ସୁରଟ: କୋରୋନା ମହାମାରୀ ଭିତରେ ବିବାହ ଭୋଜି ଆୟୋଜନ ଉପରେ ଲାଗିଛି କଟକଣା । ଯାହାକୁ କୋଭିଡ କଟକଣା ଭିତରେ ରହି ପାଳନ କରିବାକୁ ସରକାର ଅନୁମତି ଦେଇଥିବାବେଳେ ଗୁଜୁରାଟର ସୁରଟରେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଏହି ନିୟକୁ ଉଂଲ୍ଲଘନ କରିଛନ୍ତି ।
ସେ ଆୟୋଜିତ କରିଥିବା ଏହି ବିବାହ ଭୋଜିରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇ ବଡ ଧୁମଧାମରେ ସେଲିବ୍ରେସନ କରିଥିବା ଦେଖାଯାଇଛି । ଦେଶରେ ପୁଣି କାୟା ବିସ୍ତାର କରୁଛି କୋରୋନାର ଦ୍ବିତୀୟ ଲହରୀ । ଆଉ ଯାହାକୁ ନେଇ ଦେଶର କିଛି ସ୍ଥାନରେ ମଧ୍ୟ କଟକଣା ଆହୁରି କଡାକଡି କରାଯାଇଛି । ତେବେ କୋରୋନା ଭିତରେ ମଧ୍ୟ ବିବାହ ଉତ୍ସରେ ସାମାଜିକ ଦୂରତା କି ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି ।
ଗୁଜୁରାଟ ସୁରଟରେ ଏକ ବିବାହ ଉତ୍ସବରେ ହଜାର ହଜାର ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ବିଜେପି ଦଳର ଜଣେ ନେତାଙ୍କ ଘରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ସୁରଟ ଜିଲ୍ଲାର ମାଙ୍ଗରୋଲରେ ଭାଜପା କାର୍ଯ୍ୟକର୍ତ୍ତା ଇନ୍ଦ୍ରେଶ ମଲେକଙ୍କ ତାଙ୍କ ଝିଅ ବିବାହ ଉତ୍ସବରେ ଡିଜେ ଡାକିବା ସହ ଏକ ବିଶାଳକାୟ ଭୋଜିର ଆୟୋଜନ କରିଥିଲେ । ଯେଉଁଥିରେ ହଜାର ହଜାର ଲୋକ ଏକାଠି ହୋଇ ନାଚଗୀତ କରିଥିଲେ । ଏହି ଘଟଣା ଜଣାପଡିବା ପରେ ଜିଲ୍ଲା ପୋଲିସ ପ୍ରମୁଖ 2 ଜଣ କନେଷ୍ଟବଳକୁ ନିଲମ୍ବିତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ