ETV Bharat / bharat

ହିଜାବ ପରେ କର୍ଣ୍ଣାଟକ ସ୍କୁଲରେ ବାଇବେଲକୁ ନେଇ ବିବାଦ - କର୍ଣ୍ଣାଟକ ସ୍କୁଲରେ ବାଇବେଲକୁ ନେଇ ବିବାଦ

ପୁଣି ଥରେ ବିବାଦ ଘେରରେ କର୍ଣ୍ଣାଟକ । କର୍ଣ୍ଣାଟକରେ ହିଜାବ ବିବାଦ ପରେ ସ୍କୁଲରେ ବାଇବେଲକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ହାଜାବ ପରେ କର୍ଣ୍ଣାଟକ ସ୍କୁଲରେ ବାଇବେଲକୁ ନେଇ ବିବାଦ

author img

By

Published : Apr 25, 2022, 12:44 PM IST

ବେଙ୍ଗାଲୁରୁ: ପୁଣି ଥରେ ବିବାଦ ଘେରରେ କର୍ଣ୍ଣାଟକ । କର୍ଣ୍ଣାଟକରେ ହିଜାବ ବିବାଦ ପରେ ସ୍କୁଲରେ ବାଇବେଲକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ କ୍ଲେରେନ୍ସ ହାଇ ସ୍କୁଲ ନାଁରେ ଏପରି ଅଭିଯୋଗ ଆସିଛି ।

ସୂଚନା ଅନୁସାରେ, ପିଲାଙ୍କ ମାଆ-ବାପାଙ୍କଠାରୁ ପ୍ରତିଶ୍ରୁତି ନିଆଯାଇଥାଏ । ସ୍କୁଲକୁ ବାଇବେଲ ନେବା ପାଇଁ ସେମାନେ ନିଜ ପିଲାଙ୍କୁ ମନା କରିବେ ନାହିଁ । ଏଥିପାଇଁ ପିତାମାତାଙ୍କ ନିକଟରୁ ଅଣ୍ଡରଟେକିଂ ନିଆଯାଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ବିଭିନ୍ନ ଦକ୍ଷିଣ ପନ୍ଥୀ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଛି । ହିନ୍ଦୁ ଜନଜାଗୃତି କମିଟିର ରାଜ୍ୟ ମୁଖପାତ୍ର ମୋହନ ଗୌଡା ଦାବି କରି କହିଛନ୍ତି ସ୍କୁଲରେ ଅଣ-ଖ୍ରୀଷ୍ଟିୟାନଙ୍କୁ ବାଇବେଲ ପଢିବା ପାଇଁ ବାଧ୍ୟ କରାଯାଉଛି ।

ଏହାସହ ସ୍କୁଲ ପ୍ରଶାସନ ଅଣଖ୍ରୀଷ୍ଟିୟାନ ଛାତ୍ରଛାତ୍ରୀଙ୍କୁ ବାଇବେଲ ପଢିବା ପାଇଁ ବାଧ୍ୟ କରୁଛି । ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଇଁ ଘୋଷଣାନାମାରେ ଏହି ଜିନିଷ ଉଲ୍ଲେଖ କରାଯାଇଛି । ନିକଟରେ ଗୁଜରାଟରେ ପାଠ୍ୟକ୍ରମରେ ଶ୍ରୀମଦ୍ ଭଗବତ ଗୀତାକୁ ସାମିଲ କରାଯିବାରୁ ନିଷ୍ପତ୍ତି ନିଆଯାଇଥିଲା । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଏହି ଧାରାରେ ସାମିଲ କରାଯିବାକୁ ମାର୍ଚ୍ଚ ୧୭ ତାରିଖରେ ଗୁଜରାଟ ସରକାର ନିଷ୍ପତ୍ତି ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.