ETV Bharat / bharat

Union Cabinet Expansion; ସରକାରରେ ସରିଲା ଏବେ ସଂଗଠନରେ

author img

By

Published : Jul 14, 2021, 11:52 AM IST

କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ଏବେ ସଂଗଠନ ସଜାଡିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପି ନେତୃତ୍ବ । ସୂତ୍ର ଅନୁସାରେ ସଂଗଠନରୁ ସରକାରକୁ ଯାଇଥିବା ନେତାଙ୍କ ସ୍ଥାନରେ ଖୁବଶୀଘ୍ର ନୂତନ ନେତାଙ୍କୁ ନିଯୁକ୍ତ ଦିଆଯିବ । ଅଧିକ ପଢନ୍ତୁ...

ସରକାରରେ ସରିଲା ଏବେ ସଂଗଠନରେ
ସରକାରରେ ସରିଲା ଏବେ ସଂଗଠନରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି । ଅନେକ ବରିଷ୍ଠ ନେତାଙ୍କୁ ବାଦ ଦେଇ ଯୁବ ବ୍ରିଗେଡିୟରଙ୍କୁ କ୍ୟାବିନେଟକୁ ଆଣିଛନ୍ତି । ସରକାରରେ ସବୁ ବର୍ଗ ସମେତ ସନ୍ତୁଳନ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଭରପୂର ପ୍ରୟାସ କରିଛନ୍ତି । ଏହାଦ୍ବାରା ବିଜେପି ସ୍ପଷ୍ଟ ସଂକେତ ଦେଇଛି କି ସରକାର ପରେ ଆଗାମୀ ଦିନରେ ସଂଗଠନରେ ମଧ୍ୟ ଅଦଳ ବଦଳ ହେବ ।

କାରଣ ସଂଗଠନରେ ଥିବା ଗୁରୁତ୍ବପୂର୍ଣ୍ଣ 3 ଜଣ ଏବେ ସରକାରରେ ସାମିଲ ହୋଇଛନ୍ତି । ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ, ଉପାଧ୍ୟକ୍ଷ ଅନ୍ନପୂର୍ଣ୍ଣା ଦେବୀ ଓ ସମ୍ପାଦକ ବିଶେଶ୍ବର ଟୁଡୁଙ୍କୁ ମୋଦି ସରକାରକୁ ନେଇଛନ୍ତି । ଯେଉଁମାନେ ସଂଗଠନରେ ଗୁରୁତ୍ବପୂର୍ଣ୍ଣ ପଦରେ ଥିଲେ ।

ଦଳୀୟ ସଂଗଠନରେ ବ୍ୟାପକ ପରିବର୍ତ୍ତନ ସଂକେତ...

କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ଏବେ ସଂଗଠନ ସଜାଡିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପି ନେତୃତ୍ବ । ସୂତ୍ର ଅନୁସାରେ ସଂଗଠନରୁ ସରକାରକୁ ଯାଇଥିବା ନେତାଙ୍କ ସ୍ଥାନରେ ଖୁବଶୀଘ୍ର ନୂତନ ନେତାଙ୍କୁ ନିଯୁକ୍ତ ଦିଆଯିବ । ଏହାବାଦ କିଛି ରାଜ୍ୟରେ ମଧ୍ୟ କିଛି ପରିବର୍ତ୍ତନ ହେବା ସହ ରାଜ୍ୟ ନିର୍ବାଚନୀ ପ୍ରଭାରୀ ପଦରେ ବରିଷ୍ଠ ନେତାଙ୍କୁ ସୁଯୋଗ ମିଳିବ । ଆଗାମୀ ବର୍ଷ ହେବାକୁ ଥିବା 7 ଟି ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ହେବ ।

ବଦଳିବେ ପଶ୍ଚିମବଙ୍ଗ ବିଜେପି ମୁଖିଆ...

ପଶ୍ଚିମବଙ୍ଗ ବିଜେପି ମୁଖିଆ ଥିବା ଦିଲ୍ଲୀପ ଘୋଷଙ୍କୁ ଦଳ ପରିବର୍ତ୍ତନ କରିବାର ସଂକେତ ଦେଇଛି । ଜଣେ ପୁରୁଖା ବିଜେପି ନେତା ଯିଏ କି ଶୁଭେନ୍ଦୁ ଅଧିକାରୀଙ୍କ ସହ ମିଶି ସଂଗଠନକୁ ନେତୃତ୍ବ ଦେବେ ତାଙ୍କୁ ଦଳ ସଭାପତି କରିପାରେ । ଏହାସହ ରାଜ୍ୟ ପ୍ରଭାରୀ ଥିବା କୈଳାଶ ବିଜୟବର୍ଗୀୟଙ୍କୁ ମଧ୍ୟ ଅପସାରଣ କରିବ ଦଳ । ବେଙ୍ଗଲ ରାଜନୀତିକୁ ସଠିକ ଭାବେ ବୁଝିଥିବା ଜଣେ ଅନୁଭବୀଙ୍କୁ ରାଜ୍ୟ ପ୍ରଭାରୀ କରାଯାଇପାରେ । ନିର୍ବାଚନରେ ପରାଜୟ ପରେ ବିଜେପି ବେଙ୍ଗଲରେ ଉପୁଜିଥିବା ସଂଗଠନର ସମସ୍ୟାକୁ ପ୍ରତିହତ ସହ ଟିଏମସି ବିରୋଧରେ ଲଢେଇ କରିବା ପାଇଁ ଯୋଜନା କରୁଛି । 2024 ନିର୍ବାଚନ ପାଇଁ ଦଳ ରାଜ୍ୟରୁ ମନ୍ତ୍ରୀ ଥିବା 2 ଜଣଙ୍କୁ ହଟାଇ ନୂଆ 4 ଜଣ ସାଂସଦଙ୍କୁ ମନ୍ତ୍ରୀ କରିଛି ।

ସଂଘ ବି ବେଙ୍ଗଲରେ ପରିବର୍ତ୍ତନ କଲା ସଂଗଠନ...

ବିଜେପି କୌଣସି ପରିବର୍ତ୍ତନ କରିବା ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ପଶ୍ଚିମବଙ୍ଗରେ ନିଜର ବ୍ୟାପକ ପରିବର୍ତ୍ତନ କରିଛି । ବେଙ୍ଗଲ ପ୍ରଚାରକ, ସହ ପ୍ରଚାରକ ଓ ପ୍ରାନ୍ତ ପ୍ରଚାରକ ପରିବର୍ତ୍ତନ ହୋଇଛନ୍ତି । ଏହାବାଦ କିଛି ବରିଷ୍ଠ ନେତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛି ବେଙ୍ଗଲରେ ସଂଘ । ଆଉ ଏହି ସବୁ ପ୍ରସ୍ତୁତି ଆଗାମୀ 2024 ସାଧାରଣ ନିର୍ବାଚନକୁ ନେଇ ହେଉଥିବା ଚର୍ଚ୍ଚା ହେଉଛି ।

କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ବିଜେପିରେ ବି ଫାଟ !...

ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଏବେ ବିଜେପିରେ ଦେଖାଦେଇଛି ଅସନ୍ତୋଷ । ବିଜେପିର ବରିଷ୍ଠ ଦିଂବଗତ ନେତା ଗୋପୀନାଥ ମୁଣ୍ଡେଙ୍କ ପରିବାର କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ସନ୍ତୁଷ୍ଟ ନୁହଁନ୍ତି । ଗୋପୀନାଥ ମୁଣ୍ଡେଙ୍କ 2 ଝିଅ ପଙ୍କଜା ଓ ପ୍ରୀତମ ମୁଣ୍ଡେ ଅସନ୍ତୁଷ୍ଟ ଥିବା କୁହାଯାଉଛି । ପ୍ରୀତମ ମନ୍ତ୍ରୀ ହେବାକୁ ଆଶା ରଖିଥିଲେ । କିନ୍ତୁ ନିରାଶ ହୋଇଛନ୍ତି । ତେବେ ଗତକାଲି ପଙ୍କଜା ମୁଣ୍ଡେଙ୍କ ବୟାନ ପରେ ବିଜେପି ନେତୃତ୍ବ ତାଙ୍କୁ ବୁଝାଇ ଥିବା ସ୍ପଷ୍ଟ ହୋଇଛି ।

ବରିଷ୍ଠ ନେତାଙ୍କୁ ମିଳିବ ନିର୍ବାଚନୀ ରାଜ୍ୟ...

କ୍ୟାବିନେଟରୁ ବାଦ ପଡିଥିବା ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭେଡକର, ଡ.ହର୍ଷବର୍ଦ୍ଧନଙ୍କ ସମେତ ଆଉ କିଛି ନେତାଙ୍କୁ ଆସନ୍ତା ବର୍ଷ ହେବାକୁ ଥିବା 7 ଟି ରାଜ୍ୟର ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ଦଳ ଦାୟିତ୍ବ ଦେବ । ସେହିପରି କିଛି କେନ୍ଦ୍ରୀୟ ନେତାଙ୍କୁ ଅଧିକ କ୍ଷମତା ଦେବାକୁ ଦଳ ବିଚାର କରୁଛି । ସମସ୍ତ କାର୍ଯ୍ୟ ଆସନ୍ତା ଅକ୍ଟୋବର ସୁଦ୍ଧା ଶେଷ କରି ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଯୋଜନା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.