଲାଗିଥିବା ବେଳେ ଅଜିତ ଗୋଷ୍ଠୀ ସେମାନଙ୍କୁ ନିଜର ସାଙ୍ଗଠନିକ ନେତୃବୃନ୍ଦ ଘୋଷଣା କରିବାରେ ଲାଗିଲାଣି । ଏହା ସ୍ପଷ୍ଟ ଯେ, ଏହି ବିଦ୍ରୋହୀ ଗୋଷ୍ଠୀ ଶରଦଙ୍କୁ ରାଷ୍ଟ୍ରୀୟ ସଭାପତି ଭାବେ ଓ ତାଙ୍କ କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରୁନାହାନ୍ତି ।

ଏହା ମଧ୍ୟ ପଢନ୍ତୁ:-NCP crisis: ପାଓ୍ବାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେ NCPରୁ ବହିସ୍କୃତ

ଆଜି ଅପରାହ୍ନରେ ଏନସିପି ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବାର ବିଦ୍ରୋହ ପରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ NCPରୁ ଦୁଇ ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସୁନିଲ ତଟକରେଙ୍କୁ ବହିସ୍କୃତ କରିଥିଲେ । ତାର ମାତ୍ର କିଛି ସମୟ ପରେ ନିଜକୁ ପାର୍ଟି କାର୍ଯ୍ୟକାରୀ ସଭାପତି ଭାବେ ଦର୍ଶାଇ ପ୍ରଫୁଲ ପଟେଲ ସୁନିଲ ତଟକରେଙ୍କୁ ଦଳର ରାଜ୍ୟ ସଭାପତି ଭାବେ ଘୋଷଣା କରିଛନ୍ତି । ଶରଦଙ୍କ ଦ୍ବାରା ବହିସ୍କୃତ ହୋଇଥିବା ଏହି ଦୁଇ ବରିଷ୍ଠ ନେତା ଶରଦଙ୍କ ବେଶ ଘନିଷ୍ଠ ଥିଲେ । ଉଭୟ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବରେ ଥିବା ବେଳେ ନିକଟରେ ପ୍ରଫୁଲ୍ଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦେଇଥିଲେ ଶରଦ । ହେଲେ ଏମାନେ ଅଜିତ ପାଓ୍ବାର ଗୋଷ୍ଠୀରେ ଗତକାଲି ଏନଡିଏରେ ସାମିଲ ହେବା ସହ ମନ୍ତ୍ରୀ ଭାବେ ଶପଥ ମଧ୍ୟ ଗ୍ରହଣ ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.