ETV Bharat / bharat

କାବୁଲରେ ତାଲିବାନର ଆତଙ୍କରାଜ, ବନ୍ଧୁକମୁନରେ ଭାରତୀୟ ନାଗରିକଙ୍କୁ ଅପହରଣ - ତାଲିବାନ

ଆଫଗାନିସ୍ତାନରେ ରାଜଧାନୀ କାବୁଲରେ ବନ୍ଧୁକ ମୁନରେ ତାଲିବାନ ଆତଙ୍କୀମାନେ ଭାରତୀୟ ନାଗରିଙ୍କୁ ଅପହରଣ କରିନେଇଥିବା ସାମ୍ନାକୁ ଆସିଛି ଖବର । ଅପହୃତ ହୋଇଥିବା 50 ବର୍ଷୀୟ ବନସାରୀ ଲାଲ ଶିଖ ସମ୍ପ୍ରଦାୟର ଅଟନ୍ତି । ଅଧିକ ପଢନ୍ତୁ...

କାବୁଲରେ ତାଲିବାନର ଆତଙ୍କ ରାଜ, ବନ୍ଧୁକମୁନରେ ଭାରତୀୟ ନାଗରିକଙ୍କୁ ଅପହରଣ

author img

By

Published : Sep 15, 2021, 6:29 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଜାରି ରହିଛି ତାଲିବାନୀଙ୍କ ଆତଙ୍କ ରାଜ । ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ତାଲିବାନ । ଏହାରି ମଧ୍ୟରେ ରାଜଧାନୀ କାବୁଲରେ ବନ୍ଧୁକ ମୁନରେ ତାଲିବାନ ଆତଙ୍କୀମାନେ ଭାରତୀୟ ନାଗରିଙ୍କୁ ଅପହରଣ କରିନେଇଥିବା ସାମ୍ନାକୁ ଆସିଛି ଖବର ।

ସୂଚନା ଅନୁଯାୟୀ, ଅପହୃତ ଭାରତୀୟ ନାଗରିକ ବନସାରୀ ଲାଲ ଜଣେ ବ୍ୟବସାୟୀ ହୋଇଥିବାବେଳେ ସେ ହରିୟାଣାର ଫରିଦାବାଦ ନିବାସୀ । ବନସାରୀ ଲାଲ କାବୁଲରେ ଔଷଧ ଦ୍ରବ୍ୟର ବ୍ୟବସାୟ କରନ୍ତି | ମଙ୍ଗଳବାର ସକାଳ ପ୍ରାୟ 8 ଟା ବେଳେ ସେ ତାଙ୍କ କର୍ମଚାରୀଙ୍କ ସହ ଦୋକାନକୁ ଯାଉଥିଲେ । ସେତେବେଳେ ତାଙ୍କ କାର ପଛରୁ ଧକ୍କା ହୋଇଥିଲା। ଏହା ପରେ ଆତଙ୍କବାଦୀମାନେ ବନସାରୀ ଏବଂ ତାଙ୍କ ସହଯୋଗୀଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ। 50 ବର୍ଷୀୟ ବନସାରୀ ଲାଲ ଶିଖ ସମ୍ପ୍ରଦାୟର ଅଟନ୍ତି |

ବନସାରୀ ଲାଲ ଏବଂ ତାଙ୍କ କର୍ମଚାରୀଙ୍କୁ ମାଡ ମରାଯିବା ସହ ଅତ୍ୟାଚାର କରାଯାଇଥିବା ନେଇ କୁହାଯାଉଛି । କର୍ମଚାରୀମାନେ ଅପହରଣକାରୀଙ୍କ କବଳରୁ ରକ୍ଷା ପାଇବାରେ ସଫଳ ହୋଇଛନ୍ତି। ସ୍ଥାନୀୟ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ଅପହରଣ ନେଇ ମାମଲା ରୁଜୁ କରିଛି ।

ଏହି ବିଷୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି। ଘଟଣାରେ ତୁରନ୍ତ ହସ୍ତକ୍ଷେପ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.