ETV Bharat / bharat

ଦିନେ ଥିଲେ ସୁପରଷ୍ଟାର ରଜନୀକାନ୍ତଙ୍କ ହିରୋଇନ, ଏବେ ବିକୁଛନ୍ତି ସାବୁନ

author img

By

Published : Jun 17, 2022, 9:56 PM IST

ସେ ଦିନେ ବଡ଼ ପରଦାରେ ଅଭିନୟର ଯାଦୁ ଦେଖାଇ ଚଳଚ୍ଚିତ୍ର ଜଗତରେ ରାଜ କରୁଥିଲେ । ସହ କଳାକାର ଭାବେ ରଜନୀକାନ୍ତଙ୍କ ସହିତ ମଧ୍ୟ କାମ କରିଛନ୍ତି । ମାତ୍ର ଆଜି ଭାଗ୍ୟର ବିଡମ୍ବନା ଏମିତି ଯେ ଅର୍ଥ ଅଭାବରେ ରାସ୍ତାକଡ଼ରେ କେତେବେଳେ ସାବୁନ ବିକୁଛନ୍ତି ତ ଆଉ କେତେବେଳେ କାହାର ଟଏଲଟ ସଫା କରୁଛନ୍ତି । ଜାଣନ୍ତୁ କିଏ ଏହି ସାଉଥ ଫିଲ୍ମ ଅଭିନେତ୍ରୀ

ଦିନେ ଥିଲେ ସୁପରଷ୍ଟାର ରଜନୀକାନ୍ତଙ୍କ ହିରୋଇନ, ଏବେ ବିକୁଛନ୍ତି ସାବୁନ
ଦିନେ ଥିଲେ ସୁପରଷ୍ଟାର ରଜନୀକାନ୍ତଙ୍କ ହିରୋଇନ, ଏବେ ବିକୁଛନ୍ତି ସାବୁନ

ହାଇଦ୍ରାବାଦ: ସମୟ ବାସ୍ତବରେ ବଳବାନ । କେତେବେଳେ କାହାକୁ କେଉଁଠି ପହଞ୍ଚାଇବ ତାହା କହିବା ବା କଳ୍ପନା କରିବା ମଧ୍ୟ ଅସମ୍ଭବ । ଦିନେ ସେ ବଡ଼ ପରଦାରେ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ । ସୁପରଷ୍ଟାର ରଜନୀକାନ୍ତଙ୍କ ହିରୋଇନ ଭାବେ ଅଭିନୟର ଯାଦୁ ଦେଖାଇ ଲକ୍ଷ ଲକ୍ଷ ରୋଜଗାର କରୁଥିଲେ । ମାତ୍ର ଚଳଚ୍ଚିତ୍ରରେ ଅଭିନୟ ନ ମିଳିବା ପରେ ଆଜି ରାସ୍ତାକଡ଼ରେ ସେ ସାବୁନ ବିକିବା ସହିତ ପେଟ ପାଟଣା ପାଇଁ ସଫା କରୁଛନ୍ତି ଟଏଲଟ ।

ସାଥୀ କଳାକାରଙ୍କ ସହ ଅଭିନେତ୍ରୀ ଐଶ୍ବର୍ଯ୍ୟା ଭାସ୍କର

ତାମିଲ, ମାଲାୟାଲାମ, କନ୍ନଡ ଫିଲ୍ମରେ ସେ ଲିଡ଼ ଆକ୍ଟ୍ରେସ ବା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ । ସହ କଳାକାର ଭାବେ ତାଙ୍କ ସହ ମୋହନଲାଲ ଓ ରଜନୀକାନ୍ତଙ୍କ ଭଳି ବଡ଼ ବଡ଼ ଦିଗଜ ଅଭିନେତା କାମ କରୁଥିଲେ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସମୟରେ ସେ ରାଜ୍‌ କରୁଥିଲେ । ହେଲେ ଧୀରେ ଧୀରେ ଚଳଚ୍ଚିତ୍ର ଜଗତରେ ନୂଆ ମୁହଁ ଆସିବା ପରେ ତାଙ୍କ ସମୟର ଅନ୍ତ ଘଟିଥିଲା । ଏହାପରେ ଆଉ ଚଳଚ୍ଚିତ୍ରରେ ସୁଯୋଗ ମିଳିନଥିଲା । ଫଳରେ ଆଜି ତାଙ୍କ ହାତରେ ନା ଅଛି ଚାକିରି ନା ଅଛି ଟଙ୍କା । ପେଟ ପାଟଣା ପାଇଁ ଏହି ଅଭିନେତ୍ରୀ ପାଲଟିଛନ୍ତି ରାସ୍ତାକଡ଼ର ବିକାଳି ।

ଅଭିନୟ ବେଳେ ଐଶ୍ବର୍ଯ୍ୟା
ଅଭିନୟ ବେଳେ ଐଶ୍ବର୍ଯ୍ୟା
  • ଅଭିନେତ୍ରୀଙ୍କ ଦୁଃଖର କାହାଣୀ:-

ଆମେ ଏଠାରେ ସାଉଥ ଫିଲ୍ମ ଅଭିନେତ୍ରୀ ଐଶ୍ବର୍ଯ୍ୟା ଭାସ୍କରଙ୍କ କଥା କହୁଛୁ । ବଡ଼ ପରଦାର ଏହି ଅଭିନେତ୍ରୀ ଏକ ସାକ୍ଷାତକାରରେ ନିଜ ଦୁଃଖଦ ଜୀବନ ସମ୍ପର୍କରେ କହିଛନ୍ତି । ଖାଲି ବଡ଼ ପରଦାରେ କାହିଁକି ଛୋଟ ପରଦାରେ ସିରିଏଲରେ ମଧ୍ୟ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ମାତ୍ର ଏକ ସମୟରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା । ଏହାପରେ ତାଙ୍କୁ କୌଣସି କାମ ମିଳିନଥିଲା । ଆର୍ଥିକ ସ୍ଥିତି ଏପରି ଘଟିଲା ଯେ ଆଜି ସେ ବାଧ୍ୟ ହୋଇ ରାସ୍ତାକଡ଼ରେ ସାବୁନ ବିକ୍ରି କରୁଛନ୍ତି ।

ଏଭଳି ଦୁଃଖଦ ସମୟରେ ତାଙ୍କୁ ପୁଣି ଥରେ ଅଭିନୟ ଜଗତରେ କାମ ମିଳିବ ବୋଲି ସେ ଆଶା ରଖିଛନ୍ତି । ନିଶ୍ଚିତ କେହି ଜଣେ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ ଦେବେ ବୋଲି ସେ ଆଶା ରଖିଛନ୍ତି । ଏ ନେଇ ଅଭିନେତ୍ରୀ ଐଶ୍ବର୍ଯ୍ୟା କହିଛନ୍ତି ଯେ, " ମୋ ନିକଟରେ କାମ ନାହିଁ କି ଅର୍ଥ ନାହିଁ । ମୁଁ ରାସ୍ତାକଡ଼ରେ ସାବୁନ ବିକ୍ରି କରୁଛି । ମୋ ଝିଅ ବିବାହ ପରେ ମୁଁ ଏକାକୀ ହୋଇଯାଇଛି । ମୁଁ ଯେକୌଣସି ସଂସ୍ଥାରେ କାର୍ଯ୍ୟ କରିବାକୁ ରାଜି । ମୁଁ ଟଏଲଟ ସଫା କରି ଖୁସିରେ ଚାଲିଆସିବି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.