ETV Bharat / bharat

ଆଜି ରାଜଧାନୀରେ ପଦଯାତ୍ରା କରିବ AAP

ବିଜେପି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଆମ ଆଦମୀ ପାର୍ଟି । ଜାହାଙ୍ଗୀରପୁରୀରେ ଅବୈଧ ନିର୍ମାଣକୁ ଉଚ୍ଛେଦ କରିବା ଘଟଣାକୁ ନେଇ ବିଜେପି ଉପରେ ଟାର୍ଗେଟ କରିଛି ଆପ ଦଳ । ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ରାଜଧାନୀ ଦିଲ୍ଲୀର ସମସ୍ତ ୱାର୍ଡରେ ପଦଯାତ୍ରା କରିବାକୁ ଘୋଷଣା କରିଛି । ଅଧିକ ପଢ଼ନ୍ତୁ

aap announced for padyatra in delhi today
ଆଜି ଦିଲ୍ଲୀରେ ପଦଯାତ୍ରା କରିବ ଆପ
author img

By

Published : Apr 24, 2022, 9:16 AM IST

ନୂଆଦିଲ୍ଲୀ: ବିଜେପି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଆମ ଆଦମୀ ପାର୍ଟି । ଜାହାଙ୍ଗୀରପୁରୀରେ ଅବୈଧ ନିର୍ମାଣକୁ ଉଚ୍ଛେଦ କରିବା ଘଟଣାକୁ ନେଇ ବିଜେପି ଉପରେ ଟାର୍ଗେଟ କରିଛି ଆପ ଦଳ । ଜନସାଧାରଣଙ୍କୁ ବୁଲଡୋଜର ଭୟ ଦେଖାଇ ଦଳ ଟଙ୍କା ନେଉଥିବା ଆପ ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ରାଜଧାନୀ ଦିଲ୍ଲୀର ସମସ୍ତ ୱାର୍ଡରେ ପଦଯାତ୍ରା କରିବାକୁ ଘୋଷଣା କରିଛି ।

ଜାହାଙ୍ଗୀରପୁରୀରେ ହୋଇଥିବା ଉଚ୍ଛେଦ ଘଟଣାକୁ ନେଇ ଆପ ପକ୍ଷରୁ କୁହାଯାଇଛି, ବିଜେପି ସରକାରଙ୍କ ଏଭଳି କାର୍ଯ୍ୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାଉଛି । ଗତ 15 ବର୍ଷ ଧରି ବିଜେପି ଏମସିଡିରେ (municipal corporation of delhi) ନିଜର ମନମାନି କରିଆସିଛି । ଯେଉଁଥିରେ ଦିଲ୍ଲୀବାସୀ ଉତକ୍ଷିପ୍ତ ଅଛନ୍ତି । ଏହି କାରଣରୁ ବିଜେପି ନିର୍ବାଚନକୁ ସ୍ଥଗିତ ରଖିଛି । କିନ୍ତୁ ଗତ ଦୁଇ ଦିନ ଧରି ଦିଲ୍ଲୀରେ ଯେଉଁଭଳି ସ୍ଥତି ଦେଖିବାକୁ ମିଳିଛି, ଏହାରି ପଛରେ ବିଜେପିର ହାତ ଥିବା ଆପ (AAP) ଅଭିଯୋଗ କରିଛି ।

ଦିଲ୍ଲୀରେ ପ୍ରତ୍ୟେକ ଘରକୁ ଯାଇ ବିଜେପି ସାଧାରଣଲୋକଙ୍କୁ ଧମକାଉଛି । ‘ଟଙ୍କା ଦିଅ ନଚେତ ଘରେ ବୁଲଡୋଜର ଲଗାଇ ଘର ଉଡାଇ ଦେବୁ’। ବିଜେପି ନାଁରେ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛି ଆପ ଦଳ । ତେଣୁ ସମସ୍ତ ଲୋକଙ୍କୁ ଏକାଠି କରି ବିଜେପି ବିରୋଧରେ ଆଜି ପଦଯାତ୍ରା ଆରମ୍ଭ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.