ETV Bharat / bharat

'ଆଦିପୁରୁଷ' ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା, ବିବାଦ ପରେ ତେଜିଲା ରାଜନୀତି

author img

By

Published : Jun 17, 2023, 7:02 PM IST

ବିବାଦରେ ଥିବା ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ହିନ୍ଦୁ ସେନା ପକ୍ଷରୁ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସେପଟେ ଫିଲ୍ମକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଆମ ଆଦମି ପାର୍ଟି। ଅଧିକ ପଢନ୍ତୁ

ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା
ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା

ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା

ଭୁବନେଶ୍ବର: ବିବାଦ ଘେରରେ ହାଇବଜେଟ ଫିଲ୍ମ 'ଆଦିପୁରୁଷ'। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ହିନ୍ଦୁ ସେନା ପକ୍ଷରୁ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭଗବାନ ରାମ ଏବଂ ଅନେକ ଚରିତ୍ରର ଉପସ୍ଥାପନ ହିନ୍ଦୁ ସଂସ୍କୃତିର ପରିହାସ କରିବା କଲା ଭଳି ମନେ ହେଉଥିବା ନେଇ ଅଭିଯୋଗ ହୋଇଛି। ସିନେମାରେ ପ୍ରଦର୍ଶିତ ହୋଇଥିବା ଚରିତ୍ରଗୁଡିକ ରାମାୟଣ ଏବଂ ରାମ ଚରିତ ମାନସରେ ବର୍ଣ୍ଣିତ ଚରିତ୍ରର ବିରୋଧାଭାଷ କରୁଛି। ଫିଲ୍ମରେ ସୈଫ ଅଲ୍ଲୀ ଖାନ ରାବଣ ଚରିତ୍ରରେ ଅଭିନୟ କରିଥିବାବେଳେ ରାବଣକୁ ନେଇ ଚିତ୍ରିତ ଦୃଶ୍ୟ ମଧ୍ୟ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି ।

ଏହାସହ ଫିଲ୍ମରେ ପ୍ରଭୁ ଶ୍ରୀରାମ, ସାତା, ହନୁମାନ ଏବଂ ରାବଣ ସହ ଜଡିତ ଦୃଶ୍ୟ ଗୁଡିକ ଆପତ୍ତିଜନକ ହୋଇଥିବାରୁ ଏହି ଚଳଚ୍ଚିତ୍ରକୁ ଦିଆଯାଇଥିବା ସେନସର ସାର୍ଟିଫିକେଟ୍ ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା । ଏହାସହ ସମସ୍ତ ଆପତ୍ତିଜନକ ଦୃଶ୍ୟକୁ ହଟାଇବା ପାଇଁ ଦାବି ହୋଇଛି।

ସେପଟେ 'ଆଦିପୁରୁଷ' ବିବାଦକୁ ନେଇ ଜୋର ଧରିଛି ରାଜନୀତି । ଏହାରି ଭିତରେ ବିଜେପିକୁ ଟାର୍ଗେଟ କରିଛି ଆମ ଆଦମି ପାର୍ଟି। ହୀନ ରାଜନୀତି ପାଇଁ ମର୍ଯ୍ୟାଦା ପୁରୁଷତ୍ତୋମ ରାମ, ଭଗବାନ ବଜରଙ୍ଗୱାଲୀ ଓ ମାତା ସୀତାଙ୍କ ଅପମାନ କରାଯାଇଥିବା ଅଭିଯୋଗ କରିଛି ଆପ୍। ଏହାସହ ଫିଲ୍ମରେ ଥିବା ଡାଇଲଗ ମଧ୍ୟ ନିନ୍ଦନୀୟ ବୋଲି କହିଛନ୍ତି ଆପ୍ ସାଂସଦ । ତେବେ ଫିଲ୍ମ ନିର୍ମାଣରେ ହାତ ଥିବା ଭାରତୀୟ ଜନତା ପାର୍ଟିର ନେତାମାନେ ଦାୟୀ ବୋଲି କହିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ। ହିନ୍ଦୁମାନଙ୍କ ଧର୍ମୀୟ ଭାବାବେଗ ସହିତ ଖେଳିଥିବାରୁ ତୁରନ୍ତ ବିଜେପିକୁ କ୍ଷମା ମାଗିବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ସଞ୍ଜୟ ସିଂ।

ଅପରପକ୍ଷେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ 'ଆଦିପୁରୁଷ' ନିର୍ମାତାଙ୍କୁ କଡା ସମାଲୋଚନା କରିଛନ୍ତି। ମନୋରଞ୍ଜନ ନାଁରେ ପରମ ପୂଜ୍ୟ ଦେବତାଙ୍କ କ୍ଷେତ୍ରରେ ଏଭଳି ଭାଷା ପ୍ରୟୋଗକୁସେ ନିନ୍ଦା କରିବା ସହିତ ସଂଳାପ ଲେଖକ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି କହିଛନ୍ତି ।

ତେବେ ଶୁକ୍ରବାର ଫିଲ୍ମି ଫ୍ରାଇଡେରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଆଦିପୁରୁଷ'କୁ ନେଇ ଦିନକୁ ଦିନ ବିବାଦ ବଢୁଥିବାବେଳେ ନିମ୍ନ ଧରଣ ଭିଜୁଆଲ ଇଫେକ୍ଟ ଓ ସଂଳାପକୁ ସମାଲୋଚନା କରାଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଟ୍ରୋଲ କରାଯାଇଛି। ବକ୍ସ ଅଫିସରେ ସଫଳତା ପାଇଁ ଏଭଳି ମର୍ଯ୍ୟାଦାର ସୀମା ଉଲଂଘନ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ୟୁଜରସ। ଏପରିକି ଅନେକ ଲୋକେ ବୁକିଂ କରିଥିବା ଟିକେଟ କ୍ୟାନସେଲ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.