ETV Bharat / bharat

ଓଃ କି ଗରମ ! ଭଗବାନଙ୍କ ପାଇଁ ଲାଗିଲା AC

author img

By

Published : Apr 20, 2022, 9:47 AM IST

ବିହାରର ଗୟାରେ ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ଉତ୍ତାପରୁ ରକ୍ଷା କରିବା ପାଇଁ ଫ୍ୟାନ ଏବଂ ଏସିର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ଗୟା ମନ୍ଦିରରେ ଭଗବାନଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ଆସ୍ବସ୍ତି ପାଇଁ ହୋଇଛି ଏସି ବ୍ୟବସ୍ଥା

ପାଟନା: ଗ୍ରୀଷ୍ମର ପ୍ରଭାବରେ ସାରା ଜଗତ ଡାକୁଛି ତ୍ରାହି ତ୍ରାହି । ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଏହି କ୍ରମରେ ବିହାରରେ ମଧ୍ୟ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପରିଲିଖିତ ହେଉଛି(Heat in bihar) । ଲୋକଙ୍କ ବଞ୍ଚିବା ମଧ୍ୟ ମୁସକିଲ ହୋଇପଡିଲାଣି । ତାତିରୁ ରକ୍ଷା ପାଇବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ଲୋକେ । ତେବେ ଧାର୍ମିକ ସହର ଗୟା କଥା କହିବାକୁ ଗଲେ ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ରହୁଛି (Gaya temperature) । ଏହି ସହରରେ ଅନେକ ମନ୍ଦିର ରହିବା ସହ ଅନେକ ଦେବିଦେବତା ପୂଜା ପାଉଛନ୍ତି । ଭଗବାନକୁ ଗ୍ରୀଷ୍ମର ଦାଉରୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଗୟାରେ ଏକ ଇସ୍କନ ମନ୍ଦିର ରହିଛି(ISKCON Temple Gaya) । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଏଠାରେ ଭଗବାନଙ୍କୁ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରୁ ରକ୍ଷା କରିବା ପାଇଁ ୨୪ ଘଣ୍ଟା ଏସି ଏବଂ ଫ୍ୟାନର ବ୍ୟବସ୍ଥା କରାଯାଇଛି ।

ଭଗବାନ କୃଷ୍ଣ, ରାଧା ଏବଂ ଅନ୍ୟ ଦେବତାମାନଙ୍କୁ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା କରିବା ଏବଂ ସେମାନଙ୍କୁ ଶିତଳତା ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ମୁଖ୍ୟତଃ ଭଗବାନଙ୍କୁ ଚନ୍ଦନର ଲେପ ପ୍ରୟୋଗ କରାଯାଇଥାଏ । ଏହା ସହିତ ମନ୍ଦିରର ଗର୍ଭ ଗୃହରେ ଭଗବାନଙ୍କ ମୂର୍ତ୍ତି ଚାରିପାଖରେ ଅତ୍ୟାଧୁନିକ ଏସି ଲଗାଯାଇଛି । ଯାହା ଦେବୀଦେବତାଙ୍କୁ ଶୀତଳତା ପ୍ରଦାନ କରୁଛି । ମନ୍ଦିରରେ କୌଣସି ଭକ୍ତ ନଥିଲେ ମଧ୍ୟ ଭଗବାନଙ୍କ ନିମନ୍ତେ ୨୪ ଘଣ୍ଟିଆ ଏସି ଏବଂ ଫ୍ୟାନର ବ୍ୟବସ୍ଥା କରାଯାଉଛି ।

ସହରର ଗେୱାଲବିଗହା ମୋଡ ନିକଟରେ ଇସ୍କନ ମନ୍ଦିର ଅବସ୍ଥିତ । ଏଠାରେ ଭଗବାନଙ୍କୁ ଉତ୍ତାପରୁ ରକ୍ଷା କରିବା ପାଇଁ ଏକ ଏୟାର କଣ୍ଡିସନର ସୁବିଧା କରାଯାଇଛି ଏବଂ ସେହି ମନ୍ଦିରରେ ଅବସ୍ଥିତ ମାତା ତୁଲସିଙ୍କୁ ଉତ୍ତାପରୁ ମୁକ୍ତି ଦେବା ପାଇଁ ଜଳଦାନ କରାଯାଉଛି । ଏକ ପିତ୍ତଳ ନିର୍ମିତ ପାତ୍ର ଦ୍ବାରା ବୁନ୍ଦା ବୁନ୍ଦା ଜଳ ପକାଇ ଦେବୀଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଇସ୍କନ ମନ୍ଦିର ସଭାପତି ପୁରୋହିତ ଜଗଦୀଶ ଶ୍ୟାମ ଦାସ କହିଛନ୍ତି ଯେ, ମନ୍ଦିରରେ ଭଗବାନଙ୍କ ପାଇଁ ଏୟାର କଣ୍ଡିସନର ଏବଂ ଫ୍ୟାନ୍ ସେବା ଯୋଗାଇ ଦିଆଯାଉଛି । ଭଗବାନ ମଧ୍ୟ ଜଣେ ବ୍ୟକ୍ତି ଏବଂ ସେ ହେଉଛନ୍ତି ପ୍ରେମର ପ୍ରତୀକ ।ଏହି ମନ୍ଦିରରେ ପ୍ରଥମେ ଭଗବାନଙ୍କର ଅଧିକାର ରହିଛି ।

ଏଥି ସହିତ ମନ୍ଦିରର ସଭାପତି କହିଛନ୍ତି ଯେ ଶୀତ ଦିନରେ ମଧ୍ୟ ଭଗବାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକ ଋତୁ ଅନୁଯାୟୀ ବିଭିନ୍ନ ସେବା ପ୍ରଦାନ କରାଯାଏ । ଶୀତଦିନେ ହିଟର ଏବଂ ବ୍ଲୋୟର ଲଗାଯାଏ । ଏହାସହ ଗୟାର ଅନେକ ମନ୍ଦିରରେ ମଧ୍ୟ ଅନେକ ବ୍ୟବସ୍ଥା କରାଯାଇଛି ।

ଭଗବାନ ଥଣ୍ଡା ଏବଂ ଉତ୍ତାପ ଠାରୁ ଊର୍ଦ୍ଧ୍ୱରେ । କିନ୍ତୁ ଭଗବାନ କୃପାରୁ ସେ ବିଗ୍ରହ ରୂପରେ ଆସନ୍ତି । ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ପ୍ରଥମେ ସେହି ଖାଦ୍ୟ ପ୍ରଥମେ ଭଗବାନଙ୍କୁ ଅର୍ପଣ କରାଯାଇଥାଏ । ଭହବାଙ୍କୁ ପାଞ୍ଚଥର ଭିନ୍ନ ଭିନ୍ନ ସମୟରେ ଭୋଗ ଲଗାଯାଏ । ଏହା ସହ ପୁରୋହିତ ଜଗଦୀଶ ଶ୍ୟାମ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ଭଗବାନଙ୍କ ପ୍ରେମର ସ୍ବରୂପ ଅଟନ୍ତି ଏବଂ ଭଗବାନ ପ୍ରେମ ପାଇଁ ଆତୁର । ଭଗବାନଙ୍କ ପ୍ରତି ଆମର ପ୍ରେମ ଏବଂ ସମ୍ମାନ ଦେଖାଇବା ପାଇଁ ଏହା ହିଁ ଉପଯୁକ୍ତ ଉପାୟ ଅଟେ । ତେଣୁ ଗୟାର ବିଭିନ୍ନ ମନ୍ଦିରରେ ଭଗବାନଙ୍କ ପାଇଁ ଭିନ୍ନ ଭିନ୍ନ ଉପାୟରେ ବ୍ୟବସ୍ଥା କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.