ETV Bharat / bharat

ଫେକ୍‌ ଟ୍ୱିଟର ପ୍ରୋଫାଇଲ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : Feb 12, 2021, 9:35 PM IST

ବିଜେପି ନେତା ଭିନିତ ଗୋଏଙ୍କାଙ୍କ ପକ୍ଷରୁ ଦାଖଲ ଏହି ଯାଚିକା ଉପରେ ଉଭୟ କେନ୍ଦ୍ର ସରକାର ଓ ଟ୍ବିଟରକୁ ଜବାବ ମାଗିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ଫେକ୍‌ ଟ୍ୱିଟର ପ୍ରୋଫାଇଲ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ
ଫେକ୍‌ ଟ୍ୱିଟର ପ୍ରୋଫାଇଲ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଟ୍ବିଟରରେ ନକଲି ପ୍ରୋଫାଇଲ ଓ ଦେଶ ବିରୋଧୀ କଣ୍ଟେଣ୍ଟ୍‌ ବିରୋଧରେ ଦାଖଲ ଯାଚିକା ଉପରେ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ବିଜେପି ନେତା ଭିନିତ ଗୋଏଙ୍କାଙ୍କ ପକ୍ଷରୁ ଦାଖଲ ଏହି ଯାଚିକା ଉପରେ ଉଭୟ କେନ୍ଦ୍ର ସରକାର ଓ ଟ୍ବିଟରକୁ ଜବାବ ମାଗିଛନ୍ତି କୋର୍ଟ । ଆଗରୁ ମଧ୍ୟ ଏହି ମାମଲାରେ ଅନେକ ଯାଚିକା ଦାଖଲ ହୋଇସାରିଛି । ତେବେ ଏହି ଯାଚିକାକୁ ମଧ୍ୟ ଅନ୍ୟ ଯାଚିକା ସହିତ ଶୁଣାଣି କରାଯିବ ବୋଲି କହିଛନ୍ତି କୋର୍ଟ ।

ଭିନିତ ଗୋଏଙ୍କା ନିଜ ଆବେଦନରେ କହିଛନ୍ତି, ଟ୍ବିଟରରେ କେବଳ ସାଧାରଣ ଜନତା ନୁହେଁ, ବଡ ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତିଙ୍କ ନାଁରେ ମଧ୍ୟ ନକଲି ପ୍ରୋଫାଇଲ ତିଆରି ହେଉଛି । ଏହି ପ୍ଲାଟଫର୍ମରେ ଦେଶବିରୋଧୀ ସଂଗଠନ ମଧ୍ୟ ନିଜ ପ୍ରୋପୋଗେଣ୍ଡା ପ୍ରଚାର କରିବାକୁ ସ୍ବାଧିନତା ମିଳିଯାଇଛି । ତେବେ ଏହା ଉପରେ ନିୟନ୍ତ୍ରଣ ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଯାଚିକାରେ କୁହାଯାଇଛି ।

ପୂର୍ବରୁ ସୁପ୍ରିମକୋର୍ଟରେ ଆଇନଜୀବୀ ଭିନିତ ଜିନ୍ଦଲଙ୍କ ଏକ ଯାଚିକା ଉପରେ ମଧ୍ୟ ଶୁଣାଣି ହୋଇଥିଲା । ଏହି ଯାଚିକା ଉପରେ ଫେବୃଆରୀ ପହିଲାରେ ଜାରି ହୋଇଥିଲା ନୋଟିସ । ଦ୍ୱିତୀୟ ଆବେଦନ ଆଇନ ଛାତ୍ର ସ୍କନ୍ଦ ବାଜପେୟୀ ଏବଂ ଅଭ୍ୟୁଦୟ ମିଶ୍ରଙ୍କର ଥିଲା । ଏହା ଉପରେ ଗତ ବର୍ଷ ଅକ୍ଟୋବର 13 ରେ କୋର୍ଟ ନୋଟିସ ଜାରି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.