ETV Bharat / bharat

ଦିଲ୍ଲୀ ଏମ୍ସକୁ 200 କୋଟି ମାଗିଲେ ହ୍ୟାକର, ଦାବିକୁ ଖଣ୍ଡନ କଲା ଦିଲ୍ଲୀ ପୋଲିସ - ଦିଲ୍ଲୀ ଏସ୍ସରେ ଗତ 6 ଦିନ ଧରି ସର୍ଭର ଡାଉନ।

ଦିଲ୍ଲୀ ଏସ୍ସରେ ଗତ 6 ଦିନ ଧରି ସର୍ଭର ଡାଉନ। ସର୍ଭରକୁ ହ୍ୟାକ କରି ହ୍ୟାକର୍ସମାନେ ଦିଲ୍ଲୀ ଏମ୍ସକୁ 200 କୋଟି ଟଙ୍କା ମାଗୁଥିବା ଚର୍ଚ୍ଚା ହେଉଛି । ଏହି ଦାବିକୁ ଖଣ୍ଡନ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢ଼ନ୍ତୁ

aiims server down delhi police say no ransom demand brought by hospital authorities
ଦିଲ୍ଲୀ ଏମ୍ସକୁ 200 କୋଟି ମାଗିଲେ ହ୍ୟାକର, ଦାବିକୁ ଖଣ୍ଡନ କଲା ଦିଲ୍ଲୀ ପୋଲିସ
author img

By

Published : Nov 29, 2022, 9:33 AM IST

ନୂଆଦିଲ୍ଲୀ: ଗତ 6 ଦିନ ଧରି ଦିଲ୍ଲୀ ଏମ୍ସର (All India Institute of Medical Science) ସର୍ଭର ଡାଉନ ରହିଛି । ଏଥି ଯୋଗୁଁ ଇ-ହସ୍ପିଟାଲ ସିଷ୍ଟମ ଅଚଳ ହୋଇଯାଇଛି । ସର୍ଭରକୁ ହ୍ୟାକ କରି ହ୍ୟାକର୍ସମାନେ ଦିଲ୍ଲୀ ଏମ୍ସକୁ 200 କୋଟି ଟଙ୍କା ମାଗୁଥିବା ଚର୍ଚ୍ଚା ହେଉଛି । ତେବେ ଏହାକୁ ଖଣ୍ଡନ କରିଛି ଦିଲ୍ଲୀ ପୋଲିସ । ହ୍ୟାକର୍ସମାନେ ଟଙ୍କା ମାଗିବା ନେଇ ଅମ୍ସ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନଥିବା ପୋଲିସ କହିଛି ।

ପୋଲିସ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ଦିଲ୍ଲୀ ଏମ୍ସକୁ କିଛି ହ୍ୟାକର୍ସକୁ 200 କୋଟି ଟଙ୍କା ମାଗୁଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ଏମ୍ସ ପ୍ରଶାସନ ଏନେଇ ପୋଲିସକୁ କୌଣସି ସୂଚନା ଦେଇନାହିଁ । ଏପରିକି ଟଙ୍କା ନେଇ ଏସ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସୂଚନା ଅନୁଯାୟୀ, ନଭେମ୍ବର 23 ତାରିଖରେ ଦିଲ୍ଲୀ ଏସ୍ସର ସର୍ଭର ପ୍ରାୟ 11ରୁ 12 ଘଣ୍ଟା ଧରି ଡାଉନ ରହିଥିଲା । ଏମ୍ସର ସୁରକ୍ଷା ଅଧିକରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା । ସର୍ଭର ଡାଉନ ଫଳରେ ହସ୍ପିଟାଲର ସମସ୍ତ ସେବା ପ୍ରଭାବିତ ହୋଇଛି । ସବୁଠାରୁ ବଡ଼ କଥା ହେଲା ସର୍ଭରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ତଥ୍ୟ ରହିଥିଲା । ଏଭଳି ସ୍ଥିତିରେ ହ୍ୟାକିଂ ହୋଇଥିବା ଆଶଙ୍କା କରି ତୁରନ୍ତ ସାଇବର ସେଲକୁ ସୂଚନା ଦିଆଗଲା ଏବଂ ଘଟଣାର ତଦନ୍ତ ଆରମ୍ଭ ହେଲା । ଏହି ଘଟଣାରେ IFSO ଏବଂ ସ୍ପେଶାଲ ସେଲ Sec 385 IPC, Sec 66/66F IT ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଏହି ମାମଲାର ତଦନ୍ତ ଆରମ୍ଭ ପରେ ଏମ୍ସରେ ଇଣ୍ଟରନେଟ ସେବା ମଧ୍ୟ ଡାଉନ ରହିଛି । ସାଇବର ଆକ୍ରମଣ ହେବାର ସମ୍ଭାବନା ଥିବାରୁ ଇଣ୍ଟରନେଟ ସେବା ବ୍ୟାହତ ହୋଇଥିବା କୁହାଯାଉଛି । ଅନ୍ୟପଟେ ଏମ୍ସର 1200 କମ୍ପ୍ୟୁଟରରେ ଆଣ୍ଟି ଭାଇରସ ସ୍ଥାପନ କରାଯାଇଛି । ଏହା ବ୍ୟତୀତ 50ଟି ସର୍ଭର ମଧ୍ୟରୁ 20ଟି ସ୍କାନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.