ETV Bharat / bharat

ଆପ୍‌ରେ ନାହିଁ ଫାଟ, ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ - ଆସ୍ଥା ପ୍ରସ୍ତାବ ଆଣିବେ କେଜ୍ରିୱାଲ

ଆପ୍ ଦଳରେ ଫାଟ ନାହିଁ । ଦଳ ସହ ସମସ୍ତ ବିଧାୟକ ଅଛନ୍ତି । ଏହା ପ୍ରମାଣ କରିବାକୁ ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବେ କେଜ୍ରିୱାଲ । ଅଧିକ ପଢନ୍ତୁ

ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ
ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ
author img

By

Published : Aug 29, 2022, 9:23 AM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଜାତୀୟ ରାଜଧାନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶକ୍ତି ଦେଖାଇବେ । ବିଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ଆସ୍ଥା ପ୍ରସ୍ତାବ ଆଣିବେ କେଜ୍ରିୱାଲ । ଦଳରେ କୌଣସି ମତଭେଦ ନାହିଁ । ସମସ୍ତ ବିଧାୟକ ଦଳ ସହ ରହିଛନ୍ତି ବୋଲି ବିଶ୍ବାସ ମତ ପାଇଁ ଏହି ପ୍ରସ୍ତାବ ଆଣିବେ ଅରବିନ୍ଦ କେଜ୍ରିୱାଲ । ଏଥିପାଇଁ ଦିଲ୍ଲୀ ବିଧାନସଭା କାର୍ଯ୍ୟଦିବସ ଗୋଟିଏ ଦିନ ସ୍ବତନ୍ତ୍ର ଭାବରେ ବୃଦ୍ଧି କରାଯାଇଛି । ସେପଟେ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ଅପରେସନ ଲୋଟସ ଫେଲ (Operation Lotus) ମାରିଛି । ଦିଲ୍ଲୀରେ ଆପ ଦଳକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଆସ୍ଥା ପ୍ରସ୍ତାବ ଆଣିବାର ମୁଖ୍ୟ କାରଣ ହେଲା ସେ ପ୍ରମାଣ କରିବାକୁ ଚାହାନ୍ତି ଯେ ତାଙ୍କ ଦଳରେ କୌଣସି ମନାନ୍ତର ନାହିଁ । ଦଳକୁ ସମସ୍ତ ବିଧାୟକଙ୍କ ସମର୍ଥନ ରହିଛି । ଦଳ ବଦଳାଇବାକୁ ବିଜେପି ବିଧାୟକମାନଙ୍କୁ 20 କୋଟି ଟଙ୍କା ପ୍ରଧାନ କରିଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ । ଗତ ସପ୍ତାହରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ତାଙ୍କ ବାସଭବନରେ ବିଧାୟକଙ୍କ ସହ ବୈଠକ କରିଥିଲେ । ବୈଠକରେ 62 ଜଣ ବିଧାୟକ ଯୋଗ ଦେଇଥିଲେ । ବୈଠକରେ କେଜ୍ରିୱାଲ କହିଥିଲେ, ମୁଁ ଜାଣିଛି ସେମାନେ 40 ବିଧାୟକଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ ମାତ୍ର ମୁଁ ଖୁସି ଯେ ସେ ଜଣଙ୍କୁ ବି ନେଇ ପାରିନାହାନ୍ତି ।

ଏହା ବି ପଢନ୍ତୁ...ସ୍କୁଲ୍‌ ମଡେଲ୍‌କୁ ନେଇ କେଜ୍ରିୱାଲ ଓ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟର ୱାର

ସେ ଆହୁରି କହିଛନ୍ତି,''ଦିଲ୍ଲୀରେ ଅପରେସନ ଲୋଟସ ଫେଲ ମାରିଛି । ଦିଲ୍ଲୀରେ ଆପ ଦଳକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଛି । ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବିଜେପି ଆଧିପତ୍ୟ ପାଇଁ ପ୍ରୟାସ କରୁଛି । ବିଜେପି ଅନେକ ବିଧାୟକଙ୍କୁ ବିଜେପି ନିଜ ସପକ୍ଷରେ କରି ନେଇଥିବା ଚର୍ଚ୍ଚା ହେଉଥିଲା । ଏଥିପାଇଁ ମୋ ପାଖକୁ ଅନେକ ଫୋନ୍‌ କଲ୍‌ ଆସିଥିଲା । ସବୁକିଛି ଠିକ୍‌ ଅଛି ନା ନାହିଁ ତାହା ଜାଣିବାକୁ ଚାହିଁଛନ୍ତି ଲୋକେ । ଏଥିପାଇଁ ବିଧାନସଭାରେ ଆସ୍ଥା ଭୋଟ କରିବାକୁ ଚାହୁଁଥିବା କହିଥିଲେ । ଲୋକଙ୍କୁ ଦେଖାଇବାକୁ ଚାହୁଁଛି ଯେ, ଜଣେ ବି ବିଧାୟକ ଆମକୁ ଛାଡ଼ି ଯାଇନାହାନ୍ତି । ବିଜେପିର ଅପରେସନ ଲୋଟସ ଏଠାରେ କିଚଡ଼ ସାବ୍ୟସ୍ତ ହେବ ।"

ନିକଟରେ ଦିଲ୍ଲା ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଆପ ସହ ସମ୍ପର୍କ ତୁଟାଇଲେ ତାଙ୍କ ଉପରୁ ସମସ୍ତ ମାମଲା ହଟାଇ ଦିଆଯିବ ବୋଲି ବିଜେପି ଅଫର ଦେଇଥିବା ଅଭିଯୋଗ ଆଣିଥିଲେ ସିସୋଦିଆ । ଏହାପରେ ବିଜେପି ଆପ ମଧ୍ୟ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.