ଚଣ୍ଡିଗଡ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିବାର ଗୋଟିଏ ଦିନ ପରେ ରାଜନୀତି ସରଗରମ ହେବାରେ ଲାଗିଛି । ଆମ ଆଦମୀ ପାର୍ଟି (AAP) ପଞ୍ଜାବରେ ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଖୁବ ଶୀଘ୍ର ଶେଷ କରିବାରେ ଲାଗିଛି । ଆଜି ଦଳ ତାର 9ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୫ଜଣ ବିଧାୟକ ପ୍ରାର୍ଥୀ ରହିଛନ୍ତି ।
ଆଜି ଘୋଷଣା ହୋଇଥିବା ସଦ୍ୟତମ ତାଲିକା ଅନୁସାରେ, ଦୀନେଶ ଲାଲ ଜଲନ୍ଦର ଉତ୍ତର ଆସନରୁ ଏବଂ ଜଗତର ସିଂ ସମରାଲା ଆସନରୁ ନିର୍ବାଚନ ଲଢିବେ । ସେହିପରି ହପଦ୍ବୀପ ସିଂ ମୁଣ୍ଡିଆନ ସେହେନଓ୍ବଲ ଆସନ, ଡ. ଅମନଦ୍ବୀପ କୌର ଆରୋରା ମୋଗା ବିଧାନସଭା ଆସନରୁ ଏବଂ ଅମିତ ରତନ କୋଟଫଟା ଭଟିଣ୍ଡା ରୁରାଲ ଆସନରୁ ପ୍ରତିଦ୍ବନ୍ଦିତା କରିବା ନେଇ ଦଳ ପକ୍ଷରୁ ଚୂଡାନ୍ତ ହୋଇଛି ।
ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବାକୁ ଥିବା ପଞ୍ଜାବରେ ମୋଟ ୧୧୭ ବିଧାନସଭା ଆସନ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ 109 ଆସନରେ ପ୍ରାର୍ଥୀ ତଲିକା ସ୍ପଷ୍ଟ କରିସାରିଲାଣି କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ AAP । ତେବେ ପ୍ରାର୍ଥୀ ଚୟନ ନେଇ ଅନେକ ରାଜନୈତିକ ଦଳରେ ଅଙ୍କ ଛିଡୁ ନଥିବା ବେଳେ ଅନ୍ୟ ରାଜନୈତିକ ଦଳ ତୁଳନାରେ ବେଶ ଆଗରେ ଅଛି AAP ।
ANI