ETV Bharat / bharat

ହିମାଚଳ ପ୍ରଦେଶରେ ଆଦାନୀ ଗ୍ରୁପର ଏକ କମ୍ପାନୀରେ GST ଚଢାଉ

author img

By

Published : Feb 9, 2023, 5:55 PM IST

ହିମାଚଳ ପ୍ରଦେଶରେ ଆଦାନୀ ଗ୍ରୁପର ଏକ କମ୍ପାନୀରେ GST ଚଢାଉ । କୌଣସି ଆର୍ଥିକ ଅନିୟମିତତାକୁ ଖଣ୍ଡନ କଲା କମ୍ପାନୀ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ଆଦାନୀ ଗୃପର ଏକ କମ୍ପାନୀରେ GST ଚଢାଉ

ଶିମଲା: ଏବେ ଆଦାନୀ ଗ୍ରୁପର ଷ୍ଟକ କ୍ରାସକୁ ନେଇ ସାରା ଦେଶରେ ଚର୍ଚ୍ଚା । ହିମାଚଳ ପ୍ରଦେଶରେ ଥିବା ଆଦାନୀ ଗ୍ରୁପର ଏକ କମ୍ପାନୀ ‘ଆଦାନୀ ଓ୍ବିଲମାର ଲିମିଟେଡ’ରେ ଦ୍ରବ୍ୟ ଓ ସେବା କର ପ୍ରଦାନରେ ଅନିୟମିତତା ନେଇ ଜିଏସଟି ଚଢାଉ ହୋଇଥିବା ସୂଚନା ମିଳିଛି । ରାଜ୍ୟ ଜିଏସଟି ବିଭାଗର ଏକ ଟିମ ଏହି ଚଢାଉ କରି କମ୍ପାନୀର କାଗଜପତ୍ର ଯାଞ୍ଚ କରିଛି । କମ୍ପାନୀର କାରବାର ଓ ଅନ୍ୟ ସମସ୍ତ ନେଣଦେଣ ତଥ୍ୟ ସମ୍ପର୍କିତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଛି । ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଏସଟି ବିଭାଗ ପକ୍ଷରୁ କୁହାଯାଇଛି ।

  • The officials did not find any irregularities in the operations & dealings conducted by the company. We would like to clarify that the concerns specific to GST payments in cash, citing GST law under Rule 86B, company is not required to pay tax liability in cash: Adani Wilmar Ltd pic.twitter.com/00Y7x2c19D

    — ANI (@ANI) February 9, 2023 " class="align-text-top noRightClick twitterSection" data=" ">

ଏହି ପ୍ରସଙ୍ଗକୁ ନେଇ ରାଜନୀତି କ୍ରମଶଃ ବ୍ୟାପକ ହେଉଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି ଓ ଆଦାନୀ ଗ୍ରୁପ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ ଉଠାଇ ବିଜେପି ଉପରେ ବର୍ଷିଥିଲେ । ଏହା ପରେ କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶରେ ଆଦାନୀ ଗ୍ରୁପର କମ୍ପାନୀ ଉପରେ ରାଜ୍ୟ ଜିଏସଟି ବିଭାଗର ଚଢାଉ ସାମ୍ନାକୁ ଆସିଛି । କିଛି ଗଣମାଧ୍ୟରେ ପ୍ରକାଶିତ ସୂଚନା ଅନୁସାରେ ସମ୍ପାନୀ ଗତ 5ବର୍ଷ ମଧ୍ୟରେ କୋଣସି ଜିଏସଟି ଭରିନାହିଁ । ହେଲେ ଆଜିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆଜିର ଏହି ଚଢାଉ ସମ୍ପର୍କରେ ଆଦାନୀ କମ୍ପାନୀ କହିଛି, ଜିଏସଟି ଯାଞ୍ଚରେ କମ୍ପାନୀ ବିରୋଧରେ କୌଣସି ଅନିୟମିତତା ନେଇ ତଥ୍ୟ ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ:- ରାଜ୍ୟସଭାରେ ‘ମୋଦି-ଆଦାନୀ ଭାଇ ଭାଇ’ ନାରା: ପ୍ରଧାନମନ୍ତ୍ରୀ କହିଲେ କାଦୁଅ ଯେତେ ଫିଙ୍ଗିବ, ପଦ୍ମ ସେତେ ଫୁଟିବ

ହିଣ୍ଡନବର୍ଗ ରିପୋର୍ଟ ପରେ ଘୋର କ୍ଷତିର ସମ୍ମୁଖୀନ ହେବାରେ ଲାଗିଛି ଗୌତମ ଆଦାନୀଙ୍କ ନେତୃତ୍ବୀଧୀନ ଆଦାନୀ ଗ୍ରୁପ । ଏହାର ଷ୍ଟକ ଭ୍ୟାଲୁରେ ହ୍ରାସ ଘଟିଛି । ବିଦେଶୀ ସଂସ୍ଥା ଦ୍ବାରା ପ୍ରକାଶିତ ଏପରି ରିପୋର୍ଟକୁ କମ୍ପାନୀ ମୁଖ୍ୟ ଗୌତମ ଆଦାନୀ ଖଣ୍ଡନ କରି ସ୍ପଷ୍ଟୀକରଣ ରଖିସାରିଥିଲେ ସୁଦ୍ଧା ତାହା ସେୟାର ହୋଲ୍ଡରଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଏହି ପ୍ରସଙ୍କକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ସଂସଦର ବଜେଟ ଅଧିବେଶନ ଜାରି ରହିଥିବା ବେଳେ ଏହି ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି ।

ଆଦାନୀ ସମୂହ ପଛରେ ଭାରତୀୟ ଜନତା ପାର୍ଟି ସରକାରର ସମର୍ଥନ ଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି । ଏହି ମାମଲାର ତଦନ୍ତ ପାଇଁ ଏକ ମିଳିତ ସଂସଦୀୟ କିମିଟି ଗଠନ ପାଇଁ ମଧ୍ୟ ବିରୋଧୀ ଦାବି କରିଆସୁଛନ୍ତି । ଆଜି ମଧ୍ୟ ସଂସଦରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିବା ବେଳେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ରାଜ୍ୟସଭାରେ ମୋଦି-ଆଦାନୀ ଭାଇ ଭାଇ ନାରା ମଧ୍ୟ ଶୁଣିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.