ETV Bharat / bharat

'କୃଷି ଆଇନ ପ୍ରତ୍ୟାହାର ହେବନି, ଆମେ କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ'

author img

By

Published : Jun 19, 2021, 7:58 AM IST

କେନ୍ଦ୍ର କୃଷି ଆଇନ ବିରୋଧି ଆନ୍ଦୋଳନ ଥମିବାର ନାଁ ଧରୁନି । ଏବେ ବି ଦିଲ୍ଲୀ ବର୍ଡର କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଏନେଇ ସରକାରଙ୍କ ପକ୍ଷରୁ ଏକ ବୟାନ ପ୍ରକାଶ ପାଇଛି । ଏହି ଆଇନ ରଦ୍ଧ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଅଧିକ ପଢନ୍ତୁ...

'କୃଷି ଆଇନ ପ୍ରତ୍ୟାହାର ହେବନି, ଆମେ କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ'
'କୃଷି ଆଇନ ପ୍ରତ୍ୟାହାର ହେବନି, ଆମେ କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ'

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୋଧି ଆନ୍ଦୋଳନ ଥମିବାର ନାଁ ଧରୁନି । ଦୀର୍ଘ ଦିନ ଧରି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ବହୁତ ଦିନ ପରେ ସରକାରଙ୍କ ପକ୍ଷରୁ ବୟାନ ଆସିଛି । ଶୁକ୍ରବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷି ଆଇନ ପ୍ରତ୍ୟାହାର କରିବା ଦାବିକୁ ପ୍ରତ୍ୟାଖାନ କରିଛନ୍ତି ଏବଂ କହିଛନ୍ତି କି ସରକାର ଆନ୍ଦୋଳନରତ କୃଷକଙ୍କ ସହ ପୁନର୍ବାର ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଯଦି କୌଣସି କୃଷକ ସଙ୍ଗଠନ ଏହି ଆଇନ ଉପରେ କିଛି କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ଆମେ ସେମାନଙ୍କ ସ୍ବାଗତ କରିବୁ । କେନ୍ଦ୍ର କୃଷିମନ୍ତ୍ରୀ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ଏଭଳି ବୟାନ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଦେଶର 3 ନୂଆ କୃଷି ଆଇନକୁ ନେଇ ଦିଲ୍ଲୀ ବର୍ଡର ଗୁଡିକରେ କୃଷକ 6 ମାସରୁ ଅଧିକ ହେବ ଆନ୍ଦୋଳନ କରୁଛନ୍ତି । ଏହି ପ୍ରସଙ୍ଗରେ ସରକାର ଏବଂ ଆନ୍ଦୋନଳକାରୀ କୃଷକଙ୍କ ମଧ୍ୟରେ 11ଟି ପର୍ଯ୍ୟାୟରେ ବିଫଳ ଆଲୋଚନା ହୋଇସାରିଛି । ଗତ 22 ତାରିଖରେ ଶେଷ ବୈଠକ ହୋଇଥିଲା ଏବଂ ଏହାର ଚାରି ଦିନ ପରେ ଅର୍ଥାତ୍ 26 ତାରିଖରେ ଦିଲ୍ଲୀ ଲାଲକିଲ୍ଲାରେ ହିଂସାକାଣ୍ଡ ଘଟିଥିଲା । ସେବେଠାରୁ ହିଁ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ବନ୍ଦ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.