ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ(Air India Flight) ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା(Passenger Urinating Case in Air India New York-Delhi Flight) । ଗିରଫ ହେଲେ ପୁରୁଷ ଯାତ୍ରୀ ଶଙ୍କର ମିଶ୍ରା (Accused Shankar Mishra Arrested) । ଏନେଇ ଦିଲ୍ଲୀ ପୋଲିସ(Delhi Police) ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି(ଶୁକ୍ରବାର) ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି, "ଶୁକ୍ରବାର ଦିନ ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯିବା ପରେ ଦିଲ୍ଲୀ ଅଣାଯାଇଛି । ଆଜି(ଶୁକ୍ରବାର) କୋର୍ଟରେ ହାଜର କରାଯିବ । ବର୍ତ୍ତମାନ ଏହାର ତଦନ୍ତ ଜାରି ରହିଛି । "
-
Air India passenger urinating case of Nov 26 | Accused S Mishra has been arrested from Bengaluru, says Delhi Police pic.twitter.com/sPJJrVlO9j
— ANI (@ANI) January 7, 2023 " class="align-text-top noRightClick twitterSection" data="
">Air India passenger urinating case of Nov 26 | Accused S Mishra has been arrested from Bengaluru, says Delhi Police pic.twitter.com/sPJJrVlO9j
— ANI (@ANI) January 7, 2023Air India passenger urinating case of Nov 26 | Accused S Mishra has been arrested from Bengaluru, says Delhi Police pic.twitter.com/sPJJrVlO9j
— ANI (@ANI) January 7, 2023
ଏମିତି ଥିଲା ପୁରା ଘଟଣା: ଗତ ଡିସେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆର ବିମାନ AI-102 ନ୍ୟୁୟର୍କରୁ ଦିଲ୍ଲୀ ଯାଉଥିବା ବେଳେ ବିମାନର ବିଜନେସ କ୍ଲାସରେ ଥିବା ପୁରୁଶ ଯାତ୍ରୀ ଜଣକ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ନେଇ ଅଭିଯୋଗ ହୋଇଛି । ଗତ ଜାନୁଆରୀ ୪ ତାରିଖରେ ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହି ଘଟଣାକୁ ନେଇ ମହିଳା ଯାତ୍ରୀ ଜଣକ ଟାଟା ଗ୍ରୁପର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନଙ୍କୁ ଏକ ଚିଠି ଲେଖିଥିଲେ । ଏହି ଘଟଣା ପରେ କ୍ରୁ ସଦସ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ଏୟାର ଇଣ୍ଡିଆ ବିରୋଧରେ ଚିଠିରେ ଉଲ୍ଲେଖ କରିଛନ୍ତି ଉକ୍ତ ମହିଳା ଯାତ୍ରୀ । ଅଭିଯୁକ୍ତ ଜଣକ ନିଶାସକ୍ତ ଥିବା ବେଳେ ଏପରି ଆପତ୍ତିଜନକ କାର୍ଯ୍ୟ କରିଥିଲେ ।
କିଏ ଏହି ଶଙ୍କର ମିଶ୍ରା: ଅଭିଯୁକ୍ତ ଶଙ୍କର ମିଶ୍ରା ମୁମ୍ବାଇର ମୀରା ରୋଡ୍ର ଅଧିବାସୀ । ସେ ଆମେରିକୀୟ କମ୍ପାନୀରେ କାମ କରୁଥିଲେ । ଭାରତରେ ଥିବା ଏହି କମ୍ପାନୀରେ ସେ ଉପସଭାପତି ଦାୟିତ୍ବ ତୁଲାଉଥିଲେ । କାଲିଫର୍ଣ୍ଣିଆରେ ରହିଥିବା ଅଫିସରେ ସେ କାର୍ଯ୍ୟରତ ଥିଲେ । ତେବେ ଏହି ଘଟଣା ପରେ ତାଙ୍କୁ କମ୍ପାନୀ ପକ୍ଷରୁ କାର୍ଯ୍ୟରୁ ବିଦା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: Vigilance Scanner: ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ
ପ୍ରକାଶଥାଉକି, ଗୁରୁବାର ଦିନ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଲୁକ୍ ଆଉଟ୍ ସର୍କୁଲାର(LOC) ଜାରି କରିଥିଲା । ଗତ ବୁଧବାର ଦିନ ଏୟାର ଇଣ୍ଡିଆ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାକୁ ନେଇ ଇଣ୍ଡିଆନ ପେନାଲ କୋର୍ଡ ୩୫୪, ୫୦୯, ୫୧୦ ରେ ଏବଂ ଧାରା ୨୩ ଅନୁଯାୟୀ ପୋଲିସ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା । ଉଭୟ ଯାତ୍ରୀ ଏବଂ ପୀଡିତା ଉଭୟେ ଦିଲ୍ଲୀ ବାହାରର ବାସିନ୍ଦା ହୋଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାସହ ଏହି ଯାତ୍ରୀଙ୍କ ଉପରେ ଆଗାମୀ ୩୦ଦିନ ପର୍ଯ୍ୟନ୍ତ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗାଯାଇଛି । ଏହି ଘଟଣାରେ ଶୁକ୍ରବାର ଦିଲ୍ଲୀ ପୋଲିସ ୬ରୁ ୮ ଜଣ କ୍ରୁ ସଦସ୍ୟଙ୍କୁ ସମନ ଜାରି କରିଥିଲା । ସେମାନଙ୍କ ମଧ୍ୟରେ ବିମାନର ପାଇଲଟ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ