ETV Bharat / bharat

କାଳ ହେଲା ମୋବାଇଲ ନିଶା, ପରୀକ୍ଷାରେ କମ ମାର୍କ ଆସିବାରୁ ନାବାଳିକାଙ୍କ ଆତ୍ମହତ୍ୟା

author img

By

Published : Jun 6, 2022, 12:20 PM IST

ପରୀକ୍ଷାରେ କମ ମାର୍କ ଆସିବାରୁ ଜୀବନ ହାରିଲେ ନାବାଳିକା । ଏଭଳି ଅଭାବନୀୟ ଘଟଣା ଘଟିଛି କେରଳର କାଲାମପୁର ପୋଲିସ ଷ୍ଟେସନ ଅଞ୍ଚଳରେ । ଅଧିକ ପଢନ୍ତୁ

କାଳ ପାଲଟିଲା ମୋବାଇଲ ନିଶା, ପରୀକ୍ଷାରେ କମ ମାର୍କ ଆସିବାରୁ ନାବାଳିକାଙ୍କ ଆତ୍ମହତ୍ୟା

ଥିରୁଅନନ୍ତପୁରମ: କାଳ ହେଲା ମୋବାଇଲ ନିଶା, ପରୀକ୍ଷାରେ କମ ମାର୍କ ଆସିବାରୁ ଜୀବନ ହାରିଲେ ନାବାଳିକା । ଏଭଳି ଅଭାବନୀୟ ଘଟଣା ଘଟିଛି କେରଳର କାଲାମପୁର ପୋଲିସ ଷ୍ଟେସନ ଅଞ୍ଚଳରେ । ମୃତ୍ୟୁପରେ ନାବାଳିକାଙ୍କ ନିକଟରୁ ଏକ ସୁଇସାଇଟ ନୋଟ ଜବତ କରିଛି ପୋଲିସ । ସୁଇସାଇଡ ନୋଟ୍‌ରେ ମୃତ ନାବାଳିକା ଲେଖିଛନ୍ତି ଯେ, "ମୋର କେହି ବନ୍ଧୁନାହାନ୍ତି ଏଥି ପାଇଁ ସବୁଦିନ ମୁଁ ଫୋନରେ କୋରିଆନ ବ୍ୟାଣ୍ଡ ଭିଡିଓ (Korean band videos) ଦେଖେ, ଯାହା ପରେ ମୋର ନିଶାରେ ପରିଣତ ହୋଇଥିଲା, ଏଥି ଯୋଗୁଁ ମୁଁ ପାଠପଢା ନକରିବାରୁ ପରୀକ୍ଷାରେ କମ ମାର୍କ ଆସିଥିଲା, ଏହି କାରଣରୁ ମୁଁ ଆତ୍ମହତ୍ୟା କରୁଛି ।"

ଏନେଇ ଜଣେ ଅଧିକାରୀ କହିଛନ୍ତି, "ନାବାଳିକା ଜଣଙ୍କ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବହୁତ ଭଲ ପାଠ ପଢିବା ସହ ଭଲ ମାର୍କ ମଧ୍ୟ ରଖୁଥିଲେ । କିନ୍ତୁ ଦଶମ ଶ୍ରେଣୀ ପରେ ତାଙ୍କ ମାଆଙ୍କ ମୋବାଇଲ ଫୋନ୍‌ରେ କୋରିଆ ବ୍ୟାଣ୍ଡର ଭିଡିଓ ଦେଖିବା ଆରମ୍ଭ କରିଥିଲେ । ଏହା ପରେ ଭିଡିଓ ଦେଖିବା ନିଶାରେ ପରିଣତ ହେବାପରେ ପାଠ ନପଢିବାରୁ ପରୀକ୍ଷାରେ ତାଙ୍କର କମ ମାର୍କ ଆସିଥିଲା, ଯେଉଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.