ETV Bharat / bharat

ରାକ୍ଷୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲ ଖାନ ଦୁରାନି ଗିରଫ - ରାକ୍ଷୀ ସାଓ୍ବନ୍ତଙ୍କ ସ୍ବାମୀ ଗିରଫ

ରାକ୍ଷୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲ ଖାନ ଦୁରାନି ଗିରଫ । ସ୍ବାମୀ ନିର୍ଯାତନା ଦେଉଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ ରାକ୍ଷୀ । ଅଧିକ ପଢନ୍ତୁ

ରାକ୍ଷୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲ ଖାନ ଦୁରାନି ଗିରଫ

author img

By

Published : Feb 7, 2023, 10:29 PM IST

ମୁମ୍ବାଇ: ଜଣାଶୁଣା ତଥା ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଏବଂ ଆଦିଲ ଖାନ ଦୁରାନୀଙ୍କ ବିବାହକୁ ନେଇ ହାଇ ଭୋଲଟେଜ ଡ୍ରାମା ପ୍ରତିଦିନ ନୂଆ ମୋଡ ନେଉଛି । ବିବାହ ପରେ ଆଦିଲ ରାକ୍ଷୀଙ୍କୁ ତାଙ୍କ ପତ୍ନୀ ଭାବରେ ଗ୍ରହଣ କରୁନାହାଁନ୍ତି । ରାକ୍ଷୀ ଆଦିଲ ଖାନଙ୍କୁ ଅପମାନିତ କରୁଛନ୍ତି । ଯାହା ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଥିଲା । ଅନ୍ୟପକ୍ଷରେ, ଆଦିଲଙ୍କ ଗର୍ଲଫ୍ରେଣ୍ଡ ସହିତ ଏକାଧିକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ରାକ୍ଷୀଙ୍କ ସ୍ବାମୀ ଆଦିଲ ଖାନ ଦୁରାନିଙ୍କୁ ଓସିୱାରା ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ରାକ୍ଷୀ ନିଜେ ସ୍ୱାମୀ ଆଦିଲ ଖାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାକ୍ଷୀ ତାଙ୍କ ସ୍ବାମୀଙ୍କ ନାମରେ ଏତଲା ଦେଇଥିଲେ । ପୋଲିସ ତାଙ୍କୁ ଗିରଫ କରିଛି ବୋଲି ରାକ୍ଷୀ ନିଜେ ଗଣମାଧ୍ୟକୁ ସୂଚନା ଦେଇଥିଲେ । ସ୍ବାମୀଙ୍କ ବିରୋଧରେ ମାଡ ମାରିବା ଓ ତାଙ୍କ ଗହଣା ଚୋରି କରି ନେଇଯିବା ଅଭିଯୋଗ କରିଥିଲେ ରାକ୍ଷୀ । ସ୍ବାମୀ ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ଜୀବନକୁ ନଷ୍ଟ କରିଦେଇଥିବା ସାକ୍ଷୀ ଅଭିଯୋଗରେ ଦର୍ଶାଇଥିଲେ । ଆଜି ସ୍ବାମୀ ଆଦିଲକୁ ଗିରଫ କରାଯିବା ଖବର ସେ ନିଜେ ହିଁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ରାକ୍ଷୀ ଓ ଆଦିଲଙ୍କ ଦାମ୍ପତ୍ୟ ଜୀବନର କଳହ ଗତ କିଛି ମାସ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି । ନିଜ ବୋଲ୍ଡ ଅନ୍ଦାଜ ଓ ବିବାଦୀୟ ବୟାନ ପାଇଁ ବଲିଉଡରେ ଚର୍ଚ୍ଚାରେ ଥିବା ରାକ୍ଷୀ ସାୱନ୍ତ ଗତବର୍ଷ (2022) ମେ’ ମାସରେ ଆଦିଲଙ୍କୁ ବିବାହ କରିଥିଲେ । ପରେ ତାର ମାତ୍ର କିଛି ମାସ ମଧ୍ୟରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଉଭୟ ପରସ୍ପର ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ । ସ୍ବାମୀ ଆଦିଲଙ୍କ ବିରୋଧରେ ନିର୍ଯାତନା ନେଇ ଥାନାରେ ରାକ୍ଷୀ ଏତଲା ମଧ୍ୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.