ଆଇଜଲ: ମିଜୋରାମ ମନ୍ତ୍ରୀଙ୍କ ଅଜବ ଘୋଷଣା । ତାଙ୍କ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ସଂଖ୍ୟକ ପିଲା ଜନ୍ମ କରିଥିବା ପିତାମାତାଙ୍କୁ 1 ଲକ୍ଷ ଟଙ୍କା ପ୍ରୋତ୍ସାହନ ଦେବା ନେଇ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସ୍ବଳ୍ପ ଜନସଂଖ୍ୟା ବିଶିଷ୍ଟ ମିଜୋ ସମ୍ପ୍ରଦାୟକୁ ଜନସଂଖ୍ୟା ବୃଦ୍ଧି କରିବାକୁ ଉତ୍ସାହିତ କରିବା |
ତେବେ ସର୍ବନିମ୍ନ ଶିଶୁସଂଖ୍ୟା କେତେ ସେ ବିଷୟରେ କିଛି ମତ ଦେଇନାହାନ୍ତି କ୍ରୀଡା ମନ୍ତ୍ରୀ ରବର୍ଟ ରୋମାଭିଆ ରୋଏଟ୍ । ଏହି ଘୋଷଣା ଏପରି ଏକ ସମୟରେ କରାଯାଇଛି ଯେତେବେଳେ ଦେଶର ଅନେକ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ସମର୍ଥନ କରୁଛନ୍ତି । ରବିବାର ଫାଦରସ୍ ଡେ ଅବସରରେ ମନ୍ତ୍ରୀ 1 ଲକ୍ଷ ଟଙ୍କା ନଗଦ ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଛନ୍ତି।
ଏଥି ସହ ବ୍ୟକ୍ତିଙ୍କୁ ଏକ ସାର୍ଟିଫିକେଟ୍ ଏବଂ ଟ୍ରଫି ଦିଆଯିବ ବୋଲି ସେ ସୋମବାର ଏକ ବିବୃତ୍ତିରେ କହିଛନ୍ତି। ଏହି ପ୍ରୋତ୍ସାହନ ରାଶି ମନ୍ତ୍ରୀଙ୍କ ପୁଅର ଏକ ନିର୍ମାଣ ପରାମର୍ଶଦାତା କମ୍ପାନୀ ବହନ କରିବ । ମନ୍ତ୍ରୀ କହିଛନ୍ତି ଯେ ମିଜୋ ସମ୍ପ୍ରଦାୟରେ ଜନସଂଖ୍ୟା ବୃଦ୍ଧିର ନିମ୍ନ ହାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ।