ETV Bharat / bharat

LoCରେ 12 ଅଧିକ ଆତଙ୍କୀ ଲଞ୍ଚପ୍ୟାଡ ସକ୍ରିୟ, ପ୍ରଶିକ୍ଷଣ ନେଉଛନ୍ତି 200 ଆତଙ୍କୀ: ରିପୋର୍ଟ

author img

By

Published : Jul 3, 2022, 1:14 PM IST

ପାକ ଅଧିକୃତ କାଶ୍ମୀରରେ ଲଞ୍ଚପ୍ୟାଡରେ ତାଲିମ ନେଉଛନ୍ତି 2 ଶହରୁ ଊର୍ଦ୍ଧ୍ବ ପାକ ଆତଙ୍କୀ । LOCରେ ଅନୁପ୍ରବେଶ କରିବା ସୁଯୋଗକୁ ଅପେକ୍ଷା । ସତର୍କ କରାଇଲା ଗୁଇନ୍ଦା । ଅଧିକ ପଢନ୍ତୁ

LoC କାର୍ଯ୍ୟକ୍ଷମ ରହିଛି 12 ଅଧିକ ଆତଙ୍କୀ ଲଞ୍ଚପ୍ୟାଡ: Intel report

ଶ୍ରୀନଗର: ସୀମାପାର ଆତଙ୍କବାଦ ନେଇ ଭାରତୀୟ ସୁରକ୍ଷା ବଳ ହାତରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସୂଚନା ଲାଗିଛି । ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ତଥା ନିୟନ୍ତ୍ରଣ ରେଖା (LOC)ର ଅପରପାର୍ଶ୍ବରେ ସକ୍ରିୟ ରହିଛି ପ୍ରାୟ 12ରୁ ଊର୍ଦ୍ଧ୍ବ ଆତଙ୍କୀ ଶିବିର । ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଏହି ସବୁ ଆତଙ୍କୀ କ୍ୟାମ୍ପ ସକ୍ରିୟ ରହିଛି । ପାକିସ୍ତାନ ସେନା ସେମାନଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦେବାରେ ଲାଗିଛି ।

ଗୁଇନ୍ଦା ଇନପୁଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି କ୍ୟାମ୍ପରେ ପ୍ରାୟ 2ଶହ ଆତଙ୍କବାଦୀ ପ୍ରଶିକ୍ଷିତ ହେଉଛନ୍ତି । ସୁଯୋଗ ଦେଖି ସେମାନେ LOC ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିବେ । ପାକିସ୍ତାନ ସେନାର କମାଣ୍ଡରମାନେ ତାଙ୍କୁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସହଯୋଗ ମଧ୍ୟ ଯୋଗାଇବାରେ ଲାଗିଛନ୍ତି । ଏହି କ୍ୟାମ୍ପଗୁଡିକରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା, ଜୈସ-ଏ ମହମ୍ମଦ, ଜିଜବୁଲ ମୁଜାହିଦ୍ଦିନ ପ୍ରମୁଖ ଆତଙ୍କୀ ଗୋଷ୍ଠୀ ସେମାନଙ୍କ ଜିହାଦୀମାନଙ୍କୁ ଅନୁପ୍ରବେଶ ଓ ଆକ୍ରମଣ ତାଲିମ ଦେଉଛନ୍ତି । ପ୍ରତିବର୍ଷ ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରେ ।

ତୁଷାରପାତ, ଖରାପ ପାଗ, ଲୋ-ଭିଜିବିଲିଟିର ସୁଯୋଗ ନେଇ ପାକିସ୍ତାନ ଅନୁପ୍ରବେଶକାରୀମାନେ ସୀମା ପାର ହେବା ପାଇଁ ଉଦ୍ୟମ କରନ୍ତି । ଏବେ କଶ୍ମୀରରେ ପ୍ରସିଦ୍ଧ ଅମରନାଥ ଯାତ୍ରା ଜାରି ରହିଥିବା ବେଳେ ଆକ୍ରମଣ ଆଶଙ୍କାଙ୍କୁ ମଧ୍ୟ ଏଡାଯାଇ ନପାରେ । ଏପରି ସୂଚନା ପାଇବା ପରେ ସୀମା ସୁରକ୍ଷା ବଳ (BSF) ଓ ଭାରତୀୟ ସେନା ପକ୍ଷରୁ ସୀମାରେ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଯେକୌଣସି ଅନୁପ୍ରବେଶ ଗତିବିଧି ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ଏପରି ଉଦ୍ୟମ ନଜରକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେନା ପ୍ରସ୍ତୁତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.