ETV Bharat / bharat

UP Assembly Polls: ଗୋରଖପୁରରେ ଯୋଗୀଙ୍କୁ ଟକ୍କର ଦେବେ ବିଜୟ କୁମାର

author img

By

Published : Jan 30, 2022, 10:18 AM IST

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ ଦଳ । ଗୋରଖପୁରରୁ ଯୋଗୀ ଆଦିତ୍ୟ ନାଥଙ୍କୁ ଟକ୍କର ଦେବେ ଆପ ନେତା ବିଜୟ କୁମାର ଶ୍ରୀବାସ୍ତବ । ଅଧିକ ପଢନ୍ତୁ

UP Assembly Polls: ଗୋରଖପୁରରେ ଯୋଗୀଙ୍କୁ ଟକ୍କର ଦେବେ ବିଜୟ କୁମାର
UP Assembly Polls: ଗୋରଖପୁରରେ ଯୋଗୀଙ୍କୁ ଟକ୍କର ଦେବେ ବିଜୟ କୁମାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୈତିକ ପାଣିପାଗ । ଏଥିପାଇଁ ପ୍ରମୁଖ ରାଜାନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୋରଖପୁରରୁ ଯୋଗୀ ଆଦିତ୍ୟ ନାଥଙ୍କୁ ଟକ୍କର ଦେବେ ଆପ ନେତା ବିଜୟ କୁମାର ଶ୍ରୀବାସ୍ତବ ।

ଗତକାଲି ଦଳ ଉତ୍ତରପ୍ରଦେଶର ୪୦ ବିଧାନସଭା ସିଟ ପାଇଁ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିବେଳେ ଯୋଗୀଙ୍କୁ ଚ୍ୟାଲେଞ୍ଜ କରି ବିଜୟ କୁମାରଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେହିପରି ବାରଣାସୀ ଅଜାଗରା ସିଟରୁ ସତ୍ୟ ପ୍ରକାଶ ରାମ, ବାରଣାସୀରୁ ରାକେଶ ପାଣ୍ଡେ ଓ ତିଲୋଇ ସିଟରୁ ଅମରନାଥ ପାଣ୍ଡେଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଆପ ଉତ୍ତରପ୍ରଦେଶ ନିର୍ବାଚନରେ ଲଢେଇ କରିବ । ୪୦୩ ଆସନରେ ପ୍ରତିଦ୍ବନ୍ଦିତା କରିବ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.