ETV Bharat / bharat

ଘନ କୁହୁଡି କାରଣରୁ ଦିଲ୍ଲୀରେ ସିରିଜ ଦୁର୍ଘଟଣା: ଚାପି ହୋଇ 1 ମୃତ, 10 ଗୁରୁତର

author img

By

Published : Jan 16, 2021, 7:51 PM IST

ଘନ କୁହୁଡି କାରଣରୁ ଦିଲ୍ଲୀରେ ଘଟିଛି ଭୟାନକ ଦୁର୍ଘଟଣା । ବିଭିନ୍ନ ଗାଡିରେ ବସିଥିବା 10 ଯାତ୍ରୀ ଚାପିହୋଇ ଗୁରୁତର । ଅଧିକ ପଢନ୍ତୁ...

ଘନ କୁହୁଡି କାରଣରୁ ଦିଲ୍ଲୀରେ ଦୁର୍ଘଟଣା: ଚାପିହୋଇ 1 ମୃତ, 10 ଗୁରୁତର

ନୂଆଦିଲ୍ଲୀ: ଗାଜିଆବାଦର ମୁରାଦ ନଗର ଅଞ୍ଚଳସ୍ଥିତ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ଓ୍ବେ ନିକଟରେ ଭୟାନକ ଦୁର୍ଘଟଣା ଘଟିଛି । କୁହୁଡି କାରଣରୁ ପଛକୁ ପଛ 30ରୁ ଅଧିକ ଗାଡି ମଧ୍ୟରେ ଧକ୍କା ହେବା ଫଳରେ 10 ରୁ ଅଧିକ ଲୋକେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଥିସହ ଜଣଙ୍କର ପ୍ରାଣହାନୀ ଘଟିଛି ।

ଆହତମାନଙ୍କୁ ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କୁହୁଡି କାରଣରୁ କାର, ଟ୍ରକ, ଟ୍ରାକ୍ଟର ଏବଂ ବସ ମଧ୍ୟରେ ଧକ୍କା ହୋଇଛି । ଏଥିରେ ଦୁଇଟି ଗାଡି ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆଜି(ଶନିବାର) ସକାଳେ ଦିଲ୍ଲୀର ଏନସିଆର ଅଞ୍ଚଳରେ ପ୍ରବଳ କୁହୁଡି ହୋଇଥିବାରୁ ହାଇଓ୍ବେରେ ରାସ୍ତା ଠିକରେ ଦୃଶ୍ୟମାନ ହେଉନଥିଲା । ଫଳରେ ଏପରି ଏକ ଦୁର୍ଘଟଣା ଘଟିଛି । ଗୋଟିଏ ଗାଡି ପରେ ଗୋଟିଏ ଗାଡି ଏଭଳି ଭାବେ ଧକ୍କା ହୋଇଛି ଯେ, ସେଥିରୁ ଦୁଇଟି ଗାଡି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.