ETV Bharat / bharat

Agnipath protest: ବିହାରରେ ୭୧୮ ବିକ୍ଷୋଭକାରୀ ଗିରଫ, ୧୩୮ ଏତଲା ଦାୟର

author img

By

Published : Jun 19, 2022, 9:22 AM IST

ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ବିହାର ଘଟିଥିବା ହିଂସାକାଣ୍ଡରେ ଏଯାବତ ୭୧୮ ଜଣ ବିକ୍ଷୋଭକାରୀ ଗିରଫ । ଅଧିକ ପଢନ୍ତୁ

Agnipath protest: ବିହାରରେ ୭୧୮ ବିକ୍ଷୋଭକାରୀ ଗିରଫ, ୧୩୮ ଏତଲା ଦାୟର
Agnipath protest: ବିହାରରେ ୭୧୮ ବିକ୍ଷୋଭକାରୀ ଗିରଫ, ୧୩୮ ଏତଲା ଦାୟର

ପାଟନା: ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଦେଶରେ ଆନ୍ଦୋଳନ ଓ ହିଂସା ଥମିବାର ନାଁ ନେଉନି । ବିହାରରୁ ସୃଷ୍ଟି ହୋଇଥିବା ଅଗ୍ନିପଥ ନିଆଁ ଉତ୍ତରପ୍ରଦେଶ, ରାଜସ୍ଥାନ, କେରଳ, ମଧ୍ୟପ୍ରଦେଶ, ଦିଲ୍ଲୀ, ତେଲେଙ୍ଗାନା, ଓଡିଶା, ହରିୟାଣା, ଉତ୍ତରାଖଣ୍ଡ ଆଦି ବିଭିନ୍ନ ରାଜ୍ୟରେ ବ୍ୟାପିଛି । ବିଶେଷକରି ବିହାରରେ ଉଗ୍ର ରୂପ ନେଇଛି ଆନ୍ଦୋଳନ । ଯୁବସେନା ଆଶାୟୀମାନେ ଟ୍ରେନ ଜାଳିବା ଠାରୁ ଆରମ୍ଭ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

ଏହି ହିଂସା ଘଟଣାରେ ଏ ଯାଏଁ ସାରା ରାଜ୍ୟରେ ୧୩୮ ମାମଲା ଦାୟର ହୋଇଛି । ସେହିପରି ମୋଟ ୭୧୮ ଜଣ ହିଂସା ସୃଷ୍ଟିକାରୀଙ୍କୁ ଗିରଫ କରିଛି ବିହାର ପୋଲିସ । କେବଳ ଶନିବାର ୨୫୦ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି, ପୋଲିସ ବିକ୍ଷୋଭକାରୀଙ୍କ ସିସିଟିଭି ଫୁଟେଜ ଏବଂ ଭିଡିଓ ଫୁଟେଜକୁ ଗମ୍ଭୀରତାର ସହ ଯାଞ୍ଚ କରୁଛି । ବିକ୍ଷୋଭକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ଚିହ୍ନଟ କରାଯାଉଛି ।

ଗତ ଚାରି ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଟ୍ରେନ ପୋଡାଜଳ ସହ ଭଙ୍ଗାରୁଜା ହୋଇଥିଲା । ଏହିସବୁ ହିଂସାତ୍ମକ ଘଟଣାର ବିସ୍ତୃତ ଅନୁସନ୍ଧାନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୭୧୮ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ୪ ଦିନ ମଧ୍ୟର ହଜାର ହଜାର ବିକ୍ଷୋଭକାରୀ ଗୋପାଲଗଞ୍ଜ, କୈମୁର, ଛାପ୍‌ରା, ଦାନପୁର, ଲଖିସରାଇ, ସମସ୍ତିପୁରରେ ଟ୍ରେନରେ ନିଆଁ ଲଗାଇ ୭୦୦ କୋଟିରେ ରେଳବାଇ ସମ୍ପତ୍ତି ନଷ୍ଟ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ବିହାର ପୋଲିସ ଯୁବସେନା ଆଶାୟୀମାନଙ୍କୁ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଏବଂ ହିଂସା ସୃଷ୍ଟି କରୁଥିବା କୌଣସି ଗୁଜବ ପ୍ରତି ଧ୍ୟାନ ନ ଦେବା ପାଇଁ ନିବେଦନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.