ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ସ୍ୱରା ଭାସ୍କର । ରାଜନୈତିକ କର୍ମୀ ଫହାଦ ଅହମ୍ମଦଙ୍କୁ ସ୍ବରା ବିବାହ କରିଛନ୍ତି । ବିବାହ ସମ୍ପନ୍ନ ହୋଇସାରିଥିବା ନେଇ ନବଦମ୍ପତି ସୋସିଆଲ ମିଡିଆରେ କିଛି ଫଟୋ ଓ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଜାନୁଆରୀ 6 ତାରିଖରେ ଉଭୟ ସ୍ପେସାଲ ମ୍ୟାରେଜ ଆକ୍ଟ ଅନୁସାରେ କୋର୍ଟ ପରିସରରେ ବିବାହ କରିଛନ୍ତି । ସ୍ବରା ପୋଷ୍ଟ କରିଥିବା ଭିଡିଓ କ୍ୟାପସନରେ ଲେଖିଛନ୍ତି, "ବେଳେବେଳେ ଆମ ପାଖରେ ଥିବା କିଛି ଜିନିଷ ପାଇଁ ଆମେ ବହୁ ଦୂରରୁ ଖୋଜିଥାଉ । ଆମେ ପ୍ରେମ ଖୋଜୁଥିଲୁ, କିନ୍ତୁ ପ୍ରଥମେ ବନ୍ଧୁତା ପାଇଲୁ । ତାପରେ ଆମେ ପରସ୍ପରକୁ ପାଇଲୁ !" ଏହି କ୍ୟାପସନ ସହ ସ୍ବରା ଉଭୟଙ୍କର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।
- " class="align-text-top noRightClick twitterSection" data="
">
ଅଭିନୟ ବ୍ୟତୀତ ସ୍ବରା ଆଶିଂକ ରାଜନୀତିରେ ମଧ୍ୟ ସକ୍ରିୟ । 2020 ମସିହା ଜାନୁଆରୀରେ ଏକ ରାଜନୈତିକ ପ୍ରତିବାଦ କାର୍ଯ୍ୟକ୍ରମରେ ସମୟରେ ଉଭୟ ସ୍ବରା ଓ ଫହାଦ ଅହମ୍ମଦଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲେ । ପ୍ରତିବାଦ ସମୟରେ ଉଭୟଙ୍କୁ ବେଶ ପାଖାପାଖି ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପରବର୍ତ୍ତୀ ସମୟରେ ଘନିଷ୍ଠତା ବଢିଥିଲା । ଉଭୟଙ୍କ ମଧ୍ୟରେ ପ୍ରମ ସମ୍ପର୍କ ଗଢି ଉଠିଥିବା ବେଳେ ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନବଦମ୍ପତି ସେମାନଙ୍କର କୋର୍ଟ ମ୍ୟାରେଜର ଫଟୋ ସେୟାର କରିଛନ୍ତି ।
ଯେଉଁଥିରେ ସ୍ବରା ଏକ ନାଲି ଶାଢୀ ଓ ମୁଣ୍ଡରେ ଟିକା ଲଗାଇଥିବା ନଜର ଆସିଥିବା ବେଳେ ପତି ଫହାଦ ଏକ ମରୁନ ରଙ୍ଗର କୁର୍ତ୍ତା ସହ ଜ୍ୟାକେଟ ପିନ୍ଧିଛନ୍ତି । ସେହିପରି ଉଭୟ ବିବାହ ଦିନ ସେମାନଙ୍କ ପୋଷା ବିରାଡି ସହ ମଧ୍ୟ ଏକାଧିକ ଫଟୋ ମଧ୍ୟ ସେୟାର କରିଛନ୍ତି । ସ୍ବରାଙ୍କ ପୋଷ୍ଟ ପରେ ବିଭିନ୍ନ ଆଡୁ ନବଦମ୍ପତିଙ୍କୁ ବିବାହର ଶୁଭେଚ୍ଛା ବାର୍ତ୍ତା ମିଳିଛି । ବଲିଉଡ ଜଗତରେ ଅଭିନୟ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସ୍ବରା ନିକଟ ଅତୀତରେ କେତେକ ରାଜନୈତିକ ମନ୍ତବ୍ୟ ଓ ବୟାନବାଜୀ ପାଇଁ ମଧ୍ୟ ଉଭୟ ଚର୍ଚ୍ଚା ଓ ବିବଦ ପରିସରକୁ ଆସିଥିଲେ । ଏକ ରାଜନୈତିକ କାର୍ଯ୍ୟକ୍ରମରେ ହିଁ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ପରିଚୟ ହୋଇଥିଲା । ପରେ ଫହାଦଙ୍କ ସହ ସ୍ବରାଙ୍କ ପ୍ରେମ ଓ ଏବେ ଉଭୟ ବିବାହ ମଧ୍ୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ