ETV Bharat / bharat

Mizoram Assembly poll: ପ୍ରଥମ ପର୍ଯ୍ୟାୟରେ 4 ଯୋଦ୍ଧା ଦେଲା ଆପ୍‌ - ମିଜୋରାମ ବିଧାନସଭା ନିର୍ବାଚନ

ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଆମ ଆଦମୀ ପାର୍ଟି । ଅଧିକ ପଢନ୍ତୁ

Mizoram Assembly elections
Mizoram Assembly elections
author img

By ETV Bharat Odisha Team

Published : Oct 19, 2023, 3:04 PM IST

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଦେଶରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ କଂଗ୍ରେସ ବିଜେପ ପ୍ରାର୍ଥୀ ଘୋଷଣା ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ଆମ ଆଦମୀ ପାର୍ଟି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଆମ ଆଦମୀ ପାର୍ଟି । ପ୍ରଥମ ପର୍ଯ୍ୟାୟରେ 4ଜଣ ଯୋଦ୍ଧାଙ୍କ ନାମ ଘୋଷଣା କରିଛି ଆପ୍ । ନଭେମ୍ବର 7 ତାରିଖରେ ମିଜୋରାମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆପ 4 ଜଣିଆ ପାର୍ଥୀ ତାରିକା ଜାରି କରିଛି । ଏଜୱାଲ ତୃତୀୟ ନର୍ଥ ପାଇଁ ଅନଡ୍ର୍ୟୁ ଲାଲରେମକିମା, ଏଜୱାଲ ପଶ୍ଚିମ ପାଇଁ ଭାନାଲାଲମାୱି ଭଚାୱଙ୍କ ଏଜୱାଲ ତୃତୀୟ ପଶ୍ଚିମ ପାଇଁ ଜୋସେଫ ବାଇଖିଲଘାଲିମା ଓ ଏଜୱାଲ ସାଉଥ ପାଇଁ ଲାଲଙ୍ଗଘାହାୱାନ ପାଚୁଆଙ୍କୁ ପ୍ରାର୍ଥୀ କରିଛି ଆପ । କଂଗ୍ରେସ ସୋମବାର ମିଜୋରାମ ବିଧାନସଭା ନିର୍ବାଚନ ପାଇଁ 39 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା । ମିଜୋରାମ ବିଧାନସଭା କାର୍ଯ୍ୟକାଳ 2023 ଡିସେମ୍ବର 17ରେ ଶେଷ ହେବ । ଗତ 2018 ବିଧାନସଭା ନିର୍ବାଚନରେ ରାଜ୍ୟରେ ମିଜୋ ନ୍ୟାସନାଲ ଫଣ୍ଟ ବାଜି ମାରି ସରକାର ଗଠନ କରିଥିଲା । ଜାରମଥାଙ୍ଗ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବତ୍ତୋର ରାଜ୍ୟରେ ଏମଏନଏଫ କ୍ଷମତାରେ ରହିଛି ।

ଏହା ବି ପଢନ୍ତୁ...ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି

ଏହା ବି ପଢନ୍ତୁ...Chhattisgarh polls: 2ୟ ପର୍ଯ୍ୟାୟରେ 53 ପ୍ରାର୍ଥୀ ଦେଲା କଂଗ୍ରେସ

ପ୍ରକାଶ ଥାଉ କି, ଆସନ୍ତା ମାସରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି । ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ମିଜୋରାମ ଓ ରାଜସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର 7 ତାରିଖରୁ ଭୋଟ ଆରମ୍ଭ ହେବ । ଏନେଇ ଏହି 5 ରାଜ୍ୟ ଗସ୍ତ କରୁଛନ୍ତି ରାଜନୈତିକ ଦଳ । ମିଜୋରାମରେ 40 ଆସନରେ ନଭେମ୍ବର 7 ତାରିଖରେ ଭୋଟ ଗ୍ରହଣ ହେବ । ମିଜୋରାମରେ 4.13 ଲକ୍ଷ ପୁରୁଷ ଭୋଟର ଓ 4.39 ଭୋଟର ରହିଥିବା ବେଳେ 50, 611ଜଣ ପ୍ରଥମ ଥର ଲାଗି ଭୋଟ ଦେବେ । ଡିସେମ୍ବର 3 ତାରିଖରେ ସମସ୍ତ 5 ରାଜ୍ୟର ଜନାଦେଶ ପ୍ରକାଶ ପାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.